EnewsOdia.Com

କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନାଁରେ ଏତଲା

ବଢିଲା କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ପାଇଁ ଅଡୁଆ । ନିଆଁ ପାଇଁ ସମର୍ଥକଙ୍କୁ ଆହ୍ୱାନ ଦେଇ ଚର୍ଚ୍ଚାରେ ଥିବା ପ୍ରଦୀପ ମାଝୀଙ୍କ ନାଁରେ ରୁଜୁ ହେଲା ମାମଲା । ନବରଙ୍ଗପୁର ପୁଲିସ ନିଜଆଡୁ ଏହି ମାମଲା ରୁଜୁ କରିଛି । ଗତକାଲି ନବରଙ୍ଗପୁରରେ ବନ୍ଦ ପାଳନ ବେଳେ ସେ ନିଆଁ ଲଗାଇବାକୁ ସମର୍ଥକକୁ ଆହ୍ୱାନ ଦେଇଥିଲେ । ଏପରିକି ଫୋନ୍ ଯୋଗେ ନିଆଁ ଲଗାଇବା ପାଇଁ କହୁଥିବା ବେଳେ କ୍ୟାମେରାରେ କଏଦ ହୋଇଥିଲା ସେହି ଭିଡିଓ ।

 

ନିଜ ସୁରକ୍ଷା ଓ ହକ୍ ପାଇଁ କଂଗ୍ରେସ ସୁବାସ ବୋଷଙ୍କ ନୀତି ଆପଣେଇବ ବୋଲି କହିଥିଲେ ନବରଙ୍ଗପୁରର ପୂର୍ବତନ ସାଂସଦ । ଗତ ୧୪ ତାରିଖରେ ନାବାଳିକା ଗଣଦୁଷ୍କର୍ମ ହତ୍ୟା ଅଭିଯୋଗ ଘଟଣାରେ ଗତକାଲି କଂଗ୍ରେସ ଜିଲ୍ଲା ବନ୍ଦ ଡାକରା ଦେଇଥିଲା । ଏହି ସମୟରେ ପ୍ରଦୀପ ମାଝୀ ବିବାଦୀୟ ବୟାନ ଦେଇଥିଲେ । ଆଉ ଏହି ଘଟଣାରେ ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି ।

ପଢନ୍ତୁ: ବାର୍ଷିକ କ୍ରୀଡାରେ ଅଭିନବ ଢଙ୍ଗରେ ହେଲମେଟ ସଚେତନତା

ସମ୍ବନ୍ଧିତ ଖବର

ସାତକୋଶିଆରୁ ଫେରିଯିବ ସୁନ୍ଦରୀ

Ratnamani Maharana

ଗୋଡରେ ନୁହେଁ ପ୍ରତିଦିନ ହାତରେ ଚାଲନ୍ତି ସୌଭାଗ୍ୟ

Ratnamani Maharana

ପିପିଲିରେ ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଭାଗୀରଥି ପ୍ରଧାନ ଆହତ

Ratnamani Maharana

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି, ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମିଳିବ ମାଗଣା ଚିକିତ୍ସା

Ratnamani Maharana

ଓଡ଼ିଶା ଉପରେ ଘନଉଛି ବାତ୍ୟା ବିପଦ !

Ratnamani Maharana

ପିଲାଙ୍କ ପାଇଁ ଭାତ-ଡାଲି, ସାରଙ୍କ ପାଇଁ ଚିକେନ

Ratnamani Maharana