News

ମୋଟର ଯାନ ଆଇନ କଡାକଡି ସତ୍ଵେ ସ୍ମାର୍ଟ ସିଟିରେ ବିନା ହେଲମେଟ୍‌ରେ ପୋଲିସ୍

Traffic Card 00000

ରାଜ୍ୟର ସବୁ ସ୍ଥାନରେ ହେଲମେଟ ଚେକିଂଠୁ ଆରମ୍ଭ କରି ଡ୍ରାଇଭିଂ ଲାଇସେନ୍ସ, ଗାଡିର ପରମିଟ ଭଳି ଅନେକ ଜିନିଷକୁ ଯାଞ୍ଚ କରୁଛି ପୋଲିସ ।  ଜଣେ ଅଟୋ ଡ୍ରାଇଭରଙ୍କ ଉପରେ ଯେଉଁଭଳି ଭାବେ ଫାଇନ୍‌ ଲାଗୁ ହୋଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହା ଛଡା ସାମାନ୍ୟ ଭୁଲରେ ବି ଚାଳକଙ୍କୁ ଦେବାକୁ ପଡୁଛି ମୋଟ ଅଙ୍କର ଜରିମାନା। ଗୋଟିଏ ପଟେ ଦୁର୍ଘଟଣା କମାଇବା ପାଇଁ ଟ୍ରାଫିକ ବ୍ୟବସ୍ଥାକୁ ରାଜ୍ୟ ସରକାର କଡ଼ାକଡ଼ି କରିଥିବାବେଳେ ଅନ୍ୟପଟେ ଖୁଲମଖୁଲା ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଛନ୍ତି ଏହି ପୋଲିସ୍‌ ବାବୁ । କିନ୍ତୁ ଖୋଦ ପୋଲିସ ଅଫିସର ଏହି ନିୟମ ଭାଙ୍ଗୁଥିବା ଦେଖାଯାଇଛି । ସେ ପୁଣି ରାଜଧାନୀ ଭୁବନେଶ୍ୱରରେ । ଆଜି ମାଷ୍ଟର କ୍ୟାଣ୍ଟିନ୍‌ର ଲାଲଚାନ୍ଦ ଜୁଏଲାରୀ  ସାମ୍ନାରେ ବିନା ହେଲମେଟ୍‌ରେ ଅତି ଆରାମରେ ଗାଡ଼ି ଚଲାଉଛନ୍ତି ପୋଲିସ ବାବୁ ।

ଅନ୍ୟପଟେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି କଟକ-ଭୁବନେଶ୍ୱର ରୋଡ଼ରେ । ଏଠାରେ ମଧ୍ୟ ବିନା ହେଲମେଟ୍‌ରେ ପୋଲିସ ବାବୁ ଜଣକ ବେଫିକର ହୋଇ ଗାଡ଼ି ଚଳାଉଛନ୍ତି । କିନ୍ତୁ ସାଧାରଣ ଜନତା ନିୟମ ଉଲ୍ଲଂଘନ କଲେ ମୋଟା ଅଙ୍କର ଫାଇନ୍‌ କଟାଯାଉଛି । ତେବେ କ’ଣ ପୋଲିସ ବାବୁମାନଙ୍କ ପାଇଁ 7ଖୁଣ୍ ମାଫ୍ ? ନିଜେ ନିୟମ କରି ନିଜେ ନିୟମକୁ ପାଳନ ନକରିବା କେତେ ଦୂର ଠିକ୍ ?
ପଢନ୍ତୁ: ପୁରୀ ପାଇଁ ୩ଟି ନୂଆ ପ୍ରକଳ୍ପକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ, ବଦଳିବ ପୁରା ନକ୍ସା

Related posts

ସାରାଙ୍କୁ ଅପରହରଣ କରିନେବା ପାଇଁ ଧମକ , ଅଭିଯୁକ୍ତକୁ ଗିରଫ କରିଛି ପୋଲିସ

ENO Beuro

ରାଗିଂରେ ଓଡ଼ିଶା ୬ ନମ୍ବର ,୧ ନମ୍ବରରେ ୟୁପି

ENO Beuro

ମାସର ଦ୍ଵିତୀୟ ଓ ଚତୁର୍ଥ ଶନିବାରକୁ ସରକାରୀ ଛୁଟି ଘୋଷଣା କଲେ ସରକାର

Ratnamani Moharana