News

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଲେ ପୁଲିସ ଏସଆଇ

ଗତକାଲି ଧଉଳି ଥାନା ଏସଆଇ ପ୍ରଦୀପ ମହଲା ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବ‌ା ବେଳେ ଭିଜିଲାନ୍ସ ଜାଲରେ ଧରା ପଡ଼ିଥିଲେ। ମାତ୍ର ୫ ମାସ ମଧ୍ୟରେ କମିସନରେଟ ପୁଲିସର ଦୁଇ ଜଣ ଅଧିକାରୀ ଭିଜିଲାନ୍ସ ଜାଲରେ ଧରା ପଡ଼ିବା ପରେ କମିସନରେଟ ପୁଲିସ ଏବେ ବଦନାମ ହେବାକୁ ବସିଛି।

କେତେକ ଲାଞ୍ଚୁଆ ପୁଲିସ ଅଧିକାରୀଙ୍କ ପାଇଁ ରାଜ୍ୟର ଶ୍ରେଷ୍ଠ ପୁଲିସ ବୋଲାଉଥିବା‌ କମିସନରେଟ ପୁଲିସ ଅପଦସ୍ଥ ହେଉଛି।କେବଳ ଏହି ଦୁଇଟି ଘଟନା ନୁହେ,କମିସନରେଟ ପୁଲିସ ପ୍ରତିଷ୍ଠା ହେବା ଦିନଠାରୁ ଆଜି ଯାଏ ପ୍ରାୟ ୧୪ଜଣ ପୁଲିସ ଅଧିକାରୀ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରା ପଡ଼ିଲେଣି।ସେମାନଙ୍କ ମଧ୍ୟରେ ଇନ୍ସପେକ୍ଟରଙ୍କଠାରୁ ଆରମ୍ଭ କରି ଏଏସଆଇ ପର୍ଯ୍ୟନ୍ତ ଅଧିକାରୀମାନେ ମଧ୍ୟ ଅଛନ୍ତି। ବଡ଼ କଥା ହେଉଛି,ଏହି ସବୁ ଲାଞ୍ଚ କାରବାର ଜମିଜମା କାରବାରକୁ ନେଇ ହୋଇଥିବା ନଜରକୁ ଆସିଛି।

ଗତକାଲି ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଏସଆଇ ଶ୍ରୀ ମହଲାଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ ଯେ,ଧଉଳି ଥାନା ଏସଆଇ,ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଧୀନ ବେରବୋଇ ଅଞ୍ଚଳର ଜ୍ୟୋତିରଂଜନ ପାଣି ଜଣେ ବିଲଡର୍‌ଙ୍କଠାରୁ ଧଉଳି ଥାନା ଅଧୀନ ସରଦେଇପୁରରେ ଏକ ଜମି କିଣିଥିଲେ। କିନ୍ତୁ ଉକ୍ତ ବିଲଡର୍‌ ତାଙ୍କୁ ଜମି ଦେବାରେ ଦିନ ଗଡ଼ାଇ ଚାଲିଥିଲେ। ଓଲଟି ବିଲଡର୍‌ଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଜ୍ୟୋତିରଂଜନଙ୍କୁ ଥାନାକୁ ଡକାଇ ଧମକଚମକ ଦେବା ସହ ୫୦ହଜାର ଟଙ୍କା ଲାଞ୍ଚ ମାଗିଥିଲା। ଜ୍ୟୋତିଙ୍କଠାରୁ ଏସଆଇ ଶ୍ରୀ ମହଲା ପ୍ରଥମେ ୨୦ ହଜାର ଟଙ୍କା ଓ ଗତକାଲି ୩୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ।

ପଢନ୍ତୁ:ଦିଲ୍ଲୀରେ ଚାଲିବ କାହାର ହୁକୁମ?ଆଜି ସୁପ୍ରୀମକୋର୍ଟରୁ ଆସିଲା ରାୟ 

Related posts

ଜୁନ୍‌ ୨ ତାରିଖ ଯାଏଁ ୬ଟି ଜିଲ୍ଲାରେ ଘଡ଼ଘଡ଼ି ସହ ହାଲକା ବର୍ଷା

Ratnamani Moharana

ପୁଲଓ୍ୱାମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ସମେତ ୩ ଆତଙ୍କୀଙ୍କୁ ମାରିଲେ ସୁରକ୍ଷାବାହିନୀ

Ratnamani Moharana

ଶ୍ରେଷ୍ଠ ଡିଜିଟାଲ୍‌ ପରିବେଶ ସଂପନ୍ନ ସହର ତାଲିକାରେ ବିଶ୍ୱର ସ୍ତରରେ ବେଙ୍ଗାଲୁରୁ ପ୍ରଥମ

ENO Beuro

Leave a Comment