Loading...

ବାଲିଯାତ୍ରା ପଡ଼ିଆ ଜଗିବ ପୋଲିସ

ବାଲିଯାତ୍ରା ପଡ଼ିଆ ଜଗିବ ପୋଲିସ

ଏଥର ବାଲିଯାତ୍ରାରେ ଲୁଟ୍, ଛିନତାଇ, ଅସଦାଚରଣର ଶିକାର ଦର୍ଶକଙ୍କୁ କ୍ୟାଣ୍ଟନମେଣ୍ଟ ଥାନାକୁ ଏତଲା ଦେବାକୁ ଯିବାକୁ ପଡ଼ିବ ନାହିଁ।

ଏଥର ବାଲିଯାତ୍ରାରେ ଲୁଟ୍, ଛିନତାଇ, ଅସଦାଚରଣର ଶିକାର ଦର୍ଶକଙ୍କୁ କ୍ୟାଣ୍ଟନମେଣ୍ଟ ଥାନାକୁ ଏତଲା ଦେବାକୁ ଯିବାକୁ ପଡ଼ିବ ନାହିଁ। ପ୍ରଥମ ଥର ସ୍ବତନ୍ତ୍ର ଭାବେ ବାଲିଯାତ୍ରା ପଡ଼ିଆରେ ୭ଟି ପୁଲିସ ସହାୟତା କେନ୍ଦ୍ର ଚଳିତ ବର୍ଷ କମିସନରେଟ୍ ପୁଲିସ ନୂଆ ଢଙ୍ଗରେ ଖୋଲିବାକୁ ଯାଉଛି। ଏହି କେନ୍ଦ୍ରରେ ପୁଲିସ ଏତଲା ଗ୍ରହଣ କରିବ। ପରେ ଥାନା ସିସିଟିଏନଏସରେ ମାମଲା ପଞ୍ଜିକରଣ କରାଯିବ। କିନ୍ତୁ ପ୍ରାଥମିକ ତଦନ୍ତ ପଡ଼ିଆରୁ ହିଁ ପୁଲିସ ଆରମ୍ଭ କରି ଅପରାଧୀଙ୍କୁ ତୁରନ୍ତ ଠାବ କରିବା କ୍ଷେତ୍ରରେ ପଦକ୍ଷେପ ନେବାର ଲକ୍ଷ୍ୟ ରହିଛି। ଦର୍ଶକଙ୍କୁ ତ୍ବରିତ ପୁଲିସ ସହାୟତା ଯୋଗାଇବା ପାଇଁ ଡିସିପି ପିନାକ୍ ମିଶ୍ର ଚଳିତ ଥର ସ୍ବତନ୍ତ୍ର ଢଙ୍ଗରେ ୭ଟି ପୁଲିସ ସହାୟତା କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ସୁନା ଅଳଙ୍କାର, ମୋବାଇଲ, ପର୍ସ ଇତ୍ୟାଦି ଭିଡ଼ ଭିତରେ ଚୋରି ଓ ଛିନତାଇ ଭଳି ମାମଲାରେ ଦର୍ଶକ ସର୍ବାଧିକ ପ୍ରଭାବିତ ହୋଇଥାନ୍ତି। ଜିଲ୍ଲା ବାହାରୁ ଆସିଥିବା ଦର୍ଶକ ଥାନାରେ ପହଞ୍ଚି ଏତଲା ପଞ୍ଜିକରଣ କରିବାରେ ସମସ୍ୟା ହୋଇଥାଏ। ଥାନାରେ ଏତଲା ଦେବାରେ ବିଳମ୍ବ ହେଉଥିବାରୁ ବାଲିଯାତ୍ରାରେ ଏହି ଧରଣର ଅପରାଧୀକ ମାମଲାରେ ପୁଲିସ ଅପରାଧୀଙ୍କୁ ଠାବ କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.