POLITICALS

ରାଜନୈତିକ ଦଳର ମହାରଥୀ ହେଉଛନ୍ତି ଓଡିଶା ମୁହାଁ

ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ୪ ଲୋକସଭା ଆସନ ପାଇଁ ଦଳର ଷ୍ଟାର ପ୍ରଚାରକଙ୍କ ଓଡିଶା ଗସ୍ତ

ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ବାକି ରହିଲା। ପ୍ରାର୍ଥୀପତ୍ର ତାଲିକା ଘୋଷଣା ପରେ ଗୋଷ୍ଠୀ କନ୍ଦଳ  ଛିଣ୍ଡିବାର ନାଁ ଧରୁନି। ଦଳରୁ ବାହାରୁଥିବା ଗୋଟିକ ପରେ ଗୋଟିଏ ନେତା ମୁହଁ ଖୋଲିବାରେ ଲାଗିଛନ୍ତି। ତେବେ ଏଭଳି ପରିସ୍ଥିତିକୁ ସମ୍ଭାଳି ନିଜ ନିଜ ଦଳର ପ୍ରଚାର ପାଇ ଓଡିଶା ମୁହାଁ ହେଉଛନ୍ତି ଦଳର ନେତା ମାନେ। ନିର୍ବାଚନୀ  ପ୍ରଚାରକୁ ଯୋର ଦାର କରିବାକୁ ପଡିଆକୁ ଓହ୍ଲାଇବେ ତିନି ପ୍ରମୁଖ ଦଳର ଷ୍ଟାର ପ୍ରଚାରକ  । ବିଜେପିର ନରେନ୍ଦ୍ର ମୋଦି ଓ ଅମିତ ଶାହା, କଂଗ୍ରେସର ଅଧକ୍ଷ ରାହୁଲ ଗାନ୍ଧୀ ଓ ଭାରତୀୟ ସମାଜ ପାର୍ଟିର ଅଧକ୍ଷ ମାୟବତୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ୨ରେ କଳାହାଣ୍ଡି, ଓ ୬ରେ ସୁନ୍ଦରଗଡ ଆସିବେ ଆଉ ଅମିତ ଶାହ  ୧ରେ ଆସୁଛନ୍ତି।ମୋଦିଙ୍କ ଗସ୍ତ ପୂର୍ବରୁ ୧ରେ ଗଜପତି ଜିଲ୍ଲା କାଶି ନଗର ସିଧାମଡଙ୍ଗ ଓ ନବରଙ୍ଗପୁର ଉମରକୋଟ ଠାରେ ଦଳୀୟ ନିର୍ବାଚନୀ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ । ୪ରେ କଂଗ୍ରେସର ପ୍ରଚାର ମଙ୍ଗ ଧରିବାକୁ ଆସୁଛନ୍ତି ରାହୁଲ  ।ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବାକୁ ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ଷ୍ଟାର ପ୍ରଚାରକ ରାହୁଲ ଗାନ୍ଧି । ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଭୋଟରଙ୍କୁ ଅପିଲ କରିବେ । ବିଏସପିର ପ୍ରଚାର ମଙ୍ଗ ଧରିବାକୁ ଦଳ ସୁପ୍ରିମୋ ମାୟାବତୀ  ୨ରେ ଓଡିଶା ଆସିବେ । ଓଡିଶାର ସୁପ୍ରିମୋ ନବୀନ ପଟ୍ଟନାୟକ  ମଧ୍ୟ ପ୍ରଚାର ମଙ୍ଗ ଧରିବାକୁ ତୟାର। ତେବେ ଦଳର ମୁଖ୍ୟନେତାଙ୍କ ଓଡିଶା ଆଗମନ ନବୀନଙ୍କ ପ୍ରଚାର ଉପରେ କେତେ ପ୍ରଭାବ ପକେଇବା ତାହା ଦେଖିବାକୁ ରହିଲା ବାକି।
ପଢନ୍ତୁ: ଆଜି ଏପ୍ରିଲ ୧: ଉତ୍କଳ ଦିବସ

Related posts

କଂଗ୍ରେସରେ ଯୋଗ ଦେଲେ ଶତ୍ରୁଘ୍ନ ସିହ୍ନା

Ratnamani Moharana

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ‘ନୂଆ ସରକାରର ଶପଥ ଗ୍ରହଣରେ ନିଶ୍ଚିତ ଡାକିବୁ’ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Ratnamani Moharana

ଏକ୍‌ଜିଟ୍‌ ପୋଲ୍‌: ଓଡିଶାରେ ବିଜେଡ଼ିକୁ ମିଳିବ ଅଧିକ ସିଟ

Ratnamani Moharana

Leave a Comment