POLITICALS

ଭୁବନେଶ୍ଵରରେ ନିର୍ବାଚନୀ ହିଂସା: ଜଗନ୍ନାଥ ଓ ଅନନ୍ତଙ୍କୁ ବୋମା ମାଡ

ପ୍ରଚାରର ଶେଷ ସଂଧ୍ୟାରେ ଆକ୍ରମଣ

ପ୍ରଚାରର ଶେଷ ଦିନରେ ମଧ୍ୟ ଭୁବନେଶ୍ବରରେ  ଦେଖାଦେଇଛି ନିର୍ବାଚନୀ ହିଂସା । ଘନଘନ ବୋମା ମାଡରେ ଥଋ ଉଠିଛି ମଧ୍ୟ ନିର୍ବାଚନ ମଣ୍ଡଳୀ। ଲକ୍ଷ୍ମୀ ସାଗର ଥାନା ଅନ୍ତର୍ଗତ ଝାରପଡା କେନାଲ ରୋଡ଼ରେ ଯାଉଥିବାବେଳେ ଅଚାନକ କିଛି ଦୁର୍ବୁର୍ତ୍ତ ବୋମା ମାଡ  କରିଛନ୍ତି ଭୁବନେଶ୍ୱର ମଧ୍ୟ ବିଧାନସଭା ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ  ଉପରେ। ବୋମା ମାଡ ଫଳରେ ଅନନ୍ତଙ୍କ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି | ଅନନ୍ତଙ୍କ କାରର କାଚ ଭାଙ୍ଗି ଚୂନ ଚୂନ ହୋଇଯାଛି |ବୋମା ମାଡ କିଏ କରିଛି ସେ ନେଇ ପୋଲିସ ତଦନ୍ତ  ଆରମ୍ଭ କରିଛି |

ଭୁବନେଶ୍ୱର ମଧ୍ୟ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡି ଉପରକୁ ଗତକାଲି ରାତିରେ ଆକ୍ରମଣ ହୋଇଛି | ବୋମା ମାଡରେ ଜଗନ୍ନାଥଙ୍କ କାର କ୍ଷତିଗ୍ରସ୍ତ ହୋଇଥିବାବେଳେ ସେ ସୁରକ୍ଷିତ ଥିବା ଜଣାପଡିଛି | କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଜଗନ୍ନାଥଙ୍କ ଉପରକୁ ବୋମା ମାଡ କରିଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ |


ପଢନ୍ତୁ: ପ୍ରଦୀପ ମହାରଥୀଙ୍କ ଗୁଣ୍ଡାରାଜ: ପିପିଲି ଫ୍ଲାଇଂ ସ୍କ୍ବାଡ୍ ଏସଏସଟି ଏବଂ ଭିଡିଓ ସର୍ଭିଲାନ୍ସ ଟିମକୁ ଆକ୍ରମଣ

Related posts

ଫ୍ଲାଇଂ ସ୍କ୍ବାର୍ଡକୁ ମାଡ ମାରିବା ଘଟଣାରେ ଆଜି ହେବ ପ୍ରଦୀପ ମହାରଥୀଙ୍କ ଜାମିନ୍ ଶୁଣାଣି

Ratnamani Moharana

ଭାରତୀୟ ଜନତା ପାର୍ଟିର ପ୍ରଥମ ପ୍ରାର୍ଥୀ ତାଲିକାରେ ନାହିଁ ଆଡଭାନି ଓ ଯୋଶୀଙ୍କ ନାଁ

Ratnamani Moharana

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଟକ୍କର, ବିଜେପିର ପ୍ରେମ ଧୂମଲ ନା କଂଗ୍ରେସର ବୀରଭଦ୍ର ସିଂ ଅକ୍ରିରୁ

ENO Beuro

1 comment

Leave a Comment