POLITICALS

ରାଜନେତା ଓ ତାଙ୍କ ସମ୍ପତ୍ତିର ମୂଲ୍ୟ ଜାଣିଲେ ବିଶ୍ଵାସ ହେବନି

ଆଗକୁ ନିର୍ବାଚନ। ନିର୍ବାଚନରେ ସ୍ବଚ୍ଛତା  ଆଣିବା ପାଇଁ ନିର୍ବାଚନ କମିଶନ ନେଇଛନ୍ତି ଅନେକ ପଦକ୍ଷେପ। ସେଥିମଧ୍ୟରୁ ରାଜନେତାମାନଙ୍କ ସମ୍ପତ୍ତିକୁ ଉଲ୍ଲେଖ କରିବା ନିମନ୍ତେ ହୋଇଥିଲା ନିର୍ଦେଶ। ଆସନ୍ତୁ  ଜାଣିବା ଭାରତର କିଛି ରାଜନେତା  ଓ ସେମାନଙ୍କ ସମ୍ପତ୍ତିର ମୂଲ୍ୟ  କେତେ ରହିଛି।

ମୁଲାୟମ ସିଂହ ଯାଦବ

ଉତ୍ତରପ୍ରଦେଶ ମୈନାପୁରି  ଲୋକସଭା ଆସନରୁ ଲଢୁଥିବା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୬.୫୩ କୋଟି  ଟଙ୍କା। ନାମାଙ୍କନବେଳେ ନିଜ ଘୋଷଣା ପତ୍ରରେ ମୂଲାୟମ ଏହି ରିପୋର୍ଟ ଦେଇଛନ୍ତି। ମୁଲାୟମଙ୍କ ନିକଟରେ କୌଣସି ସୌଖୀନ କାର ନଥିବା ବେଳେ ପତ୍ନୀ ସାଧନାଙ୍କ ନାମରେ ଗୋଟିଏ ସୌଖୀନ କାର ଥିବା ଜଣାପଡିଛି।

ଅମିତ ଶାହା

ଗୁଜୁରାଟର ଗାନ୍ଧୀନଗରରୁ  ଲଢୁଥିବା ବିଜେପି ଅଧକ୍ଷ ଅମିତ ଶାହା ଏବଂ ପତ୍ନୀଙ୍କର ମୋଟ ସମ୍ପତି ମୂଲ୍ୟ ୩୮.୮୧ କୋଟି ଟଙ୍କା। ପ୍ରାର୍ଥୀ ପତ୍ର ଦାଖଲ ବେଳେ ଶାହାଙ୍କର ୨୦.୬୩୩ ଟଙ୍କାର ନଗତ ଥିଲାବେଳେ ପତ୍ନୀଙ୍କ ପାଖରେ ୭୨.୫୭୮ ଟଙ୍କା ଥିଲା। ବିଭିନ୍ନ ସଞ୍ଚୟ ଖାତାରେ ଶାହାଙ୍କର ମୋଟ ୨୭.୮୦ ଲକ୍ଷ ଟଙ୍କା ଓ ସ୍ଥାୟୀ ଜମା ଖାତାରେ ୯.୮୦ ଲକ୍ଷ ଟଙ୍କା ରହିଛି।

ହେମା ମାଳିନୀ

ୟୁପିର ମଥୁରା ଲୋକସଭା  ଆସନରୁ  ନିର୍ବାଚନ ଲଢୁଥିବା ବିଜେପି ନେତ୍ରୀ ହେମା ମାଳିନୀଙ୍କ ମୋଟ ୧୦୧ କୋଟି  ଟଙ୍କାର ମାଲିକାଣୀ।  ଏଥିରେ ବାସଗୃହ, ଅଳଙ୍କାର, ନଗଦ ଟଙ୍କା, ଶେୟର ଓ ମିଆଦ ଜମା ରହିଛି। ସତ୍ୟପାଠ ମୁତାବକ ଗାର ୫ ବର୍ଷ ମଧ୍ୟରେ ହେମା ସମ୍ପତିର ମୂଲ୍ୟ ୩୪.୪୬ କୋଟି ବଢିଛି ବୋଲି କହିଛନ୍ତି।

ଶଶି ଥରୁର

 

କଂଗ୍ରେସ ନେତା ଶଶି ଥରୁରଙ୍କ ମୋଟ ସମ୍ପତି ମୂଲ୍ୟ ୩୫ କୋଟି  ଟଙ୍କା। ଥିରୁଅନ୍ତପୁରମ ଲୋକସଭା ଆସନରୁ ଲଢୁଥିବା ଥରୁର ୨୦୧୭-୨୦୧୮ରେ ମୋଟ ୩,୬୬,୨୧,୯୭୮ ଟଙ୍କା ଆୟ କରିଛନ୍ତି। ତାଙ୍କ ନିକଟରେ ପ୍ରାୟ ୩୪ କୋଟି ଟଙ୍କା ଅସ୍ଥାବର ସମ୍ପତ୍ତି ଥିବାବେଳେ ସ୍ଥାବର ସମ୍ପତ୍ତିର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଦେଶ ଓ ବିଦେଶରେ ବିଭିନ୍ନ ବ୍ୟାଙ୍କରେ  ଟଙ୍କାର ୫.୮୮ କୋଟି ଟଙ୍କା ଜମା ରହିଛି।

ନୀତିନ ଗଡକରୀ

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ମହାରାଷ୍ଟ୍ରର ନାଗପୁର  ଲୋକସଭା ଆସନରୁ ଲଢିବାକୁ ଯାଉଛନ୍ତି। ତାଙ୍କ ନିକଟରେ ୨୫.୧୨ କୋଟି  ଟଙ୍କା ସମ୍ପତ୍ତି ରହିଛି ବୋଲି ସତ୍ୟପାଠ ସମୟରେ ସେ କହିଛନ୍ତି। ସ୍ଥାବର ସମ୍ପତିର ମୂଲ୍ୟ ୯୧ ଲକ୍ଷ ଥିଲାବେଳେ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬୯.୩୮ ଲକ୍ଷ ଟଙ୍କା। ଏହାବାଦ ନାଗପୁରର ତାଙ୍କର ୨୯ ଏକରରୁ ଅଧିକ ସମ୍ପତ୍ତି ରହିଥିବା ଜଣାପଡିଛି।

ପଢନ୍ତୁ: କଂଗ୍ରେସର ନିର୍ବାଚନୀ ଇସ୍ତାହାର ରଖିଲେ ରାହୁଲ: ସବୁ ବର୍ଗଙ୍କୁ ଦେଲେ ଅଗ୍ରାଧିକାରର ପ୍ରତିଶ୍ରୁତି

Related posts

ବିଜେଡ଼ିକୁ ଓଡିଶାରୁ ଓପାଡି ଫିଙ୍ଗି ଦିଅ ବୋଲି କହିଲେ ଅମିତ ଶାହା

Ratnamani Moharana

ଶଙ୍ଖ ଛାଡି ପଦ୍ମ ଧରି ପାରନ୍ତି ସିଦ୍ଧାନ୍ତ ମହାପାତ୍ର !

ENO Beuro

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ:ହରିଙ୍କୁ ହରାଇ ହରି ହେଲେ ରାଜ୍ୟସଭାର ଉପସଭାପତି

ENO Beuro

Leave a Comment