POLITICALS

ଉଠୁଛି ପଡୁଛି ପାଟକୁରା ନିର୍ବାଚନମଣ୍ଡଳୀ

Untitled 1

ପାଟକୁରା ନିର୍ବାଚନକୁ ରହିଲା ଆଉ ମାତ୍ର ୬ ଦିନ। ନିର୍ବାଚନ ତାରିଖ ଯେତେ ପାଖଉଛି, ସେତେ ପରିମାଣରେ ପାଟକୁରା ଉଠୁଛି ପଡୁଛି । ବିଜେଡି ଓ ବିଜେପି ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା  ଓ ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ  ଡେରାବିଶର ବିଭିନ୍ନ ଅଞ୍ଚଳରେ ଘର ଘର ବୁଲି ବିଜୟ ମହାପାତ୍ରଙ୍କ ପାଇଁ ଭୋଟ୍‌ ମାଗିଛନ୍ତି।  ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ ମଧ୍ୟ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିଛନ୍ତି। ଦୁଇ ଦଳ ପକ୍ଷରୁ କରାଯାଉଛି ବାଇକ ରାଲି।

ବିଜେପି ନେତାଙ୍କ ବୟାନରେ ଗୋଳିଆ ହେଉଛି ପାଟକୁରା ପାଣି

ବିଜେପି ପ୍ରଭାରୀଙ୍କ ଏହି ବୟାନ ଏବେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଛି । ପାଟକୁରା ଠାରେ ଆୟୋଜିତ ଏକ ନିର୍ବାଚନୀ ସଭା ପରେ ଅରୁଣ ସିଂହ ଗଣମାଧ୍ୟମକୁ କହିଛନ୍ତି, ବିଜେଡିର କିଛି ନେତା ଚାହୁଁଛନ୍ତି , ପାଟକୁରାରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର  ବିଜୟ ହୁଅନ୍ତୁ । ଯଦି ଏପରି ହୋଇଥାଏ ତେବେ ଏହା ଏକ ରାଜନୈତିକ ମୁଦ୍ଦା ବନିବ ଏବଂ ଭବିଷ୍ୟତରେ ବିଜେପିକୁ ସହାୟକ ହେବ ବୋଲି କହିଛି ବିଜେପି ।

ବିଜେଡି କହିଛି, ପାଟକୁରାରେ ଏକପାଖିଆ ନିର୍ବାଚନ ହେବ ଏବଂ ବିଜେଡି  ବିଜୟୀ ହେବ । ଦଳକୁ ନେଇ କିଏ କ’ଣ ମତ ରଖୁଛି ତାହା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛି ବିଜେଡି । ତେବେ ପାଟକୁରା ନିର୍ବାଚନକୁ ଆଉ ଅଳ୍ପଦିନ ବାକି ଥିବା ବେଳେ ବିଜେପିର ବୟାନ ପାଟକୁରାର ରାଜନୈତିକ ପାଣିକୁ ଗୋଳିଆ କରିଦେଇଛି ।

ପଢନ୍ତୁ: ଆଜି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ

Related posts

ଜମ୍ମୁର ୫ ଜିଲ୍ଲାରେ ପୁଣି ବନ୍ଦ ହେଲା ମୋବାଇଲ୍-ଇଣ୍ଟରନେଟ୍ ସେବା

Ratnamani Moharana

ପ୍ରତି ମାସରେ ରିପୋର୍ଟ ଦେବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ନବୀନ

Ratnamani Moharana

ବିକାଶକୁ ନେଇ ମହାଭାରତ। ମୋଦି ବନାମ୍ ନବୀନ

ENO Beuro

1 comment

Leave a Comment