POLITICALS

ପଶ୍ଚିମବଙ୍ଗ ରାୟଗଞ୍ଜରେ ମତଦାନ ସମୟରେ ନିର୍ବାଚନୀ ହିଂସା

ସିପିଏମ୍ ନେତା ମହମ୍ମଦ ସଲିମଙ୍କ ଗାଡି ଉପରେ ଆକ୍ରମଣ, ବୁଥ ଦଖଲ ଅଭିଯୋଗ

 

ଲୋକସଭା ନିର୍ବାଚନ ପାଇଁ ୧୨ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୫ ଆସନରେ ମତଦାନ  ଜାରି ରହିଛି । ପଶ୍ଚିମବଙ୍ଗର ତିନି ଲୋକସଭା ଆସନ (ଜଲପାଇଗୁଡି,ଦାର୍ଜିଲିଙ୍ଗ,ରାୟଜଙ୍ଗ୍)ରେ ଆଜି ଭୋଟ୍ ଥିବା ବେଳେ ଏହି ସମୟରେ ହିଂସା  ଦେଖିବାକୁ ମିଳିଛି ।  କିଛି ଲୋକ ସଂଘବଦ୍ଧ ଭାବେ ରାୟଗଞ୍ଜର ଇସଲାମପୁରରେ ସିପିଏମ୍ ନେତା ମହମ୍ମଦ ସଲିମଙ୍କ ଗାଡି ଉପରେ ଆକ୍ରମଣ କରିଥିଲେ। ଭିଡକୁ ନିୟନ୍ତ୍ରିତ କରିବା ପାଇଁ ପୁଳିସ ତରଫରୁ  ଲୁହବୁହା ଗ୍ୟାସର ବ୍ୟବହାର କରାଯାଇଥିଲା । ଏହି  ଆକ୍ରମଣରେ ଟିଏମସି କାର୍ଯ୍ୟକର୍ତ୍ତା  ଜଡ଼ିତ ବୋଲି ଅଭିଯୋଗ ହୋଇଛି।

ହିଂସା କାଣ୍ଡରେ ଜଡ଼ିତ ଲୋକମାନେ ସ୍ଥାନୀୟ ଲୋକଙ୍କୁ ଭୋଟ୍ ଦେବାପାଇଁ ବାରଣ କରିଥିଲେ । ଏହା ପରେ ଜାତୀୟ ରାଜପଥ ୩୪ କୁ ମଧ୍ୟ ଅବରୋଧ  କରିଥିଲେ । ପଶ୍ଚିମବଙ୍ଗର  ଇସଲାମପୁର ନର୍ଥ ଦିନାଜପୁରର ଛୋପରାରେ ଏହି ଘଟଣା ଘଟିଛି । ହିଂସା କାରଣରୁ ସ୍ଥାନୀୟ ଲୋକମାନେ ଭୋଟ୍ ଦେବା ପାଇଁ ଡରୁଥିବା ନଜର ଆସିଥିଲେ । ଏହାପରେ ପୁଲିସ୍ ଭୋଟରଙ୍କୁ ବୁଝାଇବା ସହ ସୁରକ୍ଷା ଯୋଗାଇ ଦେବାର ପ୍ରତିଶ୍ରୁତି ଦେବା ପରେ ସେମାନେ ଆସିଥିଲେ  ।

ପଢନ୍ତୁ: ଆଜି ତାଳଚେରର ପ୍ରସିଦ୍ଧ ହେଙ୍ଗୁଳା ଯାତରେ ଶୁଣିବା ହୃଦୟସ୍ପର୍ଶୀ ଭଜନ “ଆସୁଛି ହେଙ୍ଗୁଳା ଯାତ”

Related posts

ଚିଲିକାରେ ନବୀନ ଖୋଲିଲେ ଚିଲିକା କାର୍ଡ

Ratnamani Moharana

ମୁଖ୍ୟମନ୍ତ୍ରୀ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଲା ବିଜେପି

Ratnamani Moharana

ଉପବାଚସ୍ପତି ପଦ ପାଇଁ ବିଜେଡିକୁ ଶିବସେନାର ବିରୋଧ

Ratnamani Moharana

Leave a Comment