News

ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ଦୁର୍ଗମ ଅଞ୍ଚଳକୁ ପଠାଗଲା ପୋଲିଂ ଟିମ୍, ଇଭିଏମ୍

ଆସନ୍ତା ୧୧ରେ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ଭୋଟ୍। ରାଜନୈତିକ ଦଳମାନଙ୍କ ପାଇଁ ଆଜି ଶେଷ ସୁଯୋଗ ଅଟେ ଭୋଟରଙ୍କ ମନ ଜିଣିବା ପାଇଁ। ମତଦାନ ଦିନ କିପରି ଶୃଙ୍ଖଳାର ସହ ମତଦାନ ଦିଆଯିବ ସେ ନେଇ ପ୍ରସ୍ତୁତ ଓଡିଶାର ସୁରକ୍ଷା ବାହିନୀ । ଏପଟେ ନିର୍ବାଚନ କମିଶନର ଭୋଟ ଗ୍ରହଣ ପାଇଁ କରୁଛି ଜୋରସୋର ପ୍ରସ୍ତୁତି। ଏଥିପାଇଁ ନିର୍ବାଚନ କମିଶନ ଆଜିଠାରୁ ପୁଲିଂ ଟିମ୍  ସହ ଇଭିଏମ୍  ପଠାଉଛି ନିର୍ବାଚନ କମିଶନ।

୧୧ତାରିଖରେ ୪ଟି ଲୋକସଭା  ୨୮ଟି ବିଧାନସଭା  ପାଇଁ ଭୋଟ୍ ଗ୍ରହଣ ହେବ । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ବିଧାନସଭା ଆସନ ପାଇଁ ମତଦାନ ହେବ । କୋରାପୁଟ ଜିଲ୍ଲାରେ ମୋଟ୍ ୯ ଲକ୍ଷ ୪୮ ହଜାର ୬୬୨ ଭୋଟର ସେମାନଙ୍କ ମତଦାନ କରିବେ । ଜିଲ୍ଲାର ମୋଟ୍ ୫ଟି ବିଧାନସଭା ଆସନରେ ୧୧୪୧ ବୁଥ୍  କରାଯାଇଛି । ୭୬୩୦ ଜଣ ପୁଲିଂ ଅଧିକାରୀ  ନିୟୋଜିତ ହେବେ ।
ପଢନ୍ତୁ: ପାକର ଏଫ – ୧୬ ବିମାନ ଖସାଇଛି ଭାରତ: ଭାରତୀୟ ବାୟୁସେନାର ଅକାଟ୍ୟ ପ୍ରମାଣ

Related posts

ରାଜଧାନୀ : କାର୍‌ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

ENO Beuro

ମଝି ଆକାଶରେ ୨୦ ମିନିଟ୍‌ର ଆତଙ୍କ : ମହିଳା ପାଇଲଟଙ୍କ ଯୋଗୁ ବଞ୍ଚିଲା ୧୪୮ ଜୀବନ

ENO Beuro

ସେନା ପାଇଁ କିଣାଯିବ ୧୦ ଲକ୍ଷ ହ୍ୟାଣ୍ଡଗ୍ରେନେଡ: ପ୍ରତିରକ୍ଷା ମନ୍ତ୍ରାଳୟ

Ratnamani Moharana

Leave a Comment