News

ଭୁବନେଶ୍ଵରର ଏହି ୧୧ଟି ସେଣ୍ଟର୍‌ରେ ପଲ୍ୟୁସନ୍ ଚେକ୍‌ କରିପାରିବେ ରାଜଧାନୀବାସୀ

77759232110201823059777 1540286876

ନୂଆ ଟ୍ରାଫିକ୍ ନିୟମ ପାଇଁ ସାରା ଦେଶରେ ଏବେ ଜୋରଦାର ଧରପଗଡ଼ ଚାଲିଛି। ନିୟମ ଉଲ୍ଲଙ୍ଘନକାରୀଙ୍କ ପାଖରୁ ମୋଟା ଅଙ୍କର ଫାଇନ୍‌ ଆଦାୟ କରାଯାଉଛି। ତେବେ ପଲ୍ୟୁସନ୍ ସାର୍ଟିଫିକେଟ୍  ପାଇଁ ଲୋକଙ୍କୁ  ମାସେ ସମୟ ଦେଇଛନ୍ତି ସରକାର। ଏହି ମାସକ ଭିତରେ ଗାଡ଼ି ଚାଳକଙ୍କୁ ପ୍ରଦୁଷଣ ପ୍ରମାଣପତ୍ର ହାସଲ କରିବାକୁ ପଡ଼ିବ। ଏଥିପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସାରା ରାଜ୍ୟରେ ମୋଟ ୨୯ଟି ପଲ୍ୟୁସନ୍ ସାର୍ଟିଫିକେଟ୍ ସେଣ୍ଟର୍ ଖୋଲାଯାଇଛି। କେବଳ ରାଜଧାନୀ ଭୁବନେଶ୍ୱରର ମୋଟ୍ ୧୧ଟି ସ୍ଥାନରେ ଏହି ପ୍ରଦୁଷଣ ସେଣ୍ଟର୍ ଖୋଲାଯାଇଛି ।

୧.ଭୁବନେଶ୍ୱର ନୟାପଲ୍ଲୀ  ଅଞ୍ଚଳର ଗାର୍ଗସନ୍ ଅଟୋମୋବାଇଲ୍ସ ପ୍ରାଇଭେଟ୍ ଲିମିଟେଡ୍
୨. ନୟାପଲ୍ଲୀ ନାବାର୍ଡ ସମ୍ମୁଖରେ ଥିବା ଭାରତ ଅଟୋମୋବାଇଲ୍ସ
୩. ମଞ୍ଚେଶ୍ୱର ଏସ୍‌ବିଆଇ ଛକରେ ଥିବା ଗାର୍ଗସନ୍ ପ୍ରୋପଟିଜ୍ ପ୍ରାଇଭେଟ୍ ଲିମିଟେଡ୍
୪. ପଟିଆ କାନନ ବିହାର, ଫେଜ୍-୨ରେ ଥିବା ଭାରତ ଅଟୋମୋବଇଲ୍ସ
୫. ମଞ୍ଚେଶ୍ୱରରେ ଥିବା ଭାରତ ମୋଟର୍ସ
୬. ଚନ୍ଦ୍ରଶେଖରପୁରର ଶୁଭମ ମୋବାଇଲ ପଲ୍ୟୁସନ୍ ଟେଷ୍ଟିଙ୍ଗ ସେଣ୍ଟର୍
୭. ପଟିଆରେ ଥିବା ମୋହିତ ମୋବାଇଲ୍ ପଲ୍ୟୁସନ୍ ସେଣ୍ଟର୍
୮. ଖଣ୍ଡଗିରିରେ ଥିବା ମା’ ଲକ୍ଷ୍ମୀ ପଲ୍ୟୁସନ୍ ଟେଷ୍ଟିଙ୍ଗ ସେଣ୍ଟର୍
୯. ଚନ୍ଦ୍ରଶେଖରପୁରରେ ଥିବା ନିର୍ମଳ ସାଇ ପଲ୍ୟୁସନ୍ ଟେଷ୍ଟିଙ୍ଗ ୟୁନିଟ୍
୧୦. ଝାରପଡାର ନାରାୟଣ ମୋଟର୍‌ସ
୧୧. ପାହାଳ, ବାଲିଅନ୍ତାରେ ଥିବା ଚିନ୍ତାମଣିଶ୍ୱର ଫିଲିଙ୍ଗ ଷ୍ଟେସନ୍ ।

Car Pollution

ଏହି ସେଣ୍ଟର୍‌ଗୁଡ଼ିକରୁ ଆପଣ ଆପଣଙ୍କ ଗାଡ଼ିର ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇପାରିବେ । ତେଣୁ ଆସନ୍ତା ୧ ମାସ ଭିତରେ ଆପଣ ଆପଣଙ୍କ ପଲ୍ୟୁସନ୍ ସାର୍ଟିଫିକେଟ୍ ବାହାର କରେଇନିଅନ୍ତୁ । ନଚେତ୍ ୧ ମାସ ପରେ ଏହି ସାର୍ଟିଫିକେଟ୍ ନଥିଲେ ପୁଣି ଥରେ ଆପଣଙ୍କୁ ୧୦,୦୦୦ ଟଙ୍କାର ଜୋରିମାନା ଦେବାକୁ ହେବ।

ପଢନ୍ତୁ: ଭଦ୍ରକରେ କୁମ୍ଭୀର ଆତଙ୍କ, ବିଲରେ ତଳି ରୋଉଥିବା ବେଳେ ଚାଷୀଙ୍କୁ ଗିଳିଦେଲା କୁମ୍ଭୀର

Related posts

ଆଜି ପୁରୀରେ ଜଳିବ ଆଲୁଅ !

Ratnamani Moharana

ବ୍ୟାରେଲ ପିଛା ତେଲ ଦର ଆଜି ୬୩ ଡଲାର ପହଞ୍ଚିଛି , ୮୦ ଟଙ୍କା ଛୁଇଁପାରେ ପେଟ୍ରୋଲ ଦର

ENO Beuro

ସୁପ୍ରିମକୋର୍ଟ ବିବାଦର ଆଜି ହୋଇପାରେ ସମାଧାନ !

ENO Beuro

1 comment

ଶରୀରର ତାପରୁ ଚାର୍ଜ ହେବ ସ୍ମାର୍ଟଓ୍ବାଚ September 7, 2019 at 4:54 pm

[…] ଭୁବନେଶ୍ଵରର ଏହି ୧୧ଟି ସେଣ୍ଟର୍‌ରେ ପଲ୍ୟୁ… […]

Leave a Comment