News

ପ୍ଲାଷ୍ଟିକ୍‌ ନିଷେଧ : ଆଜିଠୁ ୬ ସହରରେ କଡାକଡି

ବିକିଲେ ,ବ୍ୟବହାର କଲେ ଦଣ୍ଡ

ଆଜି ଠୁ ୬ଟି ସହରରେ କଡାକଡି ହେବ ପଲିଥିନ କଟକଣା। ଅକ୍ଟୋବର ୩୧ ପର୍ଯ୍ୟନ୍ତ ସଚେତନତା ଲାଗି ସରକାର ସମୟ ଦେଇଥିବା ବେଳେ ନଭେମ୍ବର ପହିଲାରୁ ଏହି କଟକଣା କଡାକଡି ପାଳନ ସହ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ରହିଛି। ଗତକାଲି ସଚେତନତାର ଅବଧି ଶେଷ ହୋଇଛି। ଆଜି ଠାରୁ ଜରିମାନା ଆଦାୟକୁ କଡାକଡି କରାଯିବାକୁ ଥିବାବେଳେ ପାଦେ ଆଗକୁ ଯାଇଛି ପୁରୀ ପୌରସଂସ୍ଥା

ban

ନିଷ୍ପତି ଅନୁସାରେ, ସାଧାରଣ ଖାଉଟିଙ୍କ ପାଇଁ ୨୦୦, ୫୦୦ ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯିବ। ସେହିପରି ରାସ୍ତାକଡ ଦୋକାନ ପାଇଁ ୫୦୦,୧୦୦୦,୨୦୦୦ ଟଙ୍କା ଜରିମାନା ଲାଗିବ। ଛୋଟ ରେଷ୍ଟୁରାଣ୍ଟ ପାଇଁ ୧୦୦୦, ୨୦୦୦ ଟଙ୍କାରୁ ୫୦୦୦ ଟଙ୍କା ଓ ବଡ ବଡ ହୋଟେଲ ପାଇଁ ୨୦୦୦ ରୁ ୫୦ ହଜାର ଟଙ୍କା ଜୋରାମାନା ଧାର୍ଯ୍ୟ କରାଯାଇଛି। ୩ ଥର ଅର୍ଥ ଜୋରିମାନା ପରେ ଧରାପଡିଲେ ସମ୍ପୃକ୍ତ ବ୍ୟକ୍ତି ଓ ବ୍ୟବସାୟୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହେବ। ଦରକାର ପଡିଲେ ଟ୍ରେଡ୍ ଲାଇସେନ୍ସ ବାତିଲ ପାଇଁ ମଧ୍ୟ ବୈଠକରେ ନିଷ୍ପତି ହୋଇଛି।

ସୂଚନା ମୁତାବକ, ଗାନ୍ଧୀ ଜୟନ୍ତୀଠାରୁ ରାଜ୍ୟ ୫ଟି ମହାନଗର ନିଗମ ଓ ପୁରୀ ସହରରେ ପଲିଥିନ୍‌ ବ୍ୟବହାର ଉପରେ କଟକଣା ଜାରି କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, କଟକ ଓ ରାଉରକେଲା ମହାନଗର ନିଗମ ସହ ପୁରୀ ମ୍ୟୁନିସିପାଲଟିରେ ପଲିଥିନ ବ୍ୟାନ କରାଯାଇଛି । କିନ୍ତୁ ଏହା ସଂପୂର୍ଣ୍ଣ ଭାବରେ କାର୍ୟ୍ୟୁକାରୀ ହୋଇ ନଥିବା ଦେଖାଯାଇଛି । ସେଥିଲାଗି ଜରିମାନା ଆଦାୟକୁ କଡାକଡି କରାଯାଇଛି।

ପଢନ୍ତୁ; ‘ଏକତା ଦୌଡ଼’ର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

Related posts

ଭାରତୀୟ ବାୟୁସେନା ଚୀନ୍‌କୁ କଡ଼ା ଟକ୍କର ଦେବାପାଇଁ ନିର୍ମାଣ କରିବ ଏୟାରଫିଲ୍ଡ

ENO Beuro

ଭିଏତନାମ ରାଷ୍ଟ୍ରପତିଙ୍କ ପରଲୋକ

ENO Beuro

କାର୍ୟ୍ୟରତ ଆଶାକର୍ମୀଙ୍କ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More