ପୁଣିଥରେ ଲୋକପ୍ରିୟ କଳାକାର ମୀନକେତନ ଦାସ ଙ୍କ ଅଭିନୟର ଯାଦୁରେ ଦର୍ଶକେ ହେବେ ମତୁଆଲା

ପୁଣିଥରେ ଲୋକପ୍ରିୟ କଳାକାର ମୀନକେତନ ଦାସ ଙ୍କ ଅଭିନୟର ଯାଦୁରେ ଦର୍ଶକେ ହେବେ ମତୁଆଲା

ପୁଣିଥରେ ଲୋକପ୍ରିୟ କଳାକାର ମୀନକେତନ ଦାସ ଙ୍କ ଅଭିନୟର ଯାଦୁରେ ଦର୍ଶକେ ହେବେ ମତୁଆଲା । ଆଜ୍ଞା ହଁ, ଆଗାମୀ ସିନେମା “ବଦମାସ ଟୋକା” ପୁଣିଥରେ ଦର୍ଶକ ଙ୍କ ପାଇଁ ସେ ସୁଯୋଗ ଆଣୂଛି ।

ବହୁ ସିନେମାରେ ବିଭିର୍ଣ୍ଣ ରୁପରେ ଆସିଥିବା ମୀନକେତନ, ଏଥିରେ ଉଭୟ ସକାରାତ୍ମକ ଓ ନକରାତ୍ମକ ଚରିତ୍ରରେ ଆସୁଛନ୍ତି । ଏହି କାହାଣୀରେ ମଜା, ମସ୍ତି, ଏକଶନ, ରୋମାନ୍ସ ଓ ଅନେକ ମସଲାରେ ଭରପୁର ଅଛି ।

ଉଦୟନ ଅପରାଜିତ, ମାଳବିକା ଓ ଶିବାଙ୍କୁ ଏଥିରେ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଅସିତ ପତି ଏଥିରେ ଖଳନାୟକ ଭୂମିକାରେ ଆସୁଛନ୍ତି । କମେଡୀ ଷ୍ଟାର ସୁମନ ଙ୍କ ଚରିତ୍ର ମଧ୍ୟ ଖୁବ ମଜାଦାର । ଏଥି ସହିତ ମିହିର ଦାସ ଓ ଅଶ୍ରୁମୋଚନ ଙ୍କ ଅଭିଜ୍ଞତା ମଧ୍ୟ ଏଥିରେ ଦେଖିବାକୁ ମିଳିବ ।

ପ୍ରଯୋଜକ ସୌଭାଗ୍ୟ ରଞ୍ଜନ ପରିଡାଙ୍କ କହିବା ଅନୁଯାଇ ବହୁ ଅନୁଭବି କଳାକାର ଏହି ସିନେମାର ଅଂଶ ବିଶେଷ । ସେ ବହୁ ସକାରାତ୍ମକ ଚିନ୍ତାଧାରା ସହ ଆଗକୁ ଚାଲୁଛି କି ଯେମିତି ସବୁକିଛି ଠିକ ହେବ । ଏହା ଏକ ଭିର୍ଣ୍ଣ ଧରଣର, ଭିର୍ଣ୍ଣ ରୁଚିର ଓ ଭିର୍ଣ୍ଣ ସ୍ଵାଦର ସିନେମା ଟିଏ ।

ଏହି ସିନେମାଟି  ଆସନ୍ତା କାଲି (୧୫ ସେପ୍ଟେମ୍ବର) ପ୍ରେକ୍ଷାଳୟକୁ ଆସୁଛି ।

ଏଠାରେ କହିରଖୁଚୁ ଯେ, ଲୋକପ୍ରିୟ ମିନକେତନ ବା ଅତି ପ୍ରିୟର ମିନ ଭାଇ   ଗତ ଜୁଲାଇ ୧ ରେ କର୍କଟ ରୋଗରେ ମୃତ୍ୟୁ ବରଣ କରିଥିଲେ । କିନ୍ତୁ ଯିବା ପୂର୍ବରୁ ସେ ବଦମାସ ଟୋକା ସିନେମାଟିରେ ତାଙ୍କ ସ୍ମୃତି ରଖିଯାଇଛନ୍ତି ।

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More