Spread the loveଓଡିଆ ଲୋକପ୍ରିୟ ଅଭିନେତା ପପୁ ପମ୍‌ପମ୍‌ ଏବେ ଏକ ନୂଆ ଓଡ଼ିଆ ସିନେମା “ମୁଁ ଖାଣ୍ଟି ଓଡ଼ିଆ ଝିଅ” ରେ କାମ କରୁଛନ୍ତି ଯେଉଁଥିରେ ତାଙ୍କୁ ମିଳିଛି ଜଣେ ଗୁୁପ୍‌ଚୁପ୍‌... ଲୋକପ୍ରିୟ ଅଭିନେତା ପପୁ ପମ୍‌ପମ୍‌ ଙ୍କ ନୂଆ ଓଡ଼ିଆ ସିନେମା “ମୁଁ ଖାଣ୍ଟି ଓଡ଼ିଆ ଝିଅ”
Spread the love

ଓଡିଆ ଲୋକପ୍ରିୟ ଅଭିନେତା ପପୁ ପମ୍‌ପମ୍‌ ଏବେ ଏକ ନୂଆ ଓଡ଼ିଆ ସିନେମା “ମୁଁ ଖାଣ୍ଟି ଓଡ଼ିଆ ଝିଅ” ରେ କାମ କରୁଛନ୍ତି ଯେଉଁଥିରେ ତାଙ୍କୁ ମିଳିଛି ଜଣେ ଗୁୁପ୍‌ଚୁପ୍‌ ବିକାଳିର ଭୂମିକା । ସେହି ଅଞ୍ଚଳରେ ତାଙ୍କର ଗୁୁପ୍‌ଚୁପ୍‌  ଚୁଡ଼ା ଗୁୁପ୍‌ଚୁପ୍‌ ନାମରେ ଖୁବ୍‌ ଲୋକପ୍ରିୟ କାରଣ, ତାଙ୍କର ଚରିତ୍ର ନାମ ହେଉଛି ଚୂଡା ।

ହାସ୍ୟ ଅଭିନେତା ପପୁ ଅଭିନୟ ଛଡା ଏ ସିନେମା ର ଏକ ଗୀତରେ ନିଜ କଣ୍ଠ ଦାନ ମଧ୍ୟ କରିଛନ୍ତି। ଏଥିରେ ଏଲିନା, ରନବୀର, ସିଦ୍ଧାନ୍ତ ଏବୋଂ ବହୁ ନାମୀ କଳାକାର ମଧ୍ୟ ଅଛନ୍ତି। ଏଲିନ ଓ ରନବୀର ମୁଖ୍ୟ ଭୂମିକରେ ଆସୁଥିବା ବେଳେ ଏହା ଏକ ନାରୀ କେନ୍ଦ୍ରିକ ସିନେମା ବୋଲି ବିଶେଷ ସୂତ୍ରରୁ ପ୍ରକାଶ ।

ଏହା ଛଡା ସେ ଏବେ ଅନେକ ଗୁଡିଏ ସିନେମା କାର୍ଯ୍ୟରେ ବ୍ୟସ୍ତ । ବାବୁଶାନ ଙ୍କ ସୁନା ପିଲା ଟିକେ ସ୍କ୍ରୁ ଢିଲା, ଯୋକର (ପପୁ ପମ୍‌ପମ୍‌ ଓ ଲିପଶା ), ଶ୍ରିତମଙ୍କ ଦୀୱାନା ହେଲି ତୋ ପାଇଁ,  ସୁରୟମୟୀ ଙ୍କ ସିନେମା ଶକ୍ତି ଇତ୍ୟାଦି।

ସବୁ ସିନେମାରେ ତାଙ୍କର ଅଭିନୟ ର ଜାଦୁ ଦର୍ଶକଙ୍କୁ ଆକ୍ରୁଷ୍ଟ କରେ। ସେ ମଧ୍ୟ କମେଡୀ କିଂ ନାମରେ ଓଡିଆ ସିନେମା ଜଗତରେ ଲୋକପ୍ରିୟ। ସେ ନଥିଲେ ସିନେମା ର ମଜା ନଥାଏ। ତେଣୁ ସମସ୍ତ ସିନେ ପ୍ରେମୀ, ସିନେମା ର ନାୟକ ନାୟିକା ଙ୍କ ସହ ପପୁ ଙ୍କ କମେଡୀ ର ମଜା ନେବାକୁ ପସନ୍ଦ କରନ୍ତି ।

Papu Pam Pam

No comments so far.

Be first to leave comment below.

Your email address will not be published. Required fields are marked *