• Home
  • Celebs News
  • ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ସଂଳାପ ଲେଖକ, ଡାକ୍ତର ସୁବୋଧ ପଟ୍ଟନାୟକ ଆଉ ନାହାନ୍ତି
Celebs News

ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ସଂଳାପ ଲେଖକ, ଡାକ୍ତର ସୁବୋଧ ପଟ୍ଟନାୟକ ଆଉ ନାହାନ୍ତି

ଓଡ଼ିଆ ଚଳଚ୍ଚିତ୍ର ଜଗତର  ସୁନାମଧନ୍ୟ ସଂଳାପ ଲେଖକ, ଡାକ୍ତର ସୁବୋଧ ପଟ୍ଟନାୟକ ଆଉ ଆମ ଗହଣରେ ନାହାନ୍ତି । ଆଜି ସକାଳ ୬.୩୦ରେ ତାଙ୍କ ବାସଭବନରେ ଅଚାନକ ହୃଦକ୍ରିୟା ବନ୍ଦ ଯୋଗୁଁ ପରଲୋକ ଘଟିଛି । ଓଡ଼ିଆ ନାଟ୍ୟ ଜଗତର ଜଣେ ସୁପରିଚିତ ନାଟ୍ୟକାର ରୂପେ ଖ୍ୟାତି ଅର୍ଜନ କରିଥିଲେ । ମୃତ୍ୟୁ  ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସେ ତାଙ୍କ ସ୍ତ୍ରୀ ଓ ଦୁଇଟି ଝିଅଙ୍କ ସହ ରହୁଥିଲେ ।

ଓଡିଆ ଜଗତ ଏକ ବିରଳ ବ୍ୟକ୍ତିତ୍ଵ କୁ ହରେଇଛି । ଓଡିଆ ସିନେମା ଜଗତ ପ୍ରତି ତାଙ୍କର ଅବଦାନ ଖୁବ ଗୁରୁତ୍ୱପୂର୍ଣ୍ଣ ଥିଲା ।  ଓଡ଼ିଆ ନାଟ୍ୟ ଜଗତର ସେ ଜଣେ ସୁପରିଚିତ ନାଟ୍ୟକାର ରୂପେ ମଧ୍ୟ ଖ୍ୟାତି ଅର୍ଜନ କରିଥିଲେ । ବୃତ୍ତିରେ ଜଣେ ଡାକ୍ତର ହୋଇଥିଲେ ହେଁ ନାଟକ ରଚନା ଓ ସଂଳାପ ଲେଖାରେ ନିଜର ରୁଚି ରଖିଥିଲେ ।

୧୯୮୪ରେ ମୁକ୍ତିଲାଭ କରିଥିବା ବହୁ ଚର୍ଚିତ ଚଳଚିତ୍ର “ଦଣ୍ଡା ବାଳୁଙ୍ଗା” ରେ ଡାକ୍ତର ସୁବୋଧ ପଟ୍ଟନାୟକ ସର୍ବପ୍ରଥମେ ସଂଳାପ ଲେଖିବାର ସୁଯୋଗ ପାଇଥିଲେ ।  ଏହି ସିନେମାର  ପ୍ରଯୋଜକ ଥିଲେ ସ୍ୱର୍ଗତଃ ବସନ୍ତ ନାୟକ ଏବଂ ନିର୍ଦ୍ଦେଶନା ଦେଇଥିଲେ ସ୍ୱର୍ଗତ ମହମ୍ମଦ ମହସୀନ । ଏହାପରେ ସେ କ୍ରମାଗତ ଭାବେ ୬୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ର ଏବଂ ୩୦ରୁ ଊର୍ଦ୍ଧ୍ୱ ଟେଲି ଧାରାବାହିକର ସଂଳାପ ରଚନା କରିଥିଲେ ।

ଡାକ୍ତର ସୁବୋଧ ପଟ୍ଟନାୟକଙ୍କ ସଂଳାପରେ ସମୃଦ୍ଧ ଅନ୍ୟାନ୍ୟ ଉଲ୍ଲେଖନୀୟ ଚଳଚ୍ଚିତ୍ର ରହିଛି  ଜନନୀ, ଜଗା ହାତରେ ପଘା, ଚକା ଭଉଁରୀ, ମମତାର ଡୋରୀ, ମମତା ମାଗେ ମୂଲ, ଚକା ଆଖି ସବୁ ଦେଖୁଛି, ଜାଇଫୁଲ, ପାପପୁଣ୍ୟ,  ଆମ ଘର ଆମ ସଂସାର, ଏଇ ତ ଦୁନିଆ,  ସୁନା ସଂସାର,  କାଳ ଚକ୍ର, ସାବତ ମାଆ, ସିନ୍ଦୁର ନୂହେଁ ଖେଳ ଘେର,  ସୁନା ଶଂଖାଳି, ଗଙ୍ଗା ଯମୁନା, କପାଳ ଲିଖନ, ସୁହାଗ ସିନ୍ଦୁର,  ସୁନା ହରିଣୀ, ଜୀବନ ସାଥୀ,  କଳକୀ ଅବତାର,  ମାଆ ପରି କିଏ ହେବ,  ତୁ ଏକା ଆମ ସାହା ଭରସା,  ଏ ଯୁଗର କୃଷ୍ଣ ସୁଦାମା,  ଆଇ ଲଭ୍‌ ୟୁ ଏବଂ  ଓମ୍‌  ସାଇ ରାମ୍‌ ।

ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ଇନ୍ୟୁଜଓଡିଆ ର ପୁରା ପରିବାର ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।

ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ସଂଳାପ ଲେଖକ ଡାକ୍ତର ସୁବୋଧ ପଟ୍ଟନାୟକ ଆଉ ନାହାନ୍ତି .  ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ସଂଳାପ ଲେଖକ, ଡାକ୍ତର ସୁବୋଧ ପଟ୍ଟନାୟକ ଆଉ ନାହାନ୍ତି

Related posts

“Goodly Rath” Is The Famous Musician Of Ollywood

Jitendra

Odia Boy Sisir Kumar Sahu In Bollywood

Jitendra

ପ୍ରଥମ ଥର ପାଇଁ ଓଡ଼ିଆ ଚଳଚିତ୍ର “ପ୍ରେମ ନା ଆଉ କିଛି” ରେ ଗୀତ ଗାଇଲେ ସତ୍ୟଜିତ ଜେନା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More