News

ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ପତ୍ନୀ ପ୍ରବୀଣା ମହାନ୍ତିଙ୍କ ପରଲୋକ

Bi

ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ପତ୍ନୀ ପ୍ରବୀଣା ମହାନ୍ତି  ଆଉ ନାହାନ୍ତି। ଶୁକ୍ରବାର ରାତି ୯ଟା ୩୦ରେ ‌ଶେଖବଜାରସ୍ଥିତ ‘ବିଚିତ୍ରବର୍ଣ୍ଣା’ ବାସଭବନରେ ହୃଦ୍‌ଘାତରେ ତାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ବର୍ଷ ହୋଇଥିଲା।  ତାଙ୍କ ବିୟୋଗ ଖବର ପାଇ ଓଡ଼ିଆ କଳାକାର ଜଗତର ଅନେକ ନାମୀ ଦାମୀ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ ପାଇଁ ଅକ୍ଷୟଙ୍କ ବାସଭବନରେ ପହଞ୍ଚିଛନ୍ତି ।

Binapaani

ଗତକାଲି ରାତିରେ ପ୍ରବୀଣା ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ହସପିଟାଲ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।  ତାଙ୍କ ମରଶରୀରକୁ କଟକ ଶେଖବଜାର ସ୍ଥିତ  ତାଙ୍କ ବାସଭବନକୁ ଅଣାଯାଇଛି। ୧୯୪୬ମସିହାରେ ଜଗତ୍‌ସିଂହପୁର ତିର୍ତ୍ତୋଲ ରାହାମାରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତ ମହାନ୍ତି କଟକ ରେଭେନ୍‌ସା ଗାର୍ଲସ ହାଇସ୍କୁଲରୁ ଶିକ୍ଷା ସମାପ୍ତ କରିଥିଲେ। ୧୯୬୭ ମସିହାରେ ସେ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କୁ ବିବାହ କରିଥିଲେ।ଅକ୍ଷୟ ମହାନ୍ତିଙ୍କ ସଫଳତା ପଛରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା ବୋଲି କୁହାଯାଏ।

ପଢନ୍ତୁ: ସବୁ ଚାଷୀଙ୍କ ପାଇଁ ପିଏମ୍‌-କିଷାନ୍‌ ଯୋଜନା, ବର୍ଷକୁ ମିଳିବ ୬ ହଜାର ଟଙ୍କା

Related posts

Kathajodi River Trisulia Bridge, Dedicated As Netaji Subhas Chandra Bose Setu

ENO Beuro

ରାଜଧାନୀରେ ଲୋମଟଙ୍କୁରା ହତ୍ୟାକାଣ୍ଡ:ପ୍ରେମିକାଙ୍କୁ ହତ୍ୟା,ଚନ୍ଦକାରୁ ମିଳିଲା ଗଣ୍ଡି, ଖଣ୍ଡଗିରିରୁ ମୁଣ୍ଡ

ENO Beuro

ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଯୋଗଦେଲେ କଂଗ୍ରେସର ମିଶ୍ରଣ ପର୍ବରେ

Jitendra

Leave a Comment