News

ବିଗତ ଦିନର ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ସ୍ମୃତି ଇରାନି ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ

ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ଟେଲିଭିଜନ ଅଭିନେତ୍ରୀ ସ୍ମୃତି ଇରାନି

ଅନେକ ଥର ରାଜନୈତିକ ଗାଦି ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀମାନଙ୍କ ଦ୍ଵାରା ଅଳଙ୍କୃତ ହେଉଥିବା ଲୋକଲୋଚନାକୁ ଆସିଛି । ତେବେ ଏଥର ଚର୍ଚ୍ଚାକୁ ଆସିଛନ୍ତି ଲୋକପ୍ରିୟ ଚେହେରା ତଥା କେନ୍ଦ୍ର ବୟନ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନି । ଗୁଜୁରାଟର ମୁଖ୍ୟମନ୍ତ୍ରୀ ପଦକୁ ସ୍ମୃତି ଇରାନି ଗ୍ରହଣ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି।

ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି କଂଗ୍ରେସ ଠାରୁ କଡ଼ା ଟକ୍କର କରି ଷଷ୍ଠ ଥର ଲାଗି ଶାସନ କ୍ଷମତା ବଜାୟ ରଖି ରେକର୍ଡ କରିଛି । ତେବେ ନିଜ ଦଖଲରେ ଥିବା ଅନେକ ଦୃଢ଼ ନିଶ୍ଚିତ ଆସନକୁ ଚଳିତ ନିର୍ବାଚନରେ ହରାଇ ବିଜେପି ଏବେ ସେଠାକାର ନେତୃତ୍ୱରେ କିଛି ତ୍ରୁଟିବିଚ୍ୟୁତି ରହିଥିବା ଅନୁମାନ କରୁଛି। ଅପରପକ୍ଷେ, ରାଜ୍ୟର ମୁଖ୍ୟମନ୍ତ୍ରୀ ପଦକୁ ବିଜୟ ରୁପାନିଙ୍କ ବିକଳ୍ପ ଭାବେ ଏକ ଲୋକପ୍ରିୟ ଚେହେରାକୁ ଦଳ ଗାଦିରେ ବସାଇବା କଥା ବିଚାର କରୁଥିବା ଚର୍ଚ୍ଚା ହେଉଛି। ତେବେ ରୁପାନିଙ୍କ ସ୍ଥାନରେ ଅନ୍ୟତମ ଲୋକପ୍ରିୟ ଚେହେରା ତଥା କେନ୍ଦ୍ର ବୟନ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀସ୍ମୃତି ଇରାନିଙ୍କୁ ଅଭିଷେକ କରାଇବା ପାଇଁ ବିଜେପି ନେତୃମଣ୍ଡଳୀ ବିଚାର କରୁଥିବା ନେଇ ଶୁଣିବାକୁ ମିଳୁଛି । କାରଣ ନିର୍ବାଚନ ଫଳାଫଳ ପରେ ପରେ ଦଳର କେନ୍ଦ୍ରୀୟ ନେତୃତ୍ୱ ମୁଖ୍ୟମନ୍ତ୍ରୀ ପଦବି ପାଇଁ ସାଧାରଣ ଲୋକଙ୍କର ନିକଟତର ହେବା ପାଇଁ ଜଣେ ଲୋକପ୍ରିୟ ଚେହେରା ଖୋଜାପଡିଥିବା ଜଣାପଡିଛି ।

ସେହିପରି, ସ୍ମୃତିଙ୍କ ପରେ ଦ୍ୱିତୀୟ ପସନ୍ଦ ଭାବେ କେନ୍ଦ୍ରରେ ଥିବା ସଡ଼କ ପରିବହନ, ରାଜପଥ ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମାନୁଷ ଏଲ୍‌ ମାଣ୍ଡବ୍ୟ ଉଭା ହୋଇଛନ୍ତି। ଅନ୍ୟପକ୍ଷରେ ମାଣ୍ଡବ୍ୟ କୃଷକମାନଙ୍କର ଅତି ଲୋକପ୍ରିୟ ନେତା ଭାବେ ମଧ୍ୟ ପରିଚିତ ।

smruti irani

ପଢନ୍ତୁ, ଜାତୀୟ ପ୍ରତିଯୋଗିତା “ହୋସଲା-୨୦୧୭” ର ବିଜୟୀ ମାନଙ୍କୁ ସମର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

Related posts

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯିବା ବେଳେ ସ୍ଵାମୀ ଅଗ୍ନିବେଶଙ୍କ ଉପରକୁ ଆକ୍ରମଣ

ENO Beuro

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ:ଡେରାଡୁନ୍‌ରେ ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ

ENO Beuro

ଆଜି ଗୁରୁପ୍ରିୟା ସେତୁ ଉଦଘାଟନ:ପୂରା ହେବ ୩୫ ହଜାର ଲୋକଙ୍କ ୫ ଦଶନ୍ଧିର ସ୍ଵପ୍ନ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More