VASTU

ସକରାତ୍ମକ ଚିନ୍ତାଧାରା ସଫଳତାର ପ୍ରଥମ ପାହାଚ ! ଅଫିସରେ ଥିବା ବେଳେ ଆପଣାନ୍ତୁ ଏହି ଉପାୟ

ଯଦି ଆପଣଙ୍କୁ ଏହା ଲାଗୁଛି କି ଆପଣଙ୍କ ପାଖରେ କୌଣସି ଦକ୍ଷତା ନାହିଁ, ଯେଉଁଥିରେ ଲୋକମାନେ ପ୍ରଭାବିତ ହେବେ । ତେବେ ଆପଣ କୌଣସି ଚିନ୍ତା କରନ୍ତୁ ନାହିଁ କାରଣ ଆପଣ ଏହାକୁ ବଢାଇ ପାରିବେ । କୌଣସି ପ୍ରକାର ଚାକିରିରେ ସକରାତ୍ମକ ଚିନ୍ତାଧାରା ବା ଆତ୍ମବିଶ୍ୱାସ ନିହାତି ଜରୁରୀ । ଯାହାଦ୍ୱାରା ଆପଣ ଯେକୌଣସି କ୍ଷେତ୍ରରେ ସଫଳତା ହାସଲ କରିପାରିବେ ।

ଜାଣନ୍ତୁ କିଛି ଟିପ୍ସ, ଯାହା ଆପଣଙ୍କୁ ବିଭିନ୍ୟକ୍ଷେତ୍ରରେ ସାହାଯ୍ୟ କରିପାରିବ;

-ଚାକିରିରେ ନିଜର ଶତପ୍ରତିଶତ ଦିଅନ୍ତୁ :ଚାକିରି ଯାହାହେଉନା କାହିଁକି ଯଦି ଆପଣ ପୁରା ମନଲଗାଇ କାର୍ୟ୍ୟ କରିବେ, ତେବେ ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ । କୌଣସି ପ୍ରକାର ଚାକିରି ଆପଣଙ୍କଠାରୁ ଶତ-ପ୍ରତିଶତ ଚେଷ୍ଟା ଆଶା କରିଥାଏ । ଆପଣଙ୍କ ଇଚ୍ଛା ଶକ୍ତି ଓ ଚେଷ୍ଟା ଆପଣଙ୍କ ବାସ୍ତବିକ କାର୍ୟ୍ୟ କରିବାର ଶୈଳୀକୁ ଦର୍ଶାଇଥାଏ।

-ନକରାତ୍ମକ ମାହୋଲରୁ ଦୂରରେ ରୁହନ୍ତୁ :ଆମ ଚିନ୍ତାଧାରା ଆମ କାର୍ୟ୍ୟଶୈଳୀ ଉପରେ ପରିବେଷ୍ଟିତ । ଯଦି ଆପଣ ନକରାତ୍ମକ ଚିନ୍ତା ଧାରା ରଖିବେ, ତେବେ ଏହାର ପ୍ରଭାବ ଆପଣଙ୍କ କାର୍ୟ୍ୟରେ ନିଶ୍ଚୟ ରୂପେ ପଡିବ । ସେଥିପାଇଁ ପାରୁପର୍ୟ୍ୟନ୍ତ ନକରାତ୍ମକ ମାହୋଲରୁ ଦୂରେଇ ରୁହନ୍ତୁ ।

-ନିଜ କାର୍ଯ୍ୟକୁ ଭଲପାଆନ୍ତୁ:ଚାକିରିକୁ ନେଇ ସର୍ବଦା ଏକ୍ସସାଇମେଣ୍ଟ ରୁହନ୍ତୁ । କାରଣ କାର୍ୟ୍ୟରେ ମନ ନଥିଲେ କୌଣସି କାର୍ୟ୍ୟ ଠିକ ଭାବେ ହୋଇନଥାଏ । କାର୍ୟ୍ୟରେ ମନ ଲଗାଇ ରଖିବା ଦ୍ୱାରା ଆପଣ ଶୀଘ୍ର ସଫଳତା ଆଡକୁ ମୁହାଁଇବେ ।

-ବଦଳିକୁ ଡରନ୍ତୁ ନାହିଁ :କାର୍ୟ୍ୟକ୍ଷେତ୍ରରେ ବଦଳି ନିହାତି ଜରୁରୀ । ଆପଣ କାର୍ୟ୍ୟ କରିବା ଶୈଳୀ ବା ଅଫିସ୍ ବଦଳିକୁ ନେଇ ଡରନ୍ତୁ ନାହିଁ । ଆପଣ ଏପରି ସ୍ଥିତି କଣ ଭଲ କରିପାରିବେ ଚିନ୍ତା କରନ୍ତୁ । ତାଉପରେ ନିଜକୁ ନିୟୋଜିତ କରନ୍ତୁ ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର କେଉଁ ଦିଗରେ ଘଣ୍ଟା ଲଗାଇବେ,ଆସନ୍ତୁ ଜାଣିବା

Related posts

ବାର ମାସ ଅନୁସାରେ ସୂର୍ଯ୍ୟଙ୍କୁ କରନ୍ତୁ ଏହି ମନ୍ତ୍ରରେ ପୂଜା ! ପାଇପାରିବେ ଅନେକ ସୁଫଳ

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ କିନ୍ନରଙ୍କଠାରୁ ଆଣନ୍ତୁ ଏହି ଗୋଟିଏ ଜିନିଷ

ENO Beuro

ଛାତ୍ରମାନେ ସର୍ବଦା କେଉଁ ସବୁ କଥାରୁ ଦୂରେଇ ରହିବା ଉଚିତ ଜାଣନ୍ତୁ ? 

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More