30.1 C
Bhubaneswar
October 22, 2021
EnewsOdia.Com
ନ୍ୟୁଜ୍ ରାଜନୀତି

ଆଜିଠୁ ପିପିଲିରେ ଆରମ୍ଭ ପୋଷ୍ଟାଲ ବାଲଟ ପେପର ମତଦାନ

ଆସନ୍ତା ୩୦ରେ ହେବ ପିପିଲି ଉପନିର୍ବାଚନ। ଏଥିପାଇଁ ଆଜିଠାରୁ ପୋଷ୍ଟାଲ ବାଲଟ ପେପରରେ ମତଦାନ ଆରମ୍ଭ ହୋଇଛି । ୮୦ ବର୍ଷରୁ ଉର୍ଦ୍ଧ ବୟସର ଭୋଟର, ଦିବ୍ୟାଙ୍ଗ, କୋଭିଡ ଆକ୍ରାନ୍ତଙ୍କ ନିମନ୍ତେ ପୋଷ୍ଟାଲ ବାଲାଟରେ ମତ ଗ୍ରହଣ କରାଯିବ।ଏହି ପ୍ରକିୟାରେ ମାଇକ୍ରୋ ଅବଜରଭର, ପ୍ରିଜାଇଡିଂ ଅଫସର, ପୋଲିଙ୍ଗ ଅଫସର ସମେତ ସୁରକ୍ଷା କର୍ମୀ ଭୋଟରଙ୍କ ଘର ଘର ବୁଲି ମତ ଗ୍ରହଣ କରିବେ ।  କୌଣସି ପ୍ରକାର ଅପ୍ରତିକର ପରିସ୍ଥିତି ଉପୁଜି ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ।  ପିପିଲିରେ ମୋଟ ୧୦୭୭ ପୋଷ୍ଟର ବାଲାଟ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରେ ପିପିଲିର ୩୬୫ ଓ  ଡେଲାଙ୍ଗର ୭୧୨ ଜଣ। ପୂର୍ବରୁ ୧୩୮  ଭୋଟର ମତଦାନ ଦେଇଥିଲେ ଯାହାକୁ କାଏମ ରଖାଯାଇଛି।

ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି,  ପିପିଲି ଉପନିର୍ବାଚନ ପାଇଁ ଆଜିଠୁ ପୋଷ୍ଟାଲ ବାଲାଟ ଗ୍ରହଣ କରାଯାଉଛି। ୧୦୭୭ ପୋଷ୍ଟର ବାଲାଟ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରେ ୮୦ ବର୍ଷରୁ ଅଧିକ ଲୋକ, ଭିନ୍ନକ୍ଷମ, କୋଭିଡ ସଂକ୍ରମିତ ବି ଅଛନ୍ତି । ଏହି ପ୍ରକ୍ରିୟାରେ ୭ ପୁଲିଂ ପାର୍ଟିଙ୍କୁ ମୁତୟନ କରାଯାଇଛି। ମାଇକ୍ରୋ ଅବଜରଭର, ପୁଲିସ୍‌, ପୁଲିଂ ପର୍ସନ, ଭିଡିଓଗ୍ରାଫିଙ୍କୁ ଏଥିରେ ସାମିଲ କରାଯାଇଛି। ସେମାନେ ଅଲଗା ଅଲଗା ରୁଟ୍‌ରେ ଯାଇ ଭୋଟ ଗ୍ରହଣ କରିବେ। ଆସନ୍ତା ୩, ୪ ଦିନ ମଧ୍ୟରେ ଏହି ପ୍ରକ୍ରିୟା ସରିବ ।

 

Related posts

ନୂଆବର୍ଷରୁ ବନ୍ଦ ହେବ କି ୨୦୦୦ ଟଙ୍କିଆ ନୋଟ୍ ?

Ratnamani Maharana

ନଭେମ୍ବର ୨ୟ ସପ୍ତାହରେ ରାଜ୍ୟରେ ଅନୁଭୂତ ହେବ ଶୀତ

Ratnamani Maharana

ଦାନ୍ତରେ ଫିତା କାଟି ଉଦ୍‌ଘାଟନ କଲେ ପାକ୍‌ ମନ୍ତ୍ରୀ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More