ନିୟମିତ ଭାବେ ଆଳୁରସ ପିଇବା ଦ୍ଵାରା ଦୂର ହୋଇଥାଏ ଅନେକ ସମସ୍ୟା! ଆସନ୍ତୁ ଜାଣିବା ସେ ସମ୍ପର୍କରେ

ଆଳୁ ବିନା ତରକାରୀର ସ୍ୱାଦ ଟିକିଏ ଅଲଗା ଲାଗିଥାଏ। କେବଳ ଖାଇବା ପାଇଁ ନୁହେଁ ଆଳୁ ଭିତରେ ଭରି ରହିଥିବା ଔଷଧୀୟ ଗୁଣ ବିଷୟରେ ଜାଣିଲେ ଆପଣ ଚକିତ ହେବେ। ଆଳୁ ଭିତରେ ପୋଷକ ତତ୍ତ୍ୱ ଭରି ରହିଥାଏ। ତେବେ ଆଳୁ ରସରେ ପୋଟାସିୟମ, ସୋଡା,ଆଇର. କ୍ୟାଲସିୟମ, ଭିଟାମିନ-ଏ, ଭିଟାମିନ-ସି ଓ ଭିଟାମିନ-ଡି ପଯ୍ୟାପ୍ତ ପରିମାଣରେ ରହିଥାଏ। ଆଳୁକୁ ସିଝାଇବା ପରେ ଏହାର ପାଣିରେ ବାଳ ଧୋଇବା ଦ୍ୱାରା ଏହା ଚମକ, ମୁଲାୟମ ଓ ମୂଳରୁ ଶକ୍ତ ରହିଥାଏ। ଏହାଦ୍ୱାରା ମୁଣ୍ଡରୁ ରୂପି ସମସ୍ୟା ଦୂର ହେବା ସହ ବାଳ ଝଡିବା ମଧ୍ୟ ବନ୍ଦ ହୋଇଥାଏ।

ଆସନ୍ତୁ ଜାଣିବା ଆଳୁରସର ଉପକାରିତା ସମ୍ପର୍କରେ-

ଜଏଣ୍ଟ ପେନ୍‌ ବା ଆଣ୍ଠୁଗଣ୍ଠି ଦରଜ ହେଉଥିଲେ ନିୟମିତ ଭାବେ ଖାଇବା ପୂର୍ବରୁ ୧୦୦ମିଲିଲିଟର ଆଳୁ ରସ ପିଇଲେ ଲାଭ ମିଳିଥାଏ।

ଆଳୁ ଗୋଲ ଗୋଲ କରି କାଟି ଆଖିରେ ଉପରେ ୧୦ ମିନିଟ୍ ରଖି ପରେ ହାଲକା ନଖ ଉଷୁମ ପାଣିରେ ଧୋଇବା ଦ୍ୱାରା ଆଖିର କଳାପଣ ଏବଂ କଳାରେଖା ସମସ୍ୟା ଦୂର ହୋଇଥାଏ।

ଏହା ବ୍ୟତୀତ ଏକ ଚାମଚ ଆଳୁରସ ସହିତ ୨ ଚାମଚ ଲେମ୍ଭୁରସ ଏବଂ ମୁଲତାନି ମାଟି ମିଶାଇ ପତଳା ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ।

ପଢନ୍ତୁ; ନକରାତ୍ମକ ଶକ୍ତିରୁ ଦୂରେଇ ରହିବାକୁ ଚାହୁଁଛନ୍ତି କି? ତେବେ ଘର ଦୁଆର ମୁହଁରେ ଟାଙ୍ଗନ୍ତୁ ଆମ୍ବପତ୍ର,ଦୂର ହେବ ଅନେକ ସମସ୍ୟା

 

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More