EnewsOdia.Com

ପିଆଜ ପରେ ବଢୁଛି ଆଳୁ ଦର

କିଛି ଦିନ ହେବ ପିଆଜର ଚଢାଦର ସଭିଁଙ୍କ ପାଇଁ ମୁଣ୍ଡ ବ୍ୟଥାରେ କାରଣ ପାଲଟିଥିବା ବେଳେ ବର୍ତ୍ତମାନ ଆଳୁ ଦର ବୃଦ୍ଧି ଧିରେ ଧିରେ ଲୋକଙ୍କୁ ଡ଼ରାଇବାକୁ ଆରମ୍ଭ କଲାଣି। ଗତକାଲିଠାରୁ ହଠାତ୍ ଆଳୁ ଦର ବୃଦ୍ଧି ଘଟିବା କାରଣରୁ ଖାଉଟି ମହଲରେ ଚିନ୍ତା ବଢ଼ାଇଛି। ଦୁଇ ଦିନ ପୂର୍ବେ ଖୁଚୁରା ବଜାରରେ କିଲୋ ପିଛା ୧୭/୧୮ ଟଙ୍କା ପଡ଼ୁଥିବା ଆଳୁ ଏବେ ୨୪/୨୫ ଟଙ୍କାରେ ବିକ୍ରି ହେଉଛି। କିଲୋ ପିଛା ପାଖାପାଖି ୭ ଟଙ୍କା ବୃଦ୍ଧି ଗରିବ ଖାଉଟିଙ୍କ ହାଣ୍ଡିଶାଳରେ ଚଡ଼କ ପକାଇଛି।  ଆଳୁର ଏହି ଦରବୃଦ୍ଧି ପାଇଁ ପଶ୍ଚିମବଙ୍ଗ ଦଙ୍ଗାକୁ ବ୍ୟବସାୟୀମାନେ ଦାୟୀ କରିଛନ୍ତି ଓ ଏହା ଏକ ସାମୟିକ ଦରବୃଦ୍ଧି ବୋଲି କହିଛନ୍ତି। ଦୁଇ ଚାରି ଦିନ ଭିତରେ ଆଳୁ ଦର ପୁଣି ସ୍ବାଭାବିକ ହୋଇଯିବ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି।

ତେବେ ସମ୍ପ୍ରତି ସବୁ ଖାଉଟି ଜିନିଷର ଦରଦାମ୍‌ ଯେଉଁଭଳି ହୁ ହୁ ହୋଇ ବଢ଼ି ଚାଲିଛି ଓ ଥରେ ବଢ଼ିଲେ କମିବା ନାଁ ଧରୁନାହିଁ, ସେଥିରେ ଆଳୁ ଦରବୃଦ୍ଧି ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି।

ପଢନ୍ତୁ: ଆସନ୍ତା ୨୦ରୁ ଥରାଇବ ଶୀତ, ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ପାରଦ

ସମ୍ବନ୍ଧିତ ଖବର

ଆଜି ପବିତ୍ର ମକର ସଂକ୍ରାନ୍ତି

Ratnamani Maharana

ରାନୀ ପଣ୍ଡାଙ୍କୁ ମନା ଖଣ୍ଡଗିରି ଯାତ୍ରା

Ratnamani Maharana

କେବଳ ଅନୀଲ କପୁର ନୁହଁନ୍ତି, ଅନେକ କଳାକାରଙ୍କ ଫଟୋ ଦାଉଦ ସହ

Ratnamani Maharana

ଭାରତରେ କାୟା ବିସ୍ତାର କରୁଛି କରୋନା

Ratnamani Maharana

ଅସ୍ତରଙ୍ଗର ଉଦୟକାଣି ଅଞ୍ଚଳକୁ ମାଡ଼ି ଆସୁଛି ସମୁଦ୍ର

Ratnamani Maharana

ଏବେ ଦକ୍ଷୀଣ କୋରିଆରେ କାୟା ମେଲାଉଛି କରୋନା

Ratnamani Maharana