EnewsOdia.Com

ପିଆଜ ପରେ ଏବେ ତରକାରୀରୁ ଗାଏବ ହେଲାଣି ଆଳୁ

ପିଆଜ ଦର କିଛି ମାସ ହେଲା ଆକାଶ ଛୁଆଁ ଥିଲା। ଏବେ ଏବେ ଏହାର ଦାମ ସାମାନ୍ୟ କମିଥିଲାବେଳେ ଆଳୁ ଦର ପୁଣି ଗ୍ରହକଙ୍କୁ କନ୍ଦାଉଛି।  ଘରେ କିମ୍ବା ବାହାରେ ପ୍ରସ୍ତୁତ ବ୍ୟଞ୍ଜନରେ ଏବେ ଆଳୁ ଏକ ବିଲୁପ୍ତ ପ୍ରାୟ ପରିବା ହେବାକୁ ବସିଲାଣି।  ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଳୁ କିଲୋ ପିଛା ୫୦ରୁ ୬୦ଟଙ୍କାରେ ବିକ୍ରି ହେଉଛି। ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ବର୍ଷା ହେଉଥିବା ଯୋଗୁଁ ଆସିବାରେ ବିଳମ୍ବ ହୋଇଛି। ଏଣୁ ଷ୍ଟକ ଥିବା ପୁରୁଣା ଆଳୁ ପାଖାପାଖି ସରିବା ଉପରେ। ଏଥିପାଇଁ ବଜାରରେ ଆଳୁର ଦର ହଠାତ୍‌ ବଢ଼ିଲା ବୋଲି କୁହାଯାଉଛି।

ଆଳୁର ନିଅଣ୍ଟିଆ ସ୍ଥିତି ଓ ଚଢା ଦର ରାଜ୍ୟର ଅନ୍ୟ ଅଞ୍ଚଳରେ ବି ଦେଖିବାକୁ ମିଳିଛି। ପଶ୍ଚିମରେ ରାଉରକେଲାରୁ ଦକ୍ଷିଣରେ ବ୍ରହ୍ମପୁର ଯାଏଁ ସବୁଠି ଆଳୁର ଦର ଉପର ମୁହାଁ । ତେବେ ବ୍ୟବସାୟୀଙ୍କ ମତରେ ନିକଟରେ ବର୍ଷା ଯୋଗୁଁ ନୂଆ ଆଳୁ ଖୋଳାରେ ବିଳମ୍ବ ହୋଇଛି। ତେଣୁ ବଜାରକୁ ଯଥେଷ୍ଟ ପରିମାଣର ଆଳୁ ପହଞ୍ଚି ପାରିନି। ଏପଟେ ପଶ୍ଚିମବଙ୍ଗରେ ମଧ୍ୟ ରେଟ୍ ଉଚ୍ଚା ରହିଛି । ଯାହାର ପ୍ରଭାର ଓଡ଼ିଶା ବଜାର ଉପରେ ପଡ଼ିଛି । ତେବେ ୧୫ ଦିନ ଭିତରେ ଦର ସ୍ୱାଭାବିକ୍‌ ହେବା ଅନୁମାନ କରୁଛନ୍ତି ବ୍ୟବସାୟୀ। ପିଆଜ ଦର ସ୍ୱାଭାବିକ୍‌ ସ୍ଥିତିକୁ ଆସି ନଥିଲା ବେଳେ ଆଳୁର ଦର ବୃଦ୍ଧି ସାଧାରଣ ଖାଉଟି ଓ ଗରିବଗୁରୁବାଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ସଦୃଶ ହୋଇଛି।

ପଢନ୍ତୁ: ଲେଉଟିଲା ଶୀତ, ୮ରୁ ପୁଣି ବର୍ଷିବ

ସମ୍ବନ୍ଧିତ ଖବର

କରୋନା ନେଇ ଦେଶ ସତର୍କ: ବଢ଼ିପାରେ କଟକଣା, ଭାରତରେ ୧୦୭ ଆକ୍ରାନ୍ତ

Ratnamani Maharana

ଆମକୁ ଆଉ ୧୫୫ ଦିନ ଯୁଦ୍ଧ କରିବାକୁ ପଡିବ: ସୁବ୍ରତ ବାଗଚୀ

Ratnamani Maharana

ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଲଗାତର ୬ ଦିନ ବନ୍ଦ ରହିବ ବ୍ୟାଙ୍କ

Ratnamani Maharana

ନିର୍ଭୟା ମାମଲାରେ ଆଜି ପୁଣି ଥରେ ଶୁଣାଣି କରିବେ ସୁପ୍ରିମକୋର୍ଟ

Ratnamani Maharana

କନ୍ଧମାଳରୁ ଲୋପ ପାଇଯିବ ବାଦୁଡ଼ି ବଂଶ !

Ratnamani Maharana

ଅସ୍ତରଙ୍ଗର ଉଦୟକାଣି ଅଞ୍ଚଳକୁ ମାଡ଼ି ଆସୁଛି ସମୁଦ୍ର

Ratnamani Maharana