• Home
  • News
  • ସରକାରଙ୍କୁ ଘାରିଛି  ଆଳୁ ଚିନ୍ତା : ନିୟନ୍ତ୍ରଣ ବାହାରେ ଆଳୁଦର , ମାତିଛନ୍ତି କଳାବଜାରୀ
News

ସରକାରଙ୍କୁ ଘାରିଛି  ଆଳୁ ଚିନ୍ତା : ନିୟନ୍ତ୍ରଣ ବାହାରେ ଆଳୁଦର , ମାତିଛନ୍ତି କଳାବଜାରୀ

ଆଳୁ କଳାବଜାର ରୋକିବାକୁ ଯୋଗାଣ ବିଭାଗର ଚଢାଉ

ଆଳୁ ଦର ଏବେ ଆକାଶ ଛୁଆଁ । ହାକୁ ନେଇ ଏବେ ଖାଉଟିଙ୍କ ଚିନ୍ତା ବଢ଼ିଯାଇଛି । ହଠାତ୍‌ ଆଜି ଖୁଚୁରା ବଜାରରେ ଆଳୁ ଦର ୨୦ ଟଙ୍କା ହୋଇ ଯାଇଛି।ପରିସ୍ଥିତି ଏପରି ହୋଇଛି ଯେ ଏହି ଚଢାଦରକୁ ନିୟନ୍ତ୍ରଣ ବି କରାଯାଇ ପାରୁନାହିଁ ।  ଗୋଟିଏ ପଟେ ଦରବୃଦ୍ଧି ଯୋଗୁଁ ଖାଉଟି କଲବଲ ହେଉଥିଲା ବେଳେ ଅନ୍ୟ ପଟେ ଏହାକୁ ନେଇ ଯୋଗାଣ ବିଭାଗ ଓ ବ୍ୟବସାୟୀ ମୁହାଁମୁହିଁ ହୋଇଛନ୍ତି ।

ଆଜି ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଗଣମାଧ୍ୟମକୁ କହିଛନ୍ତି, ବେଆଇନ୍‌ ମହଜୁଦ୍‌କାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କଟକରେ ପାଇକାରୀ ବ୍ୟବସାୟୀମାନେ ୫୦୦ କ୍ୱିଣ୍ଟାଲ୍‌ରୁ ଅଧିକ ଆଳୁ ରଖିପାରିବେ ନାହିଁ । ସେହିପରି ଭୁବନେଶ୍ୱର, ପୁରୀ, ସମ୍ବଲପୁର, ରାଉରକେଲାରେ ପାଇକାରୀ୍‌ ବ୍ୟବସାୟୀମାନେ ୩୦୦ କ୍ୱିଣ୍ଟାଲ୍‌ରୁ ଅଧିକ ରଖିପାରିବେ ନାହିଁ । ଅନ୍ୟ ସହର ପାଇଁ ଏହି ସୀମା ରହିଛି ୧୫୦ କ୍ୱିଣ୍ଟାଲ୍‌ । ଯଦି ଏହାର ଖିଲାପ ହୁଏ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଆଳୁ କଳାବଜାର ରୋକିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖିବା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ଯୋଗାଣ ବିଭାଗ । କଟକ ଛତ୍ରବଜାରର ବିଭିନ୍ନ ଗୋଦାମରେ ଚାଲିଛି ଯାଞ୍ଚ। ଧାର୍ଯ୍ୟ ଠାରୁ ଅଧିକ ମହଜୁଦ ଅଛି କି ନାହିଁ ସେନେଇ ଯାଞ୍ଚ ହେଉଛି । କଟକ ଛତ୍ରବଜାର ସମେତ ୫ଟି ଜିଲ୍ଳାରେ ଆଳୁ ଗୋଦାମରେ ଚଢାଉ କରିଛି ଯୋଗାଣ ବିଭାଗ ।

ଗୋଦାମରେ କେତେ ପରିମାଣର ଆଳୁ ମହଜୁଦ ଅଛି ସେନେଇ ଯାଂଚ କରିଛି ବିଭାଗ । ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଅନୁସାରେ ଆଳୁ କଳାବଜାର କରୁଥିବା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଖିଲାପକାରୀଙ୍କୁ ବାନ୍ଧିବାକୁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ ।

ସରକାରଙ୍କୁ ଘାରିଛି  ଆଳୁ ଚିନ୍ତା : ନିୟନ୍ତ୍ରଣ ବାହାରେ ଆଳୁଦର , ମାତିଛନ୍ତି କଳାବଜାରୀ patato

ପଢନ୍ତୁ ;

ଖୁବଶୀଘ୍ର ବ୍ଲକସ୍ତରରେ ଆୟୋଜିତ ହେବ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ

Related posts

ମଝି ଆକାଶରେ ଦୁଇ ଯାତ୍ରୀବାହୀ ବିମାନ ମୁହାଁମୁହିଁ : ଅଳ୍ପକେ ବଞ୍ଚିଲେ ୧୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ

Krishna Kumar Manoj

ନୱାଜ ସରିଫଙ୍କୁ ୧୦ ବର୍ଷ ଜେଲ୍‌

Krishna Kumar Manoj

ପ୍ଲାଷ୍ଟିକ ଆଧାର କାର୍ଡ ଗ୍ରହଣୀୟ ନୁହେଁ : ୟୁଆଇଡିଏଆଇ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More