• Home
  • News
  • ଆଗକୁ ଆଳୁ ସଙ୍କଟ , ଦର ୪୦ ଛୁଇଁବ
News

ଆଗକୁ ଆଳୁ ସଙ୍କଟ , ଦର ୪୦ ଛୁଇଁବ

ଆଳୁ କିଣି ଗଛିତ ରଖିଲେ ସରକାର

ଆଳୁ ଦର ବଢି ଚାଲିଥିବା ବେଳେ ସରକାର ଆହୁରି ଡରାଇ ଦେଇଛନ୍ତି । ବର୍ତ୍ତମାନ ସ୍ଥିତି ଯାହା , ଆଗକୁ ଆଳୁ ସଙ୍କଟ ଗରୁତର ରୂପ ନେବା ଆଶଙ୍କା ଦେଖା ଦେଇଛି । ଏଥି ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ରାଜ୍ୟ ସରକାର ।

ଆସନ୍ତା ତିନି ଚାରି ମାସ ମଧ୍ୟରେ ଆଳୁ ଦର ୩୦ ରୁ ୪୦ ଟଙ୍କା ହେବା ଯଥେଷ୍ଟ ସମ୍ଭାବନା ରହିଛି ।ଦେଶରେ ଆଳୁ ଉତ୍ପାଦନ ଭଲ ହୋଇ ନ ଥିବାରୁ ଏଭଳି ସମ୍ଭାବନା ସୃଷ୍ଟି ହୋଇଛି। ଏଥିପାଇଁ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତ ହୋଇ ସାରିଛନ୍ତି ବୋଲି ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରକାଶ କରିଛନ୍ତି ।

ସପ୍ତାହକ ତଳେ ଆଳୁ ଦର ଥିଲା ୭/୮ ଟଙ୍କା । ଏବେ ଦୁଇ ଗଣ ବଢ଼ି ୧୫ ଛୁଇଁଲାଣି । ଏତିକିରେ ସୀମିତ ରହିବନି ଆଳୁ ଦର । ଆହୁରି ବଢ଼ିବ। ଏପରିକି ୩/୪ ମାସ ଭିତରେ ୪୦ ଛୁଇଁଯାଇପାରେ ।

ଗ୍ରାହକଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ସରକାର ପଦକ୍ଷେପ ନେଉଛନ୍ତି। ନାଫେଡ୍‌ ଜରିଆରେ ଆଗୁଆ ଆଳୁ କିଣି ମହଜୁଦ୍‌ ରଖିବାକୁ ଯୋଜନା କରାଯାଉଛି ।

ମନ୍ତ୍ରୀଙ୍କ ଯୁକ୍ତି ରହିଛି, ଦେଶର ଅନ୍ୟ ଭାଗରେ ଆଳୁ ଫସଲ ନଷ୍ଟ ହୋଇଛି । ତେଣୁ ଆଳୁ ଉତ୍ପାଦନ କମ୍‌ ଥିବାରୁ ଦର ବଢ଼ିବାର ଆଶଙ୍କା ରହିଛି ।

ଆଗକୁ ଆଳୁ ସଙ୍କଟ , ଦର ୪୦ ଛୁଇଁବ patoto

ପଢନ୍ତୁ ;

କୁଆଖାଇ ପଠାରୁ ଦରପୋଡା ଶବ ମିଳିବା ଘଟଣା : ବୟଫ୍ରେଣ୍ଡ ମାଷ୍ଟର ମାଇଣ୍ଡ 

Related posts

ସାରା ରାଜ୍ୟରେ ଆଜିଠୁ ବଢିବ ଦିନର ତାପମାତ୍ରା :ମାଲକାନଗିରିରେ ସର୍ବାଧିକ ତାପମାତ୍ରା

Krishna Kumar Manoj

22nd Asian Athletics Championships – Cash Awards For Medal Winners

ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେଲା ଝାରସୁଗୁଡ଼ା ବିମାନ ବନ୍ଦର

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More