News

ଆଳୁ ବଜାରରେ ନିଆଁ : ଖାଉଟି ହନ୍ତସନ୍ତ

ଦର ବୃଦ୍ଧି ଯୋଗୁଁ ଲୋକେ ହନ୍ତସନ୍ତ

ଅଳ୍ପ ଦିନ ତଳେ ଆଳୁ ଉତ୍ପାଦନ ସରିଛି । ସ୍ୱାଭାବିକ ଭାବେ ଖାଉଟି ଏହି ସମୟରେ ପ୍ରତିବର୍ଷ ଭଳି ଅପେକ୍ଷାକୃତ କମ୍‌ ଦରରେ ଆଳୁ ପାଇବେ ବୋଲି ଆଶା କରିଥାନ୍ତି। ମାତ୍ର ଚଳିତବର୍ଷ ଆରମ୍ଭରୁ ଆଳୁ ବଜାରରେ ନିଆଁ ଲାଗିଲାଣି । ଏମିତି ଯେ ଭୁବନେଶ୍ୱର ବଜାରରେ ଆଳୁ କେଜି ୧୮ ଟଙ୍କା ଛୁଇଁଛି ।  ଖୁଚୁରା ବଜାରରେ ୨୦ ଟଙ୍କାରେ ବିକ୍ରି ହେଲାଣି ।

ବ୍ୟବସାୟୀ ମହାସଂଘ ଚେତାଇ ଦେଲାଣି ଯେ ସ୍ଥିତି ଆଗକୁ ଆହୁରି ସାଂଘାତିକ ହେବ । ପାଇକାରୀ ବଜାରରେ ଆଳୁ ୧୮ରୁ ୨୦ ଟଙ୍କା ଛୁଇଁପାରେ ।  ଏଣୁ ଜୁନ୍‌-ଜୁଲାଇ ବେଳକୁ ଆଳୁ ଦର କେଜି ପ୍ରତି ୨୩ଟଙ୍କା ଛୁଇଁବା ବିଚିତ୍ର ନୁହେଁ ।  ସ୍ଥିତି ସଂପର୍କରେ ଆଗତୁରା ଜାଣିବା ପରେ ବ୍ୟବସାୟୀମାନେ ଆଳୁ ଆଣି ଗଚ୍ଛିତ କରି ରଖିବା ଆରମ୍ଭ କରିଦେଲେଣି । ଏଣୁ ବଜାର ଉପରେ ଏହାର ଜବରଦସ୍ତ ପ୍ରଭାବ ପଡୁଥିବା କୁହାଯାଉଛି ।

ଚଳିତବର୍ଷ ଆଳୁ ଦର ବୃଦ୍ଧି ଘଟିବ ବୋଲି ପୂର୍ବରୁ ସୂଚନା ମିଳିଥିଲା । କାରଣ ପୂର୍ବ ବର୍ଷ ତୁଳନାରେ ଆଳୁ ଉତ୍ପାଦନ ୧୦ରୁ ୧୨ ପ୍ରତିଶତ କମିଛି ।

ପଢନ୍ତୁ ;

ଅତ୍ୟଧିକ ତରଭୁଜ ଖାଇବା ଦ୍ଵାରା କେଉଁ ରୋଗ ହୋଇଥାଏ ଜାଣନ୍ତୁ ?

Related posts

ଏବେ ଭାରତରେ ଉଡ଼ିପାରିବନି ବୋଇଂ 737-MAX ବିମାନ

Ratnamani Moharana

ଅମ୍ବାନୀଙ୍କ ଆୟ ଦିନକୁ ୩୦୦ କୋଟି,ସପ୍ତମ ଥର ପାଇଁ ହେଲେ ଶ୍ରେଷ୍ଠ ଭାରତୀୟ ଧନୀ

ENO Beuro

୧୫ ରୁ ବର୍ଷା ଏବଂ ଝଡ଼ ତୋଫାନ ସମ୍ଭାବନା

ENO Beuro

1 comment

Leave a Comment