News

ପରିବା ବଜାରରେ ନିଆଁ, ବଢିଲା ପିଆଜ ଓ ଆଳୁ ଦର

Mk Market Potatoes

 ମହାରାଷ୍ଟ୍ରରେ ବନ୍ୟା  ଓ ପଶ୍ଚିମବଙ୍ଗରେ ଟ୍ରକ୍ ଧର୍ମଘଟ ଯୋଗୁଁ ଏବେ ଓଡ଼ିଶା ବଜାରରେ ଆଳୁ, ପିଆଜ ଦର ବୃଦ୍ଧି  ଘଟିଛି। ପିଆଜ ଦର ଅଚାନକ ୩୦ଟଙ୍କା ଛୁଇଁଥିବା ବେଳେ ଆଳୁ ଦର ୧୫ଟଙ୍କାରେ ପହଞ୍ଚିଛି। ଆଗକୁ ଏହି ଦର ବୃଦ୍ଧି ସ୍ଥିତି ସଂଗିନ୍ ହେବ ବୋଲି ଜଳଜଳ ଦେଖାଗଲାଣି। ତେଣୁ ରାଜ୍ୟ ଖାଉଟି ବିଭାଗ ସତର୍କ ନ ରହିଲେ, ଏହି ଦରବୃଦ୍ଧି ଖାଉଟିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି କୁହାଯାଉଛି। ଏଭଳି ସମୟରେ ଅସାଧୁ ବ୍ୟବସାୟୀମାନେ ବେଆଇନ ଭାବେ ଆଳୁ ଓ ପିଆଜ ମହଜୁଦ୍ କରି ରଖିବା ଭଳି ପନ୍ଥା ଅବଲମ୍ବନ କରିବା ଆଶଙ୍କା ଥିବାରୁ ଖାଉଟିମାନେ ଶୋଷଣର ଶିକାର ହେବା ନିଶ୍ଚିତ।ଗତ ମାସରେ ଓଡ଼ିଶା ବଜାରରେ ପିଆଜର ପାଇକାରୀ ଦର କିଲୋ ପିଛା ୧୨ ଟଙ୍କା  ଥିଲା। ତେଣୁ ଖୁଚୁରା ବଜାରରେ କିଲୋ ୧୫ଟଙ୍କା ଥିଲା। ଗତ ସପ୍ତାହରେ ଏହି ଦର ବଢ଼ି ବଢ଼ି ୧୮ଟଙ୍କାରୁ ୨୨ ଟଙ୍କାରେ ପହଞ୍ଚିଥିଲା। କିନ୍ତୁ ଏହା ଏକାଥରକେ ୩୦ ଟଙ୍କାକୁ ଲମ୍ଫ ମାରିଛି।

ମିଳିଥିବା ସୂଚନାନୁସାରେ, ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ପିଆଜ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ସେହିପରି ଗତ ସପ୍ତାହରେ ସେଠାରେ ବନ୍ୟା ସ୍ଥିତି ଅଧିକ ଉଦବେଗଜନକ ଥିବାରୁ ଯାନବାହନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ନାସିକରେ ବନ୍ୟା ସ୍ଥିତି ସଂଗିନ୍ ଥିବାରୁ ପିଆଜର ଅମଳ ଓ ଆମଦାନୀ ବାଧାପ୍ରାପ୍ତ ହୋଇଛି। ତେବେ ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତିରେ ସୁଧାର ଆସିବା ପରେ ପିଆଜ ଦର ପୁଣି ହ୍ରାସ  ପାଇବ। ମାତ୍ର ପଶ୍ଚିମବଙ୍ଗରେ ଟ୍ରକ୍ ଧର୍ମଘଟକୁ ନେଇ କିଛି ଆକଳନ କରିବା ସମ୍ଭବ ହେଉନାହିଁ। ଆଗକୁ ନିର୍ବାଚନ ଥିବାରୁ ଟ୍ରକ୍ ଧର୍ମଘଟ  ଜୋରଦାର ହେବା କୁହାଯାଉଛି। ତେଣୁ ଯଦି ଏହି ସ୍ଥିତି ବଳବତ୍ତର ରୁହେ, ଆଳୁ ବଜାର ତାତି ଖାଉଟିମାନଙ୍କୁ ବେଶ୍ କନ୍ଦେଇବ।

ପଢନ୍ତୁ: ଫୋନ୍‌ ସ୍ୱିଚ୍‌ ଅଫ୍‌ କରି ଫେରାର ପି.ଚିଦାମ୍ବରମ, ଖୋଜୁଛନ୍ତି ଇଡି ଓ ସିବିଆଇ

 

 

Related posts

ଦେଶବ୍ୟାପୀ ବ୍ରଡ଼ଗେଜ ରେଳ ଲାଇନର ୧୦୦% ବିଦ୍ୟୁତକରଣ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି

ENO Beuro

Female Bear “Mili” Died In Odisha’s Nandankanan Zoological Park

ENO Beuro

ଶରୀରକୁ ସମ୍ଭାଳ

Ratnamani Moharana

1 comment

ଆଜିଠୁ ଦକ୍ଷିଣ ଓଡିଶାରେରେ ବର୍ଷା, ୨୪ ଘଣ୍ଟାରେ ୪ ଜିଲାରେ ପ୍ରବଳ ବର୍ଷା August 21, 2019 at 12:18 pm

[…] ପରିବା ବଜାରରେ ନିଆଁ, ବଢିଲା ପିଆଜ ଓ ଆଳୁ… […]

Leave a Comment