ସ୍ୱାସ୍ଥ୍ୟ ପାଇଁ ଗୁଡ ସେବନ ଅତ୍ୟନ୍ତ ଲାଭଦାୟୀ
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
Loading...
ଆଳୁ ଏପରି ଏକ ପରିବା ଯାହା ପିଲାଠାରୁ ବଡ ସଭିଙ୍କୁ ଖାଇବାକୁ ଭଲ ଲାଗି ଥାଏ । ମାକେର୍ଟରୁ ଫେରିବା ବେଳେ ବ୍ୟାଗରେ କିଛି ଥାଉ କି ନଥାଉ ଆଳୁ କିନ୍ତୁ ନିଶ୍ଚିତ ରହିଥିବ ।
ଆଳୁ ଏପରି ଏକ ପରିବା ଯାହା ପିଲାଠାରୁ ବଡ ସଭିଙ୍କୁ ଖାଇବାକୁ ଭଲ ଲାଗି ଥାଏ । ମାକେର୍ଟରୁ ଫେରିବା ବେଳେ ବ୍ୟାଗରେ କିଛି ଥାଉ କି ନଥାଉ ଆଳୁ କିନ୍ତୁ ନିଶ୍ଚିତ ରହିଥିବ । ପ୍ରାୟ ପ୍ରତ୍ୟେକ ଘରେ ଆଳୁରେ ପ୍ରସ୍ତୁତ ତରକାରୀ ତିଆରି ହୋଇଥାଏ । ତେଣୁ ସବୁ ବେଳେ ଘରେ ଆଳୁ ମହଜୁଦ ହୋଇ ରହିଥାଏ । ଏହାକୁ ଅଧିକ ଦିନ ପର୍ଯ୍ୟନ୍ତ ମହଜୁଦ କରି ରଖିବା ପାଇଁ କେତେକ ଲୋକ ଆଳୁକୁ ଫ୍ରିଜରେ ରଖିଥାନ୍ତି । ତେବେ ଆପଣ ମଧ୍ୟ ଯଦି ଆଳୁକୁ ଫ୍ରିଜରେ ରଖୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏହା ଫଳରେ କ୍ୟାନସର ଭଳି ବଡ ଧରଣର ରୋଗର ଶିକାର ହୋଇ ପାରନ୍ତି । ଆଳୁକୁ ଫ୍ରିଜରେ ରଖି ଖାଇଲେ ଏହା ଆପଣଙ୍କ ଶରୀର ପ୍ରତି ନକରାତ୍ମକ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା କଣ ପାଇଁ ଫ୍ରିଜରେ ଆଳୁ ରଖିଲେ ରୋଗ ହୋଇଥାଏ ।
– ଏକ ବୈଜ୍ଞାନି ତଥ୍ୟ ଅନୁଯାଇ ଆଳୁ ଫ୍ରିଜରେ ରଖି ଖାଇଲେ ଏହା ଶରୀରକୁ କ୍ଷତି ପହଞ୍ଚାଇଥାଏ । ଆଳୁରେ ଷ୍ଟାର୍ଚ ମାନେ ଶ୍ୱେତସାର ଅଧିକ ମାତ୍ରାରେ ରହିଥାଏ । ଏହାସହିତ ଯଦି ଆପଣ ଆଳୁକୁ ଫ୍ରିଜ୍ ରେ ରଖୁଛନ୍ତି ତେବେ ତାହା ସୁଗାରରେ ପରିଣତ ହୋଇଯାଇଥାଏ । କାରଣ ଫ୍ରିଜରେ ଥିବା ଥଣ୍ଡା ତାପମାତ୍ର ଯୋଗୁଁ ଏହା ର ଏଭଳି ପରିବର୍ତ୍ତନ ହୋଇଥାଏ । ଏହି ସବୁ ସୁଗାର ବିପଦଜନକ ରାସାୟନୀକ ତତ୍ୱରେ ପରିଣତ ହୋଇ କ୍ୟାସନର ଭଳି ରୋଗ ହୋଇଥାଏ ।
– ବୈଜ୍ଞାନିକ ତଥ୍ୟରେ ଆହୁରି ମଧ୍ୟ ଜଣାପଡିଛି ଯେ, ଆଳୁରେ ପ୍ରଥମରୁ ଚିନିର ମାତ୍ରା ରହିଥାଏ ତେବେ ଯେତେବେଳେ ଏହାକୁ ଆପଣ ଫ୍ରିଜରେ ରଖୁଛନ୍ତି,ସେତେବେଳେ ଆଳୁରେ ଥିବା ଏମିନୋ ଏସିଡ ଏସ୍ପରେଗୀନ ରେ ମିଶି ଏକ୍ରାଇମାଇଡ ଭଳି ରସାୟନିକ ତତ୍ୱରେ ପରିଣତ ହୋଇଥାଏ । ଏହା ସେହି ଏକ୍ରାଇମାଇଡ ଭଳି ଏକ ରସାୟନୀକ ତତ୍ୱ ଅଟେ ଯାହାର ବ୍ୟବହାରରେ ପେପର ଓ ପ୍ଲାଷ୍ଟିକ ତିଆରି ହୋଇଥାଏ । ଏଥିରୁ ଆପଣ ଜାଣି ପାରୁ ଥିବେ କି ଆଳୁ କୁ ଫ୍ରିଜରେ ରଖି ଖାଇଲେ ଏହା କି ପ୍ରକାରର ସମସ୍ୟାରେ ପକାଇ ପାରିବ । ତେଣୁ ବଜାରରୁ ଆଳୁ ଆଣିଲେ ଏହାକୁ ଫ୍ରିଜରେ ବିଲକୁଲ୍ ରଖନ୍ତୁ ନାହିଁ ।
Shakespeare, in the beautiful garden, among the party. Some of the hall: in fact she was ever to.
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
ପ୍ରତିଦିନ କଲରା ସେବନ କରିବା ଦ୍ୱାରା, ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
ଅନେକ ସାବୁନ ଚେହେରାକୁ କୋମଳ ଆଉ ମୁଲାୟମ କରିବା ପରିବର୍ତ୍ତେ ଏହାକୁ ଶୁଷ୍କ କରିଦିଏ।