News

ଆସୁଛି ଦମଦାର ପାୱାରବ୍ୟାଙ୍କ – ଚୁଟକିରେ ଚାର୍ଜ ହେବ ଆପଣଙ୍କ ସ୍ମାର୍ଟଫୋନ

ଆଜିକାଲି ଫୋନ ଯେମିତି ଦରକାରୀ ହୋଇପଡିଛି , ଯେ ଫୋନ ଛାଡି ମଣିଷ ଅଧଘଣ୍ଟା ରହିବା ଅସମ୍ଭବ । ଏମିତି ପରିସ୍ଥିତିରେ ଚାର୍ଜ ସରିଗଲେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ଅସହ୍ୟ ହୋଇପଡୁଛି । ମାତ୍ର ଏବେ  ଅପେକ୍ଷାର ଅନ୍ତ ଘଟିଛି । ଫୋନ୍ ଚାର୍ଜ କରିବା ପାଇଁ ଆଉ ଆପଣଙ୍କୁ ଘଂଟା ଘଂଟା ଧରି ଅପେକ୍ଷା କରିବା ପାଇଁ ପଡ଼ିବ ନାହିଁ । କାରଣ ଇଲେକ୍ଟ୍ରିକ୍ କାର୍ ତିଆରି କରୁଥିବା ପ୍ରସିଦ୍ଧ କମ୍ବାନି ଟେଲ୍ସା ଏକ ନୂଆ ପାୱାରବ୍ୟାଙ୍କ୍ ଆଣିଛି, ଯାହା ବହୁତ ଶକ୍ତିଶାଳୀ । ଏହି ପାୱାରାବ୍ୟାଙ୍କରେ ମୋବାଇଲ ଚାର୍ଜ କରିବାର ତୁରନ୍ତ ପରେ ହିଁ ଚାର୍ଜ ହୋଇଯିବ ଫୋନ୍ । ଆଣ୍ଡ୍ରଏଡ଼୍ ଓ ଆଇଓଏସ୍ ସମତେ ସମସ୍ତ ଫୋନକୁ ଚାର୍ଜ ଏହି ପାୱାରବ୍ୟାଙ୍କରେ ଚାର୍ଜ କରିହେବ ।

ଟେକ୍ନିକାଲ ସ୍ପେସିଫିକେସନ ବିଷୟରେ ଆଲୋଚନା କଲେ ଟେଲ୍ସାର ଏହି ପାୱାରବ୍ୟାଙ୍କ୍ ଅନ୍ୟ ସବୁ ପାୱାରାବ୍ୟାଙ୍କ ଠାରୁ ବହୁତ ଭିନ୍ନ ।ଏହି ପାୱାରବ୍ୟାଙ୍କ୍ ଖୁବ ଦମଦାର ଏବଂ ବହୁତ ସ୍ଲମି ।ଏହି ପାୱାରବ୍ୟାଙ୍କର ମୂଲ୍ୟ ୪୫ ଡଲାର ତଥା ପାଖାପାଖି ୨୯୦୦ ଟଙ୍କା ରହିଛି । ଏହି ଟେଲ୍ସା ପାୱାରବ୍ୟାଙ୍କ୍ ସହ ୟୁଏସବି ମାଇକ୍ରୋ, ୟୁଏସବି ଓ ଆପଲ ଲାଇଟିନଙ୍ଗ କନେକ୍ସନ ଆସୁଛି । ଟେଲ୍ସା ପାୱାରବ୍ୟାଙ୍କରେ ୩,୩୫୦ ଏମଏଏଚ୍ କ୍ଷମତା ବିଶିଷ୍ଟ ଏକ ସିଙ୍ଗିଲ ୧୮୬୫୦ର ସେଲ ଦିଆଯାଇଛି । ଯାହା ଟେଲ୍ସାର ମଡ଼େଲ ଏସ୍ ଓ ଏକ୍ସ ଇଲେକକ୍ଟ୍ରିକ କାରେ ମଧ୍ୟରେ ମଧ୍ୟ ଆସେ ।

ବଜାରରେ ବର୍ତ୍ତମାନ ଅନ୍ୟ କମ୍ପାନୀ ଗୁଡ଼ିକର ମଧ୍ୟ ଦମଦାର ପାୱାରବ୍ୟାଙ୍କ ଉପଲବ୍ଧ ଅଛି । ଏଥିରେ ପାୱାର ବ୍ୟାଙ୍କ୍ ମଧ୍ୟ ସାମିଲ ଅଛି, ଯାହାର କ୍ଷମତା ୧୬,୦୦୦ ଏମଏଏଚ୍ । ଏବଂ ଏହାର ମୂଲ୍ୟ ୨,୪୦୦ ଟଙ୍କା । ଏହି ପାୱାରାବ୍ୟାଙ୍କରେ ଆପଣ ଏକାବେଳେ ଦୁଇଟି ଡିଭାଇସ୍ ଚାର୍ଜ କରିପାରିବେ । କମ୍ପାନି ଏହି ପାୱାରବ୍ୟାଙ୍କକୁ ଅନଲାଇନ୍ ବିକ୍ରି ପାଇଁ ଜାରି କରିଛନ୍ତି ।

ପଢନ୍ତୁ, ସଂପ୍ରଦାୟକୁ ଠିକ୍‌ କିମ୍ବା ଭୁଲ୍‌ କହିବା ଉଚିତ ନୁହେଁ – ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ

Related posts

ତାଇୱାନରେ ବଡ଼ ଧରଣର ଭୂକମ୍ପ : ୨ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଲୋକ ଆହତ

ENO Beuro

ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ ଶେଖ୍‌ ହସିନା

ENO Beuro

କାବୁଲରେ ବିସ୍ଫୋରଣ, ୬୦ରୁ ଅଧିକ ମୃତ !

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More