EnewsOdia.Com

ଖୋର୍ଦ୍ଧାରୁ ଲାଇନ କାଟିବା ଆରମ୍ଭ କଲା ସେସୁ

ସରିଛି ସେସୁର ଡେଡଲାଇନ୍ ।  ବର୍ଷ ବର୍ଷ ଧରି ବିଦ୍ୟୁତ୍ ବ୍ୟବହାର କରି ବିଲ୍ ଦେଇନଥିବା ଉପଭୋକ୍ତାଙ୍କ ପାଇଁ ଥିବା ଡେଡ୍ ଲାଇନ୍ ଗତକାଲି ଶେଷ ହୋଇଛି ।  ବିଦ୍ୟୁତ୍ ଦେୟ ଖିଲାପକାରୀଙ୍କର ୧୬ ତାରିଖରୁ ଲାଇନ୍ ନିଶ୍ଚୟ କଟାଯିବ ବୋଲି ସେସୁ ପକ୍ଷରୁ କୁହାଯାଇଥିଲା । ତେବେ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧାରୁ ଲାଇନ କାଟିବା ଆରମ୍ଭ କଲା ସେସୁ। ସେସୁ ପକ୍ଷରୁ ନିୟୋଜିତ ଥିବା ୩୯ଟି ସ୍କ୍ୱାର୍ଡ଼ ଦ୍ୱାରା ଆଜି ଖୋର୍ଦ୍ଧାରୁ ଚାଲିଛି ଲାଇନ କାଟ ।ଆଜି ଖୋର୍ଦ୍ଧାରେ ବିଦ୍ୟୁତ କାଟ ଆରମ୍ଭରୁ ବିଦ୍ୟୁତ ବକେୟା ପୈଠ ନ କରିଥିବା ୫୩ଟି କମର୍ସିଆଲ ସଂସ୍ଥାରୁ ବିଦ୍ୟୁତ ବିଚ୍ଛିନ୍ନ କରିଛି । ବିଦ୍ୟୁତ ବିଲ ବକେୟା ଥିବା ସଂସ୍ଥାର ବିଜୁଳି କଟାଯାଇଛି ।

ବକେୟା ବିଲ୍ ପଇଠ ନକଲେ ଆଜିଠାରୁ ସାଧାରଣ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ ବିଛିନ୍ନ କରାଯିବ ବୋଲି ପୂର୍ବରୁ ଘୋଷଣା କରିଥିଲା ସେସୁ । କିନ୍ତୁ ଏହାକୁ ବିଭିନ୍ନ ରାଜନୈତିକ ଦଳ ଓ ଉପଭୋକ୍ତା ସଂଗଠନ ତୀବ୍ର ବିରୋଧ କରିଥିଲେ । ଫଳରେ ବାଧ୍ୟ ହୋଇ ନରମିଥିଲେ ସେସୁ କର୍ତ୍ତୃପକ୍ଷ । ଏବଂ ନିଷ୍ପତି ବଦଳାଇ ପର୍ଯ୍ୟାୟୱାରି ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରିବାକୁ ଘୋଷଣା କରିଛନ୍ତି ସେସୁ କର୍ତ୍ତୃପକ୍ଷ ।

ପଢନ୍ତୁ:  ଇରାନ-ଆମେରିକା ବିବାଦରେ ମଧ୍ୟସ୍ଥତା କରିବ କି ଭାରତ!

ସମ୍ବନ୍ଧିତ ଖବର

ଗ୍ରାହକଙ୍କୁ ଜବରଦସ୍ତ ଝଟକା ଦେଲା ଜିଓ, ଅନ୍ୟ ନମ୍ବରକୁ କଲ୍ କଲେ ମିନିଟ୍ ପିଛା ଲାଗିବ ୬ ପଇସା

Ratnamani Maharana

ସୋସିଆଲ ମିଡିଆ ଆକାଉଣ୍ଟରେ ଆଧାର ଲିଙ୍କ୍‌ ଆବେଦନ ସୁପ୍ରିମକୋର୍ଟରେ ଖାରଜ

Ratnamani Maharana

ବଜାରକୁ ଆସୁଛି ରୟାଲ ଇନଫିଲ୍ଡର ଥଣ୍ଡରବାର୍ଡ ବିଏସ୬ର ନୂଆ ଭର୍ସନ

Ratnamani Maharana

ସୋନିଆଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Ratnamani Maharana

ଆଜିଠୁ ଦୁଲୁକିବ ଗୋପାଳପୁର ବେଳାଭୂମି

Ratnamani Maharana

ମାର୍ଚ୍ଚ ୩ରୁ +୨ ପରୀକ୍ଷା ଆରମ୍ଭ

Ratnamani Maharana