EnewsOdia.Com

ବିଦ୍ୟୁତ ବକେୟା ଖିଲାପକାରୀଙ୍କୁ ସେସୁର ଚେତାବନୀ

ମାସ ମାସ ଧରି ବିଜୁଳି ବିଲ୍ ଦେଉନଥିବା ଖିଲାପୀ ଉପଭୋକ୍ତାଙ୍କୁ ନେଇ ଚିନ୍ତାରେ ବିତରଣ କମ୍ପାନି। ସେସୁ ଭଳି ୱେସ୍କୋ, ନେସ୍କୋ ଓ ସାଉଥ୍‌କୋ ଅଧୀନରେ ଥିବା ଘରୋଇ ଉପଭୋକ୍ତା ଓ ଶିଳ୍ପ ସଂସ୍ଥା ଉପରେ ବାକି ପଡ଼ିଛି କୋଟି କୋଟି ଟଙ୍କା । କିଭଳି ଏହି ବକେୟା ଟଙ୍କା ଆଦାୟ ହେବ ତାହା ଏବେ ବଡ଼ ଚ୍ୟାଲେଂଜ। ସେହିପରି ୪ ବିତରଣକାରୀ ସଂସ୍ଥା ମୋଟ ଉପରରେ ୧୦ ହଜାର କୋଟିର କ୍ଷତି ସହିଛନ୍ତି । ତେଣୁ ବକେୟା ବିଲ୍ ପୈଠ ନକଲେ ସେସୁ ଭଳି ଅନ୍ୟମାନେ ବି ଜାନୁଆରୀରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାର ସଂକେତ ଦେଲେଣି । କିସ୍ତି ଆକାରରେ ବକେୟା ରାଶି ଦେବାକୁ ଉପଭୋକ୍ତାମାନଙ୍କୁ କୁହାଯାଉଛି।

 

ଅନ୍ୟ ପକ୍ଷରେ ସେସୁର ବିଜୁଳି କାଟ୍ ନିଷ୍ପତ୍ତିକୁ ଅନେକ ଉପଭୋକ୍ତା ବିରୋଧ କରିଛନ୍ତି। ବକେୟା ଦେୟ ନଦେଲେ ଜାନୁଆରୀ ୧୫ରୁ ବିଦ୍ୟୁତ୍ ସଂଯୋଗ କଟିବ । ସେସୁ ଏଭଳି କଡ଼ା ଆଭିମୁଖ୍ୟ ପରେ ଖିଲାପୀ ଉପଭୋକ୍ତାଙ୍କ ଉପରେ ପଡିଛି ଚଡ଼କ । ଅନେକ ସେସୁର ନିଷ୍ପତ୍ତିକୁ ବିରୋଧ ବି କରିଛନ୍ତି। ଠିକ୍‌ରେ ବିଲ୍ ନଦେଇ ଏଭଳି କଡ଼ା ନିଷ୍ପତ୍ତି ନେବା ଗ୍ରହଣୀୟ ନୁହେଁ ବୋଲି ଉପଭୋକ୍ତା କହିଛନ୍ତି ।

ପଢନ୍ତୁ: ନକ୍ସଲଙ୍କ ନୂଆ ଫତୱା, ମୋବାଇଲ ଧରିଲେ ପ୍ରଜାକୋର୍ଟରେ ମିଳିବ ମୃତ୍ୟୁଦଣ୍ଡ

ସମ୍ବନ୍ଧିତ ଖବର

ଛେଳିକୁ ଥଣ୍ଡାଜ୍ୱର ପାଇଁ ରାଜ୍ୟ ଜନସ୍ବାସ୍ଥ୍ୟ ନିୟନ୍ତ୍ରଣ କକ୍ଷକୁ ଆସୁଛି ଫୋନ୍‌

Ratnamani Maharana

ଖୋର୍ଦ୍ଧାରୁ ଲାଇନ କାଟିବା ଆରମ୍ଭ କଲା ସେସୁ

Ratnamani Maharana

ବିରଳ ହର୍ସସୁ କଙ୍କଡା ଉଦ୍ଧାର, ଜଣେ ଗିରଫ

Ratnamani Maharana

ଆଜି ଅଁଳା ନବମୀ: ରାଧା ପାଦ ଦର୍ଶନ ଲାଗି ଭିଡ଼

Ratnamani Maharana

ବଜାରରେ ଏବେ ରସୁଣ ରାଜ୍

Ratnamani Maharana

କୋଣାର୍କ ବୁଲିନପାରି ଫେରିଲେ ପର୍ଯ୍ୟଟକ

Ratnamani Maharana