24.1 C
Bhubaneswar
December 7, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ମନୋରଞ୍ଜନ

ଏଣିକି ଗୋଟେ ଫିଲ୍ମ ପାଇଁ ୧୫୦କୋଟି ନେବେ ପ୍ରଭାସ

ବଲିଉଡ୍ ତଥା ଟଲିଉଡ୍ ଅଭିନେତା ପ୍ରଭାସଙ୍କୁ ‘ବାହୁବଳୀ’ ପରେ ଜବରଦସ୍ତ ଫେମ୍ ମିଳିଛି। ଖାଲି ଭାରତ ନୁହେଁ ବିଦେଶରେ ବି ପ୍ରଭାସଙ୍କ ଅନେକ ଫ୍ୟାନ୍‌-ଫଲୋର୍ସ ଅଛନ୍ତି। ପ୍ରଭାସଙ୍କୁ ପାନ୍ ଇଣ୍ଡିଆ ଷ୍ଟାର୍ କୁହାଯାଏ। ତାଙ୍କ ହାତରେ ଅନେକ ଫିଲ୍ମ ମଧ୍ୟ ରହିଛି। ନିର୍ମାତାମାନଙ୍କ ପାଖରେ ତାଙ୍କ ଡିମାଣ୍ଡ୍‌ ମଧ୍ୟ ବଢିଯାଇଛି। ତେବେ ଏହି ଅବସରରେ ସାମ୍ନାକୁ ଖବର ଆସୁଛି ଯେ ପ୍ରଭାସ ତାଙ୍କ ଫିସ୍ ବଢେଇ ୧୫୦ କୋଟି କରିଦେଇଛନ୍ତି।କବୀର ସିଂହ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ୱାଙ୍ଗାଙ୍କ ଫିଲ୍ମ ପାଇଁ ପ୍ରଭାସ ୧୫୦କୋଟି ଟଙ୍କା ଦାବି କରିଛନ୍ତି। ସୂଚନା ମୁତାବକ ପ୍ରଭାସ ଯେଉଁ ଫିଲ୍ମ ବି ସାଇନ୍ କରୁଛନ୍ତି ଏନେଇ ୧୦୦ କୋଟି ମାଗୁଛନ୍ତି। ତେଣୁ ନିର୍ମାତା ବିନା ଆପତ୍ତିରେ ତାଙ୍କୁ ୧୦୦ କୋଟି ଦେବା ନେଇ ପ୍ରସ୍ତୁତ ମଧ୍ୟ। କିନ୍ତୁ ସନ୍ଦୀପ ରେଡ୍ଡୀ ୱାଙ୍ଗାଙ୍କ ଫିଲ୍ମ ପାଇଁ ପ୍ରଭାସ ୧୫୦କୋଟି ମାଗିଛନ୍ତି। ଶେଷରେ ନିର୍ମାତା ତାଙ୍କ କଥାକୁ ମଧ୍ୟ ମାନି ନେଇଛନ୍ତି।

ପଢନ୍ତୁ: ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା

Related posts

ଧାମରା ମୁହାଣରୁ ଧରାହେଲା ବିରଳ ପ୍ରଜାତିର ଦ୍ରୁତଗାମୀ ମାଛ ମାର୍ଲିନ

Ratnamani Maharana

ରାଷ୍ଟ୍ରପତିଙ୍କ ମଞ୍ଜୁରିପରେ ଆଇନରେ ପରିଣତ ହେଲା ନାଗରିକତା ସଂଶୋଧନ ବିଲ

Ratnamani Maharana

ଓଡ଼ିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More