Loading...

ଖୁବଶୀଘ୍ର ପରଦାକୁ ଆସିବ ବାହୁବଳୀର ତୃତୀୟ ଭାଗ

ଖୁବଶୀଘ୍ର ପରଦାକୁ ଆସିବ ବାହୁବଳୀର ତୃତୀୟ ଭାଗ

‘ବାହୁବଳୀ’ ପ୍ରେମୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଆସିପାରେ ବାହୁବଳୀର ତୃତୀୟ ଭାଗ । ଏନେଇ ସାମ୍ୟକ ଇଙ୍ଗିତ କରିଛନ୍ତି ଫିଲ୍ମର ଫେମ୍ ହିରୋ ପ୍ରଭାସ । ତେବେ ବାହୁବଳୀର ପ୍ରଥମ ଓ ଦ୍ୱିତୀୟ ଭାଗ ବକ୍ସ ଅଫିସରେ ବ୍ଲକବଷ୍ଟର ହେବା ପରେ ତୃତୀୟ ଭାଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି ।

‘ବାହୁବଳୀ’ ପ୍ରେମୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଆସିପାରେ ବାହୁବଳୀର ତୃତୀୟ ଭାଗ । ଏନେଇ ସାମ୍ୟକ ଇଙ୍ଗିତ କରିଛନ୍ତି ଫିଲ୍ମର ଫେମ୍ ହିରୋ ପ୍ରଭାସ । ତେବେ ବାହୁବଳୀର ପ୍ରଥମ ଓ ଦ୍ୱିତୀୟ ଭାଗ ବକ୍ସ ଅଫିସରେ ବ୍ଲକବଷ୍ଟର ହେବା ପରେ ତୃତୀୟ ଭାଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ବାହୁବଳୀ ହିଁ ଏକମାତ୍ର ଫିଲ୍ମ ଥିଲା ଯିଏ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀ ପ୍ରତି ସିନେପ୍ରେମୀଙ୍କୁ ଆକର୍ଷିତ କରିଥିଲା । ଆଉ ଏମିତିରେ ବାହୁବଳୀ ୩ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢିବ ସ୍ୱଭାବିକ । ସୂଚନା ଅନୁସାରେ ଫିଲ୍ମ ନିର୍ଦ୍ଦେଶକ ଏସ ଏସ ରାଜମୌଲୀ ଓ ପ୍ରଭାସ ପୁଣି ଥରେ ଏକାଠୀ ନଜର ଆସିପାରନ୍ତି । ତେଣୁ ବହୁବଳୀ ୩କୁ ନେଇ ସମ୍ଭାବନା ବଢିଛି । ତେବେ ଏନେଇ ଆମେ ନୁହେଁ ବରଂ  ନିଜେ ପ୍ରଭାସ କହିଛନ୍ତି । ପ୍ରଭାସ ବର୍ତ୍ତମାନ ତାଙ୍କ ଆସନ୍ତା ଫିଲ୍ମ ରାଧେ ଶ୍ୟାମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ତେବେ ଏହି ଫିଲ୍ମ ପ୍ରମୋଶନ ସମୟରେ ଯେତେବେଳେ ପ୍ରଭାସଙ୍କୁ ବାହୁବଳୀ ୩ ନେଇ ପ୍ରଶ୍ନ କରାଯାଇଥିଲା । ସେତେବେଳେ ଏମିତି କିଛି ଇଙ୍ଗିତ କରିଥିଲେ ପ୍ରଭାସ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.