ପ୍ରଭୁଦତ୍ତ ପ୍ରଧାନଙ୍କ ପରଲୋକ
୭୦ ଦଶକର ସମ୍ବଲପୁରୀ ଗୀତ ରଙ୍ଗବତୀର ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନଙ୍କ ଆଜି ପରଲୋକ ହୋଇଛି। ସମ୍ବଲପୁର ହସ୍ପିଟାଲ ରୋଡସ୍ଥିତ ତାଙ୍କ ବାସଭବନରେ ୭୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏ ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି।
୧୯୪୩ ମସିହା ନଭେମ୍ବର ୧୧ ତାରିଖରେ ତାଙ୍କର ଜନ୍ମ । ତାଙ୍କର ବିଧବା ପତ୍ନୀ ଓ ଦୁଇ ପୁତ୍ର ଆଶିଷ ଓ ଅସୀମ ଅଛନ୍ତିି। ପ୍ରାପ୍ତ ସୂଚନା ଅନୁଯାୟୀ ଆସନ୍ତାକାଲି ସକାଳ ୯ ଟା ସମୟରେ ତାଙ୍କର ମୃତ ଶରୀରକୁ କବର ଦିଆଯିବ।
୧୯୭୫ ମସିହାରେ ସେ ରଙ୍ଗବତୀର ସଙ୍ଗୀତ ସଂଯୋଜନା କରିଥିଲେ । ୭୦ ଦଶକର ଏହି ପ୍ରସିଦ୍ଧ ଗୀତରେ ଜିତେନ୍ଦ୍ର ହରିପାଳ ଓ କ୍ରୀଷ୍ଣା ପଟେଲ କଣ୍ଠଦାନ କରିଥିବା ବେଳେ ଏହାକୁ ସଜାଇ ଥିଲେ ପ୍ରଭୁଦତ୍ତ । ତାଙ୍କ ଦ୍ୱାରା ନିର୍ଦ୍ଦେଶନା ଦିଆଯାଇଥିବା ସମ୍ବଲପୁରୀ ସଂଗୀତ ରଂଗବତୀ କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଏ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ପ୍ରଭୁଦତଙ୍କ ମୃତ୍ୟୁରେ ସଂଗୀତ ଦୁନିଆରେ ଏକ ଅପୂରଣୀୟ କ୍ଷତି ହୋଇଥିବା ବହୁ କଳାକାର ଓ ସଂଗୀତ ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି।
ପଢନ୍ତୁ; ସକାଳୁ ଭିଜା ହୋଇଥିବା ଚଣା ଖାଇବା ଦ୍ଵାରା କ’ଣ ଲାଭ ମିଳିଥାଏ? ଜାଣନ୍ତୁ