POLITICALS

ଆଳୁକୁ ନେଇ ବିଧାନସଭାରେ ମୁହାଁମୁହିଁ ହେଲେ ପ୍ରଦୀପ ମହାରଥୀ ଓ ନିରଞ୍ଜନ ପୂଜାରୀ

Untitled 1

ଆଳୁକୁ ନେଇ ଆଜି ବିଧାନସଭା  ଉଠୁଛି ପଡୁଛି। ଆଳୁକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଧାୟକ ପ୍ରଦୀପ ମହାରଥୀ ଓ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ମହାରଥୀ ଆଳୁ ମିଶନ ଓ ଶୀତଳ ଭଣ୍ଡାରର ସ୍ଥିତି ନେଇ ବିଧାନସଭାରେ ପ୍ରଶ୍ନ ପଚାରିବା ପରେ, ତାତିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଖୋଦ ମହାରଥୀ ପୂର୍ବରୁ କୃଷି ମନ୍ତ୍ରୀ ଥିଲେ, ତେଣୁ ଏବାବଦରେ ସେ ଫେଲୋସିପ୍ କରିଥିବା କହିଥିଲେ ନିରଞ୍ଜନ । କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଅନୁପସ୍ଥିତି ଯୋଗୁଁ ଅର୍ଥମନ୍ତ୍ରୀ କୃଷି ବିଭାଗୀୟ ପ୍ରଶ୍ନର ଉତ୍ତର ରଖୁଥିଲେ ।

ଆଳୁ ମିଶନ ମହାରଥୀଙ୍କ  ସମୟରେ ଆରମ୍ଭ ହୋଇ ତାଙ୍କର କାର୍ଯ୍ୟକାଳ ସମୟରେ ହିଁ ଶେଷ ହୋଇଥିବା ନିରଞ୍ଜନ ଉତ୍ତର ରଖିଛନ୍ତି । ତେବେ ରାଜ୍ୟରେ ଆଳୁ ଅଭାବ ପୂରଣ ପାଇଁ ପୁଣି ଥରେ ଆଳୁ ମିଶନ କରିବାକୁ ସରକାର ଯୋଜନା କରୁଛନ୍ତି । ପୂର୍ବରୁ ହୋଇଥିବା ଆଳୁ ମିଶନର ଅବଧି ସରିଥିବାରୁ ଏବେ ନୂଆ ମିଶନ ପାଇଁ ଯୋଜନା କରାଯାଇଥିବା ଅଧୀକୃତ ମନ୍ତ୍ରୀ ନିରଞ୍ଜନ ପୂଜାରୀ  କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଏବେ ୧୨.୭୦ ଲକ୍ଷ ମେଟ୍ରିକ ଟନ୍ ଆଳୁର ଚାହିଦା ଥିବା ବେଳେ ଉତ୍ପାଦନ ହେଉଛି ମାତ୍ର ୨.୯୪ ଲକ୍ଷ ମେଟ୍ରିକ ଟନ୍ । ସେହିପରି ରାଜ୍ୟରେ ଏବେ ୧୨୮ ଶୀତଳ ଭଣ୍ଡାର ଥିବା ବେଳେ, ସେଥି ମଧ୍ୟରୁ ୪୮ଟି ସଚଳ ଅଛି । ୮୦ଟି ଶିତଳଭଣ୍ଡାର ଅଚଳ ରହିଥିବା କହିଛନ୍ତି ନିରଞ୍ଜନ ପୂଜାରୀ ।
ପଢନ୍ତୁ:ଲାହୋରରୁ ଗିରଫ ହେଲା ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ହାଫିଜ୍ ସୟିଦ

Related posts

କଂଗ୍ରେସ ସଂସଦୀୟ ଦଳର ଅଧକ୍ଷ ପଦରେ ପୁଣି ସୋନିଆ ଗାନ୍ଧି

Ratnamani Moharana

ଆଜି ୧ଟା ୩୪ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେ ଚନ୍ଦ୍ରଶେଖର ରାଓ

ENO Beuro

ଦିଦିଙ୍କ ଗେହ୍ଳା ପୁଅ ରାଜୀବ କୁମାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

Ratnamani Moharana

1 comment

Leave a Comment