EnewsOdia.Com

ଅର୍ଦ୍ଦେନ୍ଦୁଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ପଲ୍ଲବୀ

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡ ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ । ପିପିଲି ବିଧାୟକ ପ୍ରଦୀପ ମହାରାଥୀଙ୍କର ଝିଅ ପଲ୍ଲବୀଙ୍କ ହାତ ଧରିଛନ୍ତି ଅର୍ଦ୍ଦେନ୍ଦୁ । ଗତକାଲି ହିନ୍ଦୁ ରିତୀ ନୀତି ଅନୁସାରେ ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଗ୍ରାଉଣ୍ଡରେ ବେଶ ଧୁମଧାମରେ ଏହି ହାଇପ୍ରୋଫାଇଲ ବାହାଘରଟି ଶେଷ ହୋଇଛି । ହାତରେ ମେହେନ୍ଦୀ ସହ ଲାଲ ରଙ୍ଗର ଲେହେଙ୍ଗାରେ ବେଶ ସୁନ୍ଦର ଦେଖାଯାଉଥିବା ପଲ୍ଲବୀଙ୍କୁ ନିଜର ଜୀବନସାଥୀ ରୂପେ ପାଇବା ପାଇଁ ନାଚଗୀତ, ବାଜା ରୋଷଣୀ ନେଇ ବେଶ ଧୂମଧାମରେ ଆସି ମଣ୍ଡପରେ ପହଞ୍ଚିଥିଲେ ଅର୍ଦ୍ଦେନ୍ଦୁ ।

ଏହାପରେ ବେଶ ଧୁମଧାମରେ ବିବାହ ସମ୍ପର୍ଣ୍ଣ ହେବା ସହ ଅର୍ଦ୍ଦେନ୍ଦୁ ଓ ପଲ୍ଲବୀ ଦୁହେଁ ସାତ ଜନ୍ମ ଲାଗି ଜୀବନସାଥୀ ପାଲଟି ଯାଇଥିଲେ । ଏହି ହାଇପ୍ରୋଫାଇଲ ବିବାହରେ ଯୋଗ ଦେବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମନେ ବିଭିନ୍ନ ରାଜନେତା , ବ୍ୟବସାୟୀ, ସିନେ କଳାକାରଙ୍କ ସମେତ ବହୁ ହାଇପ୍ରୋଫାଇଲ ଲୋକ ଯୋଗ ଦେଇ ନୂଆ ଯୋଡୀଙ୍କୁ ଆର୍ଶୀବାଦ ଦେଇଥିଲେ । ତେବେ ଆସନ୍ତାକାଲି ନୟାପଲ୍ଳୀ ଇଡକଲ ଗ୍ରାଉଣ୍ଡରେ ରିସେପସନ ପାର୍ଟି ଆୟୋଜିତ ହେବ ବୋଲି ଜାଣିବାକୁ ମିଳିଛି ।

ପଢନ୍ତୁ: ଓଡ଼ିଶାରେ ବିକ୍ରି ହେଉଛି ୧୦ରୁ ୧୫ ଦିନର ବାସି ଅଣ୍ଡା

ସମ୍ବନ୍ଧିତ ଖବର

ଅସ୍ତରଙ୍ଗର ଉଦୟକାଣି ଅଞ୍ଚଳକୁ ମାଡ଼ି ଆସୁଛି ସମୁଦ୍ର

Ratnamani Maharana

ବି.ଜେ.ଡି ବିଧାୟକ ସମ୍ବିତ ରାଉତରାୟଙ୍କ ସାପ ଖେଳ

Ratnamani Maharana

ସରକାରୀ ବଡ଼ବାବୁମାନଙ୍କ ପାଇଁ ବସିବ ପ୍ରମୋସନ ଅଦାଲତ

Ratnamani Maharana

ଏହି ବ୍ୟକ୍ତିଙ୍କ ନିକଟରୁ ଟଙ୍କା ଉଧାର ଆଣିଛନ୍ତି ସଲମାନ୍‌

Ratnamani Maharana

କଥା, କାର୍ଯ୍ୟ ଓ ଚିନ୍ତାରେ ହିଂସା ତ୍ୟାଗ ପାଇଁ ନବୀନଙ୍କ ଆହ୍ଵାନ

Ratnamani Maharana

ବାଇକ୍‌ ପଛରେ ବସିଲେ ବି ପିନ୍ଧିବାକୁ ପଡ଼ିବ ହେଲମେଟ

Ratnamani Maharana