News

ପାଞ୍ଚକୋଟି ଛୁଇଁଲା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା

ମୋଦି ସରକାର ୨୦୧୬ ମସିହା ମେ ୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ) ଆରମ୍ଭ କରିଥିଲେ ଏବଂ ଏହାକୁ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ମାଧ୍ୟମରେ ତୈଳ ବିତରକ କମ୍ପାନୀ ଯଥା ଆଇଓସି, ବିପିସିଏଲ ଏବଂ ଏଚପିସିଏଲ ସେମାନଙ୍କ ଦେଶବ୍ୟାପୀ ଥିବା ବିତରଣ ନେଟୱାର୍କ ଜରିଆରେ ପ୍ରବର୍ତ୍ତନ କରୁଛନ୍ତି । ପିଏମୟୁୱାଇ ମାଧ୍ୟମରେ ପ୍ରାରମ୍ଭିକ ଅବସ୍ଥାରେ, ପାଞ୍ଚକୋଟି ବିପିଏଲ ପରିବାରଙ୍କୁ ମାଗଣାରେ ଏଲପିଜି ସଂଯୋଗ ଯୋଗାଇ ଦେବା ସକାଶେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏଥିପାଇଁ ୨୦୧୯ ମସିହା ମାର୍ଚ୍ଚ ୩୧ ତାରିଖକୁ ଚୂଡ଼ାନ୍ତ ସମୟସୀମା ରଖାଯାଇଥିଲା । ତେବେ ଶୁଭାରମ୍ଭ ହେବାର ରେକର୍ଡ଼ ୨୮ ମାସ ସମୟ ମଧ୍ୟରେ ପିଏମୟୁୱାଇ ଏହାର ପ୍ରାରମ୍ଭିକ ଲକ୍ଷ୍ୟ ୫ କୋଟି ହିତାଧିକାରୀଙ୍କୁ ଏଲପିଜି ସିଲିଣ୍ଡର ବଣ୍ଟନ ହାସଲ ହୋଇପାରିଛି । ଚଳିତ ବର୍ଷ ଏହି ଯୋଜନାର ବିପୁଳ ସଫଳତାକୁ ଦୃଷ୍ଟିରେ ରଖି ଏହି ଟାର୍ଗେଟକୁ ୮ କୋଟିକୁ ବଢ଼ାଇ ଦିଆଯାଇଥିଲା ଏବଂ ଏଥିପାଇଁ ୧୨୮୦୦ କୋଟି ଟଙ୍କାର ବଜେଟ ପ୍ରାବଧାନ କରାଯାଇଥିଲା।

ଯେଉଁ ସବୁ ରାଜ୍ୟରେ ପିଏମୟୁୱାଇ ହିତାଧିକାରୀ ଅଧିକ ଉପକୃତ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଉତ୍ତର ପ୍ରଦେଶ (୮୭ ଲକ୍ଷ), ପଶ୍ଚମବଙ୍ଗ (୬୭ ଲକ୍ଷ), ବିହାର (୬୧ ଲକ୍ଷ), ମଧ୍ୟ ପ୍ରଦେଶ (୪୫ ଲକ୍ଷ), ରାଜସ୍ଥାନ (୩୭ ଲକ୍ଷ) ଏବଂ ଓଡ଼ିଶା (୩୦ଲକ୍ଷ) ରହିଛନ୍ତି । ଏହି ରାଜ୍ୟମାନେ ମୋଟ ହିତାଧିକାରୀମାନଙ୍କ ମଧ୍ୟରୁ ପ୍ରାୟ 65 ପ୍ରତିଶତ ବୋଲି ଜଣାପଡ଼ିଛି । ସେଥି ମଧ୍ୟରୁ ୪୭ ପ୍ରତିଶତ ହିତାଧିକାରୀ ସମାଜର ଦୁର୍ବଳ ଶ୍ରେଣୀର , ଅର୍ଥାତ ତଫସିଲଭୁକ୍ତ ଜାତି ଓ ଜନଜାତି ବର୍ଗର।

ପିଏମୟୁୱାଇକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟରକ୍ଷାକାରୀ କାର୍ଯ୍ୟକ୍ରମ ଭାବେ ସ୍ୱୀକୃତି ମିଳିଛି । ଏହା ଘର ଭିତରେ ହେଉଥିବା ବାୟୁ ପ୍ରଦୂଷଣକୁ ରୋକିବା ଦିଗରେ ଏକ ମହାନ ପଦକ୍ଷେପ । ଏହି କାରଣରୁ ଦେଶରେ ପ୍ରତିବର୍ଷ ପ୍ରାୟ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥାନ୍ତି।

ପିଏମୟୁୱାଇର ଉଦ୍ଦେଶ୍ୟ ଗରିବ ପରିବାରଙ୍କୁ ସ୍ୱଚ୍ଛ ରନ୍ଧନ ଗ୍ୟାସ ଯୋଗାଇ ଦେବା ଏବଂ ତଦ୍ୱାରା ସେମାନଙ୍କ ଘର ଭିତରେ ହେଉଥିବା ବାୟୁ ପ୍ରଦୂଷଣକୁ ରୋକିବା ଯାହା ଫଳରେ ସେମାନଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହିପାରିବ ଏବଂ ସେମାନଙ୍କ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ଆସିପାରିବ । ପିଏମୟୁୱାଇ ଦେଶର ସମସ୍ତ ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରରେ ପ୍ରବର୍ତ୍ତିତ ହେଉଛି । ସାମାଜିକ-ଆର୍ଥିକ ଜନଗଣନା ତାଲିକା -୨୦୧୧ ଆଧାରରେ ଏହାର ହିତାଧିକାରୀମାନଙ୍କୁ ଚୟନ କରାଯାଉଛି ଏବଂ ଯେଉଁ କ୍ଷେତ୍ରରେ ଏସଇସିସି ତାଲିକାରେ ଏଭଳି ଲୋକମାନଙ୍କ ନାମ ଦରଜ ହୋଇନାହି, ସେ କ୍ଷେତ୍ରରେ ସାତିଟି ସୂଚକାଂକ ଆଧାରରେ ହିତାଧିକାରୀମାନଙ୍କୁ ଚିହ୍ନଟ କରାଯାଇଥାଏ । ଏହି ସାତଟି ସୂଚକାଂକ ମଧ୍ୟରେ ଏସସି/ଏସଟି ପରିବାର, ପିଏମଏୱାଇ (ଗ୍ରାମୀଣ), ଅନ୍ତ୍ୟୋଦୟ ଅନ୍ନ ଯୋଜନା, ସର୍ବାଧିକ ପଛୁଆ ବର୍ଗ, ବନବାସୀ, ଦ୍ୱୀପବାସୀ/ନଦୀ ଦ୍ୱୀପ ଓ ଚା ବଗିଚା ଓ ପୂର୍ବତନ ଚା’ ବଗିଚା ଜନଜାତି ବର୍ଗ ରହିଛି।

ପଢନ୍ତୁ; ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ସତ୍ୟେନ୍ଦ୍ର ଜାଭେରୀ

Related posts

ଯୋଡାମୁଣ୍ଡର ଅସ୍ତ୍ରୋପଚାର ପରେ ଜଗା-ବଳିଆଙ୍କ ଅବସ୍ଥା ସ୍ଥିର, ଅଲଗା ଅଲଗା ଚାଲିଛି ଚିକିତ୍ସା

ENO Beuro

୨ ଘଣ୍ଟାରେ ୯ ଥର ଥରିଲା ଆଣ୍ଡାମାନ:ଆଣ୍ଡାମାନରେ ମୃଦୁ ଭୂମିକମ୍ପ

Ratnamani Moharana

ଆକାଶ ପଥରେ ପୂର୍ବ ସହ ଯୋଡି ହେଲା ପଶ୍ଚିମ ଓଡିଶା

Ratnamani Moharana

1 comment

Leave a Comment