EnewsOdia.Com

ବନ୍ଦ ହେଲା ‘ଉଜ୍ଜଳା’, ୨ହଜାର ମହିଳାଙ୍କୁ ଗ୍ୟାସ ସଂଯୋଗ କେବେ?

କେନ୍ଦ୍ର ସରକାରଙ୍କ ଅନ୍ୟତମ ସଫଳ ଯୋଜନା କୁହାଯାଉଥିବା ପ୍ରଧାନମନ୍ତ୍ରୀ ‘ଉଜ୍ଜଳା’  ଏହା ଭିତରେ ବନ୍ଦ ହୋଇଯାଇଛି। ଦେଶର ୮କୋଟି ଗରିବ ପରିବାରର ମହିଳାଙ୍କୁ ଉଜ୍ଜଳା ଗ୍ୟାସ ସଂଯୋଗ ଦିଆଯିବା ପରେ ଯୋଜନାକୁ ବନ୍ଦ କରି ଦିଆଯାଇଥିବା ସରକାର ‌କହୁଛନ୍ତି। ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରୁ ଏହି ଯୋଜନାରେ ଆଉ କାହାରିକୁ ଗ୍ୟାସ ସଂଯୋଗ ଦିଆଯାଉନାହିଁ। ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଉଦ୍ଦିଷ୍ଟ ୱେବ୍‌ସାଇଟ ବି ଆଉ ଖୋଲୁ ନାହିଁ। ତେବେ, ଏହି ଯୋଜନାରେ ହଡ଼ପର ଶିକାର ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରାୟ ୨ହଜାର ଗରିବ ପରିବାରର ମହିଳା କିପରି ଗ୍ୟାସ ସଂଯୋଗ ପାଇବେ, ସେ ନେଇ ଚିନ୍ତାରେ ପଡିଛନ୍ତି।

କେନ୍ଦ୍ରାପଡା ଜିଲ୍ଲାରେ ପ୍ରାୟ ୨ହଜାର ଗରିବ ପରିବାରର ମହିଳା ହଡ଼ପର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା।  ସେମାନେ ଏବେ ବି ଚୁଲି ଧୂଆଁରେ ଅଣନିଃଶ୍ବାସୀ ହୋଇ ରୋଷେଇ କରୁଥିବାବେଳେ ସରକାରୀ ଖାତାରେ ସେମାନେ ଗ୍ୟାସ୍‌ ଜାଳି ରୋଷେଇ କରୁଥିବା ଦର୍ଶାଯାଇଛି। ଇଣ୍ଡେନ ବିତରକ ଦଲାଲଙ୍କ ମାଧ୍ୟମରେ ମାଗଣାରେ ଗ୍ୟାସ ସଂଯୋଗ ମିଳିବ କହି ଏଏଚଏଲ ଟିନ ନମ୍ବର ଥିବା ହିତାଧିକାରୀଙ୍କଠାରୁ ଆଧାରକାର୍ଡ, ରାସନକାର୍ଡ, ଫଟୋ ପରିଚୟପତ୍ର, ବ୍ୟାଙ୍କ ପାସବୁକ ଓ ଫଟୋ ସଂଗ୍ରହ କରି ଆଣିଥିଲେ।ଏହାବାଦ୍‌ ସେମାନେ ଋଣରେ ଗ୍ୟାସ ସଂଯୋଗ ନେଇଥିବା ଦର୍ଶାଇ ସରକାରଙ୍କଠାରୁ ୧୬ଶହ ଟଙ୍କା ଲେଖାଏଁ ଲୁଟି ନେଇଥିବା ଅଭିଯୋଗ ହୋଇଥିଲା।  ନିଲମ୍ବିତ ହୋଇଥିବା ମେସର୍ସ‌୍ ରାଜନଗର ଇଣ୍ଡେନ  ବିତରକ ହିତାଧିକାରୀଙ୍କ ଏଏଚଏଲ ଟିନ୍‌ ନମ୍ବର ବ୍ୟବହାର କରି ସେମାନଙ୍କ ଗ୍ୟାସ ସଂଯୋଗ ଲୁଟି ନେଇଥିଲେ।

ହଡ଼ପର ଶିକାର ମହିଳାମାନେ ୧ ବର୍ଷ ଧରି ଅଭିଯୋଗ କରି ଆସୁଥିଲେ ବି ଇଣ୍ତିଆଇ ଅଏଲ କର୍ପୋରେସନ  ପକ୍ଷରୁ ଆଜିଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ବନ୍ଦ ହେବାପରେ ସେମାନେ କିପରି ସେମାନଙ୍କ ଗ୍ୟାସ ସଂଯୋଗ ଫେରି ପାଇବେ, ସେ ନେଇ ଚିନ୍ତାରେ ପଡିଛନ୍ତି।

ପଢନ୍ତୁ: ମଧ୍ୟପ୍ରଦେଶରେ କାର୍‌ ଦୁର୍ଘଟଣାରେ ଜାତୀୟ ସ୍ତରର ୪ ହକି ଖେଳାଳିଙ୍କ ମୃତ୍ୟୁ

ସମ୍ବନ୍ଧିତ ଖବର

ଲାପଟପ୍ ଦେଖି ବେଦ ଉଚ୍ଚାରଣ କରୁଛନ୍ତି ସ୍ମାର୍ଟ ପଣ୍ଡିତ

Ratnamani Maharana

ସାତକୋଶିଆରୁ ଫେରିଯିବ ସୁନ୍ଦରୀ

Ratnamani Maharana

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ମଣିଷର ମୁହଁ ଭଳି ଦେଖାଯାଉଥିବା ମାଛର ମୁହଁ

Ratnamani Maharana

ଆସନ୍ତା ଗୁରୁବାର ହେବ ବର୍ଷର ଶେଷ ସୂର୍ଯ୍ୟପରାଗ

Ratnamani Maharana

ଶ୍ରୀମନ୍ଦିର, ଲିଙ୍ଗରାଜ ପରେ ଏବେ କୋଣାର୍କ ପାଳି

Ratnamani Maharana

ଏବେ ପାସପୋର୍ଟରେ ଦେଖିବାକୁ ମିଳିବ ପଦ୍ମ ଚିହ୍ନ

Ratnamani Maharana