News

ଗିରଫ ହେଲେ ବିଜେଡ଼ି ନେତା ପ୍ରଦୀପ ମହାରଥୀ

ଏସଏସଟି ଟିମ ଓ ମାଜିଷ୍ଟ୍ରେଟଙ୍କୁ ମାଡ ମାମଲା: ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ଗିରଫ

ପିପିଲି ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ  ଘଟଣାରେ ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି ପିପିଲି ପୋଲିସ। ଗତକାଲି ସନ୍ଧ୍ୟାରେ ମହାରଥୀଙ୍କ ଫାର୍ମ ହାଉସରେ ଭୋଜି ଭାତ ଚାଲୁଥିବାବେଳେ ଫ୍ଲାଇଙ୍ଗ ସ୍କ୍ୱାର୍ଡ   ଚଢ଼ାଉ କରିଥିଲା | ମାଜିଷ୍ଟ୍ରେଟ ରବୀନ୍ଦ୍ର ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଚଢ଼ାଉ କରିଥିବା ଫ୍ଲାଇଙ୍ଗ ସ୍କ୍ୱାର୍ଡ ଉପରେ ପ୍ରଦୀପ ମହାରଥୀଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ | ଏଥିରେ ମାଜିଷ୍ଟ୍ରେଟ ରବୀନ୍ଦ୍ର ନାରାୟଣ ପାତ୍ର ଗୁରୁତର ଆହତ ହୋଇଥିଲେ |

ମହାରଥୀ ନିଜେ ଗୋଡ଼େଇ ଗୋଡ଼େଇ ମାଡ଼  ମାରିଥିବା ମାଜିଷ୍ଟ୍ରେଟ୍‍ ଅଭିଯୋଗ କରିଥିଲେ। କିଛି ସମୟ ପୂର୍ବରୁ ପିପିଲି ଥାନାରେ ମହାରଥୀଙ୍କୁ ପଚରାଉଚରା ଚାଲିଥିଲା । ଏବେ ହଠାତ ତାଙ୍କୁ ଗିରଫ କରାଯାଇଛି । ଏନେଇ ପୁରୀ ଏସପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ମହାରଥୀଙ୍କ ବିରୁଦ୍ଧରେ ଅନେକ ଦଫା ପୋଲିସ । ମହାରଥୀଙ୍କ ବିରୁଦ୍ଧରେ ଲାଗିଛି ଦଫା 307, 353, 341, 332, 147, 148, 149,171(ବି), 186 ଏବଂ ଲୋକ ପ୍ରତିନିଧି ଆଇନ 123 ଲାଗିଛି ।ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର  ଧମକ ଦେଇଥିଲେ ଯେ, ଯଦି ପ୍ରଦୀପ ମହାରଥୀଙ୍କୁ ତୁରନ୍ତ ଗିରଫ କରାନଯାଏ ତାହେଲେ ସେ ପୁରୀ ଶ୍ରୀମନ୍ଦିର ଆଗରେ ଧାରଣା ଦେବେ |
ପଢନ୍ତୁ: ଆସନ୍ତା ୨୬ରେ ବାଲେଶ୍ୱର ଆସୁଛନ୍ତି ରାହୁଲ ଗାନ୍ଧୀ

Related posts

ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ହଇଚଇ: ଦର୍ଶକଙ୍କ କାନ କାମୁଡିଦେଲେ ଆଇଟମ ଗାର୍ଲ

ENO Beuro

ଟୁଇଟର୍‌ ଭିଡିଓ ମାଧ୍ୟମରେ ସ୍ୱାମୀଙ୍କ କବଳରୁ ରକ୍ଷା କରିବାକୁ ମହିଳାଙ୍କ ଆକୁଳ ନିବେଦନ

ENO Beuro

ଉଦ୍ୟମ ଫଳବତୀ ହୋଇଛି, ଆଜିଠାରୁ ରାଜଧାନୀରେ ଆରମ୍ଭ ହେଲା ବାଲିଯାତ୍ରା ର ସଜବାଜ

ENO Beuro

Leave a Comment