POLITICALS

ବିଧାନସଭାର ନୂଆ ବିରୋଧୀ ଦଳ ନେତା ହେଲେ ପ୍ରଦୀପ୍ତ ନାୟକ

Untitled 1

ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ  ଆରମ୍ଭ ହେଉଥିବାବେଳେ ଶେଷ ମୁହୂର୍ତ୍ତରେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜର ବିଧାୟକ ଦଳ ନେତା ଚୟନ କରିଛନ୍ତି।  ବହୁ ଆଲୋଚନା ଓ ସମାଲୋଚନା ପରେ ଶେଷରେ ବିଜେପି ହାଇକମାଣ୍ଡ ପ୍ରଦୀପ୍ତ ନାୟକଙ୍କ  ନାମରେ ମୋହର ମାରିଛନ୍ତି। ଷୋଡଶ ବିଧାନସଭାରେ ସେ ବିରୋଧୀ ଦଳର ନେତୃତ୍ଵ ନେବାସହ ବିରୋଧୀ ଦଳ ନେତା ଭାବେ  ମଧ୍ୟ ସେ ଦାଇତ୍ଵ ତୁଲାଇବେ। ବିଜେପି ରାଜ୍ୟ ପ୍ରଭାରୀ ତଥା ଜାତୀୟ ସାଧାରଣ ସଂପାଦକ ଏନେଇ ସୂଚନା ଦେଇଛନ୍ତି।

୧୯୬୬ ମସିହାରେ ଜନ୍ମିତ ଶ୍ରୀ ନାୟକ ପଶ୍ଚିମ ଓଡ଼ିଶାର ଜଣେ ଦକ୍ଷ ଦଳିତ ନେତା ଭାବେ ଜଣାଶୁଣା। ୧୯୯୫ ମସିହାରୁ ଲଗାତର ତିନି ଥର ସେ ବିଜେପି ଟିକେଟ୍‌ରେ ଭବାନୀପାଟଣାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମେଣ୍ଟ ସରକାର ସମୟରେ ସେ ମନ୍ତ୍ରୀ ଥିଲେ। ଚଳିତ ନିର୍ବାଚନରେ ସେ ଚତୁର୍ଥ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ତତ

ସେହିପରି କଂଗ୍ରେସ ବିଧାୟକ ଦଳର ନେତା ଭାବେ ନରସିଂହ ମିଶ୍ରଙ୍କୁ ମନୋନୀତ କରାଯାଇଛି। ଦଳର ମାତ୍ର ୯ଜଣ ବିଧାୟକ ଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଜାରି ସୂଚନା ଅନୁସାରେ ନରସିଂହଙ୍କୁ ବିଧାୟକ ଦଳ ନେତା, ସନ୍ତୋଷ ସିଂ ସାଲୁଜାଙ୍କୁ ଉପନେତା, ତାରାପ୍ରସାଦ ବାହିନୀପତିଙ୍କୁ ମୁଖ୍ୟ ସଚେତକ ଓ ମହମ୍ମଦ ମୋକିମଙ୍କୁ ଦଳର ସଚିବ ଭାବେ ଚୟନ କରାଯାଇଛି।

ପଢନ୍ତୁ: ଗୁଜରାଟରୁ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ଏସ ଜୟଶଙ୍କର

Related posts

କଂଗ୍ରେସ ସଂସଦୀୟ ଦଳର ଅଧକ୍ଷ ପଦରେ ପୁଣି ସୋନିଆ ଗାନ୍ଧି

Ratnamani Moharana

ନବୀନଙ୍କ ଦମ୍ଭୋକ୍ତି: ଭୋଟରେ ବିଜେଡି ବହୁତ ଭଲ କରିବ

ENO Beuro

ଆଜି ବିଜେପିରେ ସାମିଲ ହେଲେ ବଳଭଦ୍ର ମାଝି

ENO Beuro

Leave a Comment