POLITICALS

ମସଜିଦ ଭାଙ୍ଗିଥିଲୁ, ମନ୍ଦିର କରିବୁ: ସ୍ୱାଧୀ ପ୍ରଜ୍ଞା

ପୁଣି ବିବାଦରେ ଭୋପାଳର ବିଜେପି ସାଂସଦ ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁର । ଏଥର ବାବରୀ ମସଜିଦ  ଉପରେ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି । ସାଧ୍ବୀ ପ୍ରଜ୍ଞା ମଝିରେ ମଝିରେ ଏମିତି ଗୋଟିଏ ଗୋଟିଏ ବୟାନ ଦେଉଛନ୍ତି ଯାହାକୁ ନେଇ ସାରା ଦେଶରେ ଝଡ଼ ସୃଷ୍ଟି ହେଉଛି । ବିରୋଧୀ ବିଜେପି ଘେରିବାର କୌଣସି ମୌକା ଛାଡ଼ୁ ନଥିବା ବେଳେ ନିର୍ବାଚନ କମିଶନ  ମଧ୍ୟ ଘଟଣାକୁ ଗୁରୁତର ସହିତ ନେବା ସହ ରିପୋର୍ଟ ତଲବ କରିଛନ୍ତି ।

ଏକ ଟିିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ,  ବାବ୍ରିମସଜିଦ ଭଙ୍ଗା ପାଇଁ ମୁଁ ଗର୍ବିତ ଏବଂ ରାମମନ୍ଦିର ନିଶ୍ଚୟ ସେହିଠାରେ ହିଁ ବନାଇବୁ ବୋଲି କହିଥିଲେ। ଭଗବାନ ଆମକୁ ଶକ୍ତି ପ୍ରଦାନ କରିଛନ୍ତି ଓ ଆମେ ଦେଶର ସବୁ ଦାଗକୁ ହଟାଇ  ଦେବୁ। ଏହା ପ୍ରସାରଣ ହେବା ପରେ ସବୁ ଆଡୁ ସମାଲୋଚନା କରାଯାଇଛି। ନିର୍ବାଚନ ଆଚରଣ ଉଲ୍ଲଙ୍ଘନ ନେଇ ତାଙ୍କୁ ନିର୍ବାଚନ କମିସନ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଦିନକ ମଧ୍ୟରେ ଜବାବ ରଖିବାକୁ ପ୍ରଜ୍ଞାଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଭୋପାଳ ଜିଲ୍ଲା ନିର୍ବାଚନ ଅଧିକାରୀ
ପଢନ୍ତୁ: ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ମିଳିବ ଶ୍ରେଷ୍ଠ ସାମରିକ ସମ୍ମାନ ‘ବୀର ଚକ୍ର’

Related posts

କର୍ଣ୍ଣାଟକ ରାଜନୀତି ଡ୍ରାମାରେ ଟୁଇଷ୍ଟ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଦ୍ରୋହୀ ବିଧାୟକ

Ratnamani Moharana

ସୋନିଆଙ୍କ ରାତ୍ର ଭୋଜନରେ ରାଜନୀତି : ସାମିଲ ହେଲେ ୧୯ ବିରୋଧୀ ଦଳ ନେତା

ENO Beuro

ଟିଭି ବିତର୍କରୁ ଦୂରେଇଲେ କଂଗ୍ରେସ ମୁଖପାତ୍ର

Ratnamani Moharana

1 comment

Leave a Comment