POLITICALS

ଜଗନ ରେଡ୍ଡୀଙ୍କ ଆଦେଶରେ ଭଙ୍ଗା ହେଲା ଚନ୍ଦ୍ରବାବୁଙ୍କ ଭବ୍ୟ କୋଠା ‘ପ୍ରଜା ବେଦିକା’

Untitled 1

ଆନ୍ଧ୍ର ପ୍ରଦେଶର ଅମରାବତୀ ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ  ଅମଳରେ ନିର୍ମିତ ଅଟ୍ଟାଳିକାକୁ ଭାଙ୍ଗିବାକୁ ନିର୍ଦେଶ ଦେଇଥିଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ। ତେବେ ଏହି ନିର୍ଦେଶନୁସାରେ  ଜେସିବି ଲଗାଇ ମଙ୍ଗଳବାର ରାତିରୁ  ‘ପ୍ରଜା ବେଦିକା’କୁ  ଭାଙ୍ଗି ଦିଆଯାଉଛି। ଏହା ପୂର୍ବରୁ ପରିସରରେ ଜିଲ୍ଲା କଲେକ୍ଟର ଏବଂ ପୋଲିସ୍ ଅଧିକ୍ଷକଙ୍କ ଦ୍ୱିଦିବସୀୟ ବୈଠକ ପରେ ଫର୍ଣ୍ଣିଚର ଏବଂ ଇଲେକ୍ଟ୍ରୋନିକ୍ ଉପକରଣକୁ ହଟାଇବା କାମ ଆରମ୍ଭ କରାଯାଇଛି ।ଜଗନ ସରକାରଙ୍କ ଏହି ନିଷ୍ପତ୍ତିକୁ ଟିଡିପି ବିରୋଧ କରୁଥିବାରୁ ପ୍ରଜା ବେଦିକା ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି।

‘ପ୍ରଜା ବେଦିକା’ ଭଙ୍ଗା କାର୍ଯ୍ୟ ଆରମ୍ଭ ହେଉଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପରିବାର ସହ ବିଦେଶରେ ଛୁଟି କାଟୁଥିଲେ। ଆଜି ସକାଳେ ସେ ବିଶାଖାପଟନମ୍‌ ପହଞ୍ଚିଥିବା ସୂଚନା ରହିଛି।  ଆଜି ସେ ପ୍ରଜା ବେଦିକା ନିକଟକୁ ଯିବାର କାର୍ଯ୍ୟକ୍ରମ ରହିଛି। ଚନ୍ଦ୍ରବାବୁ ନାଇଡୁଙ୍କ ବାସଭବନ ନିକଟରେ କ୍ରିଷ୍ଣା ନଦୀ    କୂଳରେ ପ୍ରାୟ ୫ କୋଟି ଟଙ୍କାରେ ୨୦୧୭ରେ ଏହି ‘ପ୍ରଜା ବେଦିକା’ କୋଠାର ନିର୍ମାଣ କରାଯାଇଥିଲା। ଜଗନ ରେଡ୍ଡୀ ସରକାରକୁ ଆସିବା ପରେ ଚନ୍ଦ୍ରବାବୁ ନାଇଡୁଙ୍କ ସରକାରରେ ହୋଇଥିବା ବିଭିନ୍ନ କାମର ସମୀକ୍ଷା କରୁଛନ୍ତି ଓ ଯେଉଁ କାମଗୁଡ଼ିକ ଉପରେ ତାଙ୍କ ସନ୍ଦେହ ହେଉଛି, ସେଗୁଡ଼ିକୁ ବାତିଲ କରି ଦେଉଛନ୍ତି।

ପଢନ୍ତୁ: ଆସୁଛି ଲଘୁଚାପ, ୩୦ରୁ ୩ ଦିନ ବର୍ଷିବ

Related posts

ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ ପଣ୍ଡା

ENO Beuro

Former Odisha Health Minister Syed Mustafiz Ahmed Passed Away After Prolonged Illness

ENO Beuro

ବିଜେପି ସହ ସମ୍ପର୍କ ଛିନ୍ନ କରି ଏନ୍‌ଡିଏର ହାତ ଛାଡ଼ିଲା ଟିଡିପି !

ENO Beuro

Leave a Comment