POLITICALS

ପଦ୍ମ ଧରିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

prakash

ବିଜେପିରେ ସାମିଲ ହେଲେ ପ୍ରକାଶ

କଂଗ୍ରେସ ଛାଡିଥିବା ସାଲେପୁର ବିଧାୟକ ପ୍ରକାଶ ବେହେରା ରବିବାର ବିଜେପିରେ ଯୋଗ ଦେଇଛନ୍ତି । ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଜୁଏଲ ଓରାମ, ପ୍ରଭାରୀ ଅରୁଣ ସିଂ, ବିଧାୟକ ଦଳ ନେତା କେଭି ସିଂଦେଓ ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ବିଜେପିରେ ସାମିଲ ହେଲେ।

ପ୍ରକାଶ ପଦ୍ମ ଧରିବା ପରେ କହିଛନ୍ତି କି, “ମୋତେ ଭରସା ଅଛି ସାରା ଦେଶରେ ଆଗକୁ ବିକାଶ ହେବ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ। ମୋ ନିର୍ବାଚନ ମଣ୍ଡଳୀର ଯୁବକ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କ ସହିତ ଅଛନ୍ତି। ଆଗକୁ ବିଜେପିର ବିକାଶ ଧାରା ଓଡ଼ିଶାରେ ଜାରି ରହିବ। ପାର୍ଟି ପାଇଁ କାମ କରିବି।”

କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିଲେ । ଦଳରେ ତାଙ୍କୁ ଅଣଦେଖା କରାଯାଇଥିବା ନେଇ ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ । ତେବେ ଇସ୍ତଫା ଦେବାପରେ ପ୍ରକାଶ ବେହେରା କେଉଁ ଦଳକୁ ଯିବେ ସେ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା ।

ପଢନ୍ତୁ; ଜଷ୍ଟିସ ପିନାକି ଚନ୍ଦ୍ର ଘୋଷ ହେବେ ଦେଶର ପ୍ରଥମ ଲୋକପାଳ

Related posts

ସରୁନି ଦାମଙ୍କ ଫ୍ୟାମିଲି ଡ୍ରାମା: ପୁଅ କଥାକୁ ଖଣ୍ଡନ କଲେ ଦାମ ରାଉତ

Ratnamani Moharana

ସୋମବାର ଶପଥ ନେଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ratnamani Moharana

ରାଜନେତାଙ୍କ ଭାଗ୍ୟ ପରୀକ୍ଷା ଆଜି: ବିଜେପି ଶୀର୍ଷରେ

Ratnamani Moharana

Leave a Comment