EnewsOdia.Com

‘ଧାନ ବିଲ ଖସ ଖସ’ ଗୀତର ତାଳେ ତାଳେ ନାଚିଲେ ପ୍ରମିଳା

କେବଳ ଧାନ ବିଲ ଖସ ଖସ ନୁହେଁ, ରାମ୍ପରେ ମଧ୍ୟ ଚାଲି ପାରନ୍ତି ସାଂସଦ ତଥା ସମସ୍ତଙ୍କର ଅତି ପରିଚିତ ପ୍ରମିଳା ମାଉସୀ  । ଧାନ ବିଲ ଖସଖସରୁ ରଙ୍ଗୀନ ଆଲୋକମାଳା ଭିତରେ,  ଡିଜେର ତାଳେ ତାଳେ ଜିରୋ ନାଇଟ ସେଲିବ୍ରେସନ କଲେ ପ୍ରମିଳା  । ମାଉସୀଙ୍କ ହାପି ନ୍ୟୁ ଇୟର ମତୁଆଲା ନାଚରେ ଝୁମିଲେ ଉପସ୍ଥିତ ଦର୍ଶକ ଓ ଦଳୀୟ କର୍ମୀ । ଜିରୋ ନାଇଟ ସେଲିବ୍ରେସନ ସମୟରେ ଇଏ ହେଉଛି ପ୍ରମିଳା ମାଉସୀଙ୍କ ଡ୍ୟାନ୍ସ ନମ୍ୱର ୱାନ୍ ।  ସମର୍ଥକଙ୍କ ଗହଣରେ କେକ୍‌ କାଟି ନବବର୍ଷକୁ ସ୍ୱାଗତ କରିଛନ୍ତି ସାଂସଦ ପ୍ରମିଳା ବିଶୋଇ । ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜମିଥିଲା ନୃତ୍ୟ ଗୀତର ଆସର । କେକ୍‌ କାଟି ନୂଆବର୍ଷକୁ ସ୍ୱାଗତ କରିଥିଲେ ଉପସ୍ଥିତ ସଦସ୍ୟ  ।

ତେବେ ଏହି ପାର୍ଟିରେ ନିଜ ଦଳୀୟକର୍ମୀ ଓ ସମର୍ଥକଙ୍କ ସହ ପ୍ରମିଳା ବିଶୋଇ କେକ୍‌ କାଟି ଖୁବ ଉପଭୋଗ କରିଛନ୍ତି । ଖାଲି ଆଧୁନିକ ଡ୍ୟାନ୍ସ ନମ୍ୱର ୱାନ୍ ନୁହେଁ ଏହି ପାର୍ଟିରେ ପୁଣି ଥରେ ମାଉସୀ ତାଙ୍କର ଅନ୍ତର୍ନିହିତ ଗୁଣର ପରିପ୍ରକାଶ କରିଛନ୍ତି । ପାର୍ଟିରେ ଜଗନ୍ନାଥଙ୍କ ଭଜନ ଗାଇ ଉପସ୍ଥିତ ଶ୍ରୋତାଙ୍କ ମନ ମୋହିଛନ୍ତି ପ୍ରମିଳା ।

ପଢନ୍ତୁ: ବାଲୁକାକଳାରେ ଜଗନ୍ନାଥଙ୍କ ନାଗାର୍ଜ୍ଜୁନ ବେଶ

ସମ୍ବନ୍ଧିତ ଖବର

ରାଜ୍ୟରେ ଲାଗୁ ହେଲା ଏକକ ପରୀକ୍ଷା ବ୍ୟବସ୍ଥା

Ratnamani Maharana

ତିହାର ଜେଲ୍‌ରେ ଜଲ୍ଲାଦ ପୱନ କୁମାର

Ratnamani Maharana

ଭାରତୀୟ ଡାକ୍ତର ଆବିଷ୍କାର କଲେ ଦୂରାରୋଗ୍ୟ କରୋନା ଭାଇରସର ଔଷଧ

Ratnamani Maharana

ବ୍ୟାଙ୍କ ଖରାପ ପ୍ରଦର୍ଶନ କଲେ ସିଇଓଙ୍କ ଦରମା କମିବ

Ratnamani Maharana

ଏବେ ପାସପୋର୍ଟରେ ଦେଖିବାକୁ ମିଳିବ ପଦ୍ମ ଚିହ୍ନ

Ratnamani Maharana

ନିଜ ଫଟୋ ମୋବାଇଲରେ ଦେଖି ଆଶ୍ଚର୍ଯ୍ୟ ହୋଯାଉଛନ୍ତି ବଣ୍ଡା ଜନଜାତି

Ratnamani Maharana