News

ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ ସାୱନ୍ତ

cm

ବିଜେପିର ପ୍ରମୋଦ ସାୱନ୍ତ ଗୋଆର ନୂଆ ମୁଖ୍ୟମନ୍ତ୍ରୀ

ଗୋଆ ବିଧାନସଭା ବାଚସ୍ପତି ପ୍ରମୋଦ ସାୱନ୍ତ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସୂଚନା ସୂତ୍ରରୁ ପ୍ରମୋଦ ସାୱନ୍ତ ଗତକାଲି ରାତି ୯ଟାରେ ଶପଥ ନେଇଛନ୍ତି । ମନୋହର ପାରିକରଙ୍କ ନିଧନ ପରେ ଏହିଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଗୋଆରେ ୨ଜଣ ଉପ ମୁଖ୍ୟମନ୍ତ୍ରୀ ଅଛନ୍ତି। ପାରିକର ଗୋଆରେ ଏକ ମହାମେଣ୍ଟ ସରକାରର ନେତୃତ୍ୱ ନେଇଥିଲେ। ଗୋଆ ରାଜ୍ୟପାଳ ମୃଦଳା ସିହ୍ନା ଏହି ଶପଥପାଠ କରାଇଥିଲେ।

ଉଲ୍ଲେଖଯୋଗ୍ୟ,୨୦୧୭ ମସିହାରେ ପାରିକର ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ବର୍ତ୍ତମାନ କଂଗ୍ରେସ ୧୪ ବିଧାୟକଙ୍କ ସହ ରାଜ୍ୟରେ ସବୁଠାରୁ ବଡ ଦଳ। ଅପରପକ୍ଷରେ ବିଜେପିର ୧୨ ଜଣ ବିଧାୟକ ଅଛନ୍ତି।

ପଢନ୍ତୁ;୬ ଲୋକସଭା ଏବଂ ୩୬ ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

Related posts

ଟୋକିଓ ‘ମେକ ଇନ ଇଣ୍ଡିଆ’ ଆଲୋଚନାଚକ୍ରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ENO Beuro

ଅଣସର ବାସରେ ଶ୍ରୀଜିଉ 

ENO Beuro

ମର୍ମନ୍ତୁଦ ସଡକ ଦୁର୍ଘଟଣା:ଯୁବକଙ୍କ ଉପରେ ଚଢିଗଲା ବସ

ENO Beuro

Leave a Comment