News

ଦୀର୍ଘ ୬ ଘଣ୍ଟାର ଅପରେସନ ପରେ ପାଇପ୍ ଲାଇନରୁ ଉଦ୍ଧାର ହେଲେ ପ୍ରାଣକୃଷ୍ଣ !

ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଗଲା କଟକ ବଡ଼ ଡ଼ାକ୍ତରଖାନା

ଦୀର୍ଘ ୬ ଘଣ୍ଟାର ଜୀବନମରଣ ସଂଘର୍ଷ ପରେ କଟକ ଜିଲା ବିଡାନାସୀ ଥାନା ଅନ୍ତର୍ଗତ ତୁଳସୀପୁର ପୋଲିସ କଲୋନୀ ପମ୍ପ୍‌ ହାଉସ ପାଇପରେ ଫସି ରହିଥିବା ପ୍ରାଣକୃଷ୍ଣ ମୁଦୁଲି ଉଦ୍ଧାର ହୋଇଛନ୍ତି । ଓଡ଼୍ରାଫ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦୀର୍ଘ ୬ ଘଣ୍ଟାର ନନଷ୍ଟପ ଅପରେସନ ପରେ ପ୍ରାଣକୃଷ୍ଣଙ୍କୁ ଉଦ୍ଧାର କରାଯାଇଛି । ପାଇପ୍ ଲାଇନ ଭିତରକୁ ଦଉଡ଼ି ପକାଇ ପ୍ରାଣକୃ୍ଷ୍ଣଙ୍କୁ ବାହାରକୁ ଅଣାଯାଇଛି ।

ପ୍ରକାଶ ଯେ, କଟକରେ ନାଳି ସଫେଇ କାର୍ଯ୍ୟରେ ନିୟୋଜିତ ବୃଦ୍ଧ ଦେଉଳସାହି ଅଞ୍ଚଳର ଶ୍ରମିକ ପ୍ରାଣକୃଷ୍ଣ ମୁଦୁଲିଙ୍କ କଥା । ଯିଏ ଆଜି ସକାଳେ ନାଳି ସେଫେଇ ବେଳେ ଅଣଓସାରିଆ ପାଣି ପାଇପ୍‌ ଭିତରେ ଫଶି ଯାଇଥିଲେ । କଂକ୍ରିଟ କାଟି ତାଙ୍କୁ ଉଦ୍ଧାର କରାଯାଇଛି । ଅଗ୍ନିଶମ ଓ ଓଡ୍ରାଫ୍ କର୍ମଚାରୀଙ୍କ ପ୍ରାୟ ୬ ଘଣ୍ଟା ପରିଶ୍ରମ ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ପ୍ରାଣକୃଷ୍ଣ ।

ଘଟଣାସ୍ଥଳରେ ପ୍ରାଣକୃଷ୍ଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଦୁଇ ଜଣ ଡାକ୍ତର ଉପସ୍ଥିିତ ରହିଛନ୍ତି । ତେବେ ପ୍ରାଣକୃଷ୍ଣଙ୍କୁ ଉଦ୍ଧାର ପରେ ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସରେ କଟକ ବଡ଼ ମେଡ଼ିକାଲକୁ ନିଆଯାଇଛି । ଘଟଣାସ୍ଥଳରେ ଜିଲ୍ଲାପାଳଙ୍କ ସମେତ ସିଏମସି କମିଶନର ମଧ୍ୟ ଉପସ୍ଥିତ ରହିଛନ୍ତି । ତେବେ ଶ୍ରମିକ ଜଣକ ପାଇପ ଭିତରେ କେମିତି ଫସିଲେ ତାହା ଜଣାପଡ଼ିନଥିବା ବେଳେ ପାଇପ ସଫା କରୁଥିବା ବେଳେ ସେ ଫସିଯାଇଥିବା ଅନୁମାନ କରାଯାଉଛି ।

ଦୀର୍ଘ ୬ ଘଣ୍ଟାର ଅପରେସନ ପରେ ପାଇପ୍ ଲାଇନରୁ ଉଦ୍ଧାର ହେଲେ ପ୍ରାଣକୃଷ୍ଣ ! pranakrusna

ପଢନ୍ତୁ ;

ବିବାହ ପାଇଁ ଝିଅ ଖୋଜୁଛନ୍ତି ସଲମାନ୍ ଖାନ,ଜାଣନ୍ତୁ ଭାଇଜାନଙ୍କୁ କେମିତିକା ଝିଅ ପସନ୍ଦ !

Related posts

ସଲମାନଙ୍କ ହତ୍ୟା ପାଇଁ ଷଡଯନ୍ତ୍ର: ଲରେନ୍ସ ବିଶନୋଇ ଗ୍ୟାଙ୍ଗର ସଦସ୍ୟ ଗିରଫ

Krishna Kumar Manoj

ବିଜୟ ଗୋଖଲେ ଭାରତର ବୈଦେଶିକ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ

Krishna Kumar Manoj

“ୟସ୍ ସାର୍” ଏବଂ “ୟସ୍ ମ୍ୟାଡମ୍” ଭଳି ଶବ୍ଦରେ ନାହିଂ ଦେଶ ଭକ୍ତି – ବିଜୟ ଶାହା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More