POLITICALS

କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଣୟ ସାହୁ

sahu

ବରଗଡ ଜିଲ୍ଲା ଗାଇସିଲାଟ୍‌ ବ୍ଲକ ଉପାଧ୍ୟକ୍ଷ ତଥା କଂଗ୍ରେସର ବିଜେପୁର ଉପନିର୍ବାଚନ ପରାଜିତ ପ୍ରାର୍ଥୀ ପ୍ରଣୟ ସାହୁ ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରଣୟ ସାହୁ ବିଧିବଦ୍ଧ ଭାବେ ବିଜେଡ଼ିରେ ସାମିଲ ହୋଇଛନ୍ତି । ନବୀନ ନିବାସ ଯାଇ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଛନ୍ତି।

sahu

ପ୍ରଣୟ କହିଥିଲେଯେ, ଉପନିର୍ବାଚନରେ ଦଳ କାହିଁକି ପରାଜୟ ହେଲା ତାହାର ସମୀକ୍ଷା କରିବା ପାଇଁ ସେ କହିଥିଲେ । କିନ୍ତୁ ତାହା କରାଗଲା ନାହିଁ । କଂଗ୍ରେସ ପୁନର୍ବିନ୍ୟାସରେ ତାଙ୍କର କୌଣସି ଭୂମିକା ରହିଲା ନାହିଁ । ଅପରପକ୍ଷରେ ସେ କଂଗ୍ରେସ ଛାଡ଼ିବା ପରେ ବିଜେଡ଼ିରେ ଯୋଗଦେବେ କି ବୋଲି ପ୍ରଶ୍ନ କରାଯାଇଥିଲା । ଏହାର ଉତରରେ ପ୍ରଣୟ ଏଭଳି ସମ୍ଭାବନାକୁ ଖଣ୍ଡନ କରିନଥିଲେ। ତେବେ ବିଜେଡ଼ିରେ ସାମିଲ ହେବା ପାଇଁ ତାଙ୍କୁ ଅଫର ମିଳିଛି ବୋଲି ସେ ପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ କି, ୨୦୧୮ ବିଜେପୁର ଉପ ନିର୍ବାଚନରେ ପ୍ରଣୟ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବାବେଳେ ୧୦,୨୭୨ ଭୋଟ ପାଇ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ପଢନ୍ତୁ; ଶାଳପତ୍ର ଉପରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର

Related posts

ବରଗଡ ଗ୍ରସ୍ତରେ ଶାସକ ଦଳ ଉପରେ ବର୍ଷିଲେ ରାହୁଲ: ରାଜ୍ୟ ଓ କେନ୍ଦ୍ର ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି

Ratnamani Moharana

ଆଜିଠୁ ଆରମ୍ଭ ବିଜେଡିର”ଘରେ ଘରେ ବିଜେଡି କାର୍ଯ୍ୟକ୍ରମ”: ବିଜୁ ଜୟନ୍ତିରୁ ହେବ ଶୁଭାରମ୍ଭ

Ratnamani Moharana

ଜେଲରୁ ବାହାରିଲେ ଜୟନାରାୟଣ ମିଶ୍ର

ENO Beuro

Leave a Comment