News

ଜଗା-କାଳିଅାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଅାସନ୍ତାକାଲି ଦିଲ୍ଲୀ ଏମ୍ସ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

ଦିଲ୍ଲୀର ଏମସ୍ ଠାରେ ଚିକିତ୍ସିତ ହେଉଥିବା ଜଗା କାଳିଆଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଆସନ୍ତାକାଲି ଦିଲ୍ଲୀ ଯିବେ। ମନ୍ତ୍ରୀଙ୍କ ସହ ୫ ଜଣିଆ ଡାକ୍ତରୀ ଟିମ୍ ମଧ୍ୟ ଦିଲ୍ଲୀ ଯିବେ । ଏହି ଟିମ୍ ରେ କଟକ ଶିଶୁ ଭବନ ଅଧ୍ୟକ୍ଷ ସରୋଜ ଶତପଥୀ , ଏସସିବିର ନ୍ୟୁରୋ ସର୍ଜରୀ ବିଭାଗ ଡାକ୍ତର ସଂଜୀବ ମିଶ୍ର , ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ଡାକ୍ତର ପୃଥ୍ୱୀରାଜ ସିଂହ ପ୍ରମୁଖ ରହିଛନ୍ତି।

ଦିଲ୍ଲୀ ଏମ୍ସରେ ଯୋଡାମୁଣ୍ଡ ଅଲଗା ହେବା ପରେ ଦୁଇଭାଇ ସୁସ୍ଥ ହେଉଛନ୍ତି । ସେମାନଙ୍କ ମୁଣ୍ଡରୁ ଷ୍ଟିଚ୍ ଖୋଲାଯାଇଛି । ୩ଟି ପର୍ୟ୍ୟାୟରେ ଅପରେସନ କରାଯାଇ କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ଅଲଗା କରାଯାଇଥିଲା । ଜଗା ସଂପୂର୍ଣ୍ଣ ସୁସ୍ଥ ହୋଇସାରିଥିବାବେଳେ ବଳିଆର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆସୁଛି।

କନ୍ଧମାଳ ଜିଲ୍ଲାର ଏହି ଯୋଡ଼ାମୁଣ୍ଡ ଶିଶୁଙ୍କ ସମ୍ପର୍କରେ ପ୍ରଥମେ କଳିଙ୍ଗ ଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ଯୋଡ଼ାମୁଣ୍ଡ ଅଲଗା କରିବା ପାଇଁ ରାଜ୍ୟ ସରକାର ସହାୟତା ଯୋଗାଇ ଦେଇଥିଲେ। ଦିଲ୍ଲୀ ଏମ୍ସରେ ସେମାନଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଥିଲା। ସେବେଠାରୁ ଏମ୍ସର ସ୍ୱତନ୍ତ୍ର ଡାକ୍ତରୀ ଟିମର ନିରୀକ୍ଷଣରେ ଜଗା-ବଳିଆ ଅଛନ୍ତି।

ପଢନ୍ତୁ; ବିଜେପି ଛାଡ଼ିଲେ ଚନ୍ଦନ ମିତ୍ର

Related posts

ଶତ୍ରୁକୁ ସାମ୍ନା କରିବାକୁ ଭାରତୀୟ ନୌସେନାରେ ସାମିଲ ହେବ : ‘କରଂଜ’

ENO Beuro

ଭାରତୀୟ ଜନତା ପାର୍ଟିର ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ତଥା ଡା. ଦାମୋଦର ରାଉତଙ୍କ ପତ୍ନୀଙ୍କ ପରଲୋକ

Ratnamani Moharana

ସେନା ପାଇଁ କିଣାଯିବ ୧୦ ଲକ୍ଷ ହ୍ୟାଣ୍ଡଗ୍ରେନେଡ: ପ୍ରତିରକ୍ଷା ମନ୍ତ୍ରାଳୟ

Ratnamani Moharana

Leave a Comment