News

ଲୋକସଭାରେ ୫ଟି ଭାଷାରେ ଧନ୍ୟବାଦ ପ୍ରସ୍ତାବ ରଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

Untitled 1

ସଂସଦରେ ରଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ହୋଇଥିବା ଧନ୍ୟବାଦ ପ୍ରସ୍ତାବ ବିତର୍କକୁ ଆରମ୍ଭ କରିବା ପାଇଁ ଏନଡିଏ ସରକାର ମତ୍ସ୍ୟ ଓ ପଶୁସମ୍ପଦ ରଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀକୁ ସୁଯୋଗ ଦେଇଥିଲେ । ଜୁନ୍‌ ୨୦ ତାରିଖରେ  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଇଥିବା ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଗତ ହେବା ପରେ ଲୋକସଭାରେ ଶ୍ରୀ ଷଡ଼ଙ୍ଗୀ ଇଂରାଜୀ, ହିନ୍ଦୀ, ଓଡ଼ିଆ, ସଂସ୍କୃତ, ବଙ୍ଗଳା ଆଦି ୫ଟି ଭାଷାରେ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି। କେନ୍ଦ୍ରରେ ମୋଦୀ ସରକାରଙ୍କର ବିଭିନ୍ନ ଉପଲବ୍ଧି ଓ ସଫଳତାକୁ ନିଜ ଭାଷଣରେ ଉପସ୍ଥାପିତ କରିଥିଲେ କେନ୍ଦ୍ରମନ୍ତ୍ରୀ। ଆଜି ସାରା ଦେଶରେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି।

 

 ଲୋକସଭାରେ ବିରୋଧୀଙ୍କ ହଙ୍ଗାମା

Untitled 1
Untitled 1

ଭାଷଣ ଆରମ୍ଭ କରି ପ୍ରତାପ ସିଧା ଟାର୍ଗଟ କରିଥିଲେ କଂଗ୍ରେସ  ଉପରେ । କଂଗ୍ରେସ ସରକାର କେମିତି ଦୁର୍ନୀତିଗ୍ରସ୍ତ ହୋଇପଡିଥିଲା ଏବଂ ମୋଦି ସରକାର କେମିତି ଲୋକଙ୍କ ବିଶ୍ୱାସ ଜିତିପାରିଥିଲା ସେ ସମ୍ପର୍କରେ କହିଥିଲେ ପ୍ରତାପ ଷଡଙ୍ଗୀ । ପ୍ରତାପଙ୍କ ଅଭିଭାଷଣ ବେଳେ ସଂସଦରେ ହଙ୍ଗାମା ବି ଦେଖିବାକୁ ମିଳିଥିଲା ।ଜନତା ଠିକ ବୁଝି ବିଚାରି ଭୋଟ ଦେଇ ମୋଦିଙ୍କୁ ବିଜୟୀ ମୁକୁଟ ପିନ୍ଧାଇଛନ୍ତି । ଦେଶର ଗରିବ ମଧ୍ୟ ଆଜି ଦେଶର ପ୍ରତିନିଧିତ୍ବ କରୁଛି ଏବଂ ଵଂଶାଵଦ ରାଜନୀତିକୁ ଅସ୍ବୀକାର କରିଛି । କଂଗ୍ରେସ ଦେଶର ଜନତାଙ୍କ ଉପରେ ବହୁତ ବଡ ଉପକାର କରିଛି ବୋଲି ଆକ୍ଷେପ କରି କହିଥିଲେ ପ୍ରତାପ । ବିଲୀନ ନହେଲେ ହିରୋର ମହତ୍ୱ କେହି ବୁଝିପାରନ୍ତି ନାହିଁ ବୋଲି କହିଥିଲେ ପ୍ରତାପ ।

ପଢନ୍ତୁ: ଦୂତୀଙ୍କ ଜୀବନକୁ ନେଇ ହେବ ବଲିଉଡ୍ ଫିଲ୍ମ

Related posts

ରେକର୍ଡ ସୃଷ୍ଟି କରିବେ ପ୍ରଧାନ ବିଚାରପତି: ୬ ଦିନରେ ଦେବେ ୮ ଗୁରୁତ୍ୱପୂର୍ଣ୍ଣ ରାୟ

ENO Beuro

ଏଥର ବଜେଟରେ ଅଲୋଡା ପ୍ରତିରକ୍ଷା ବିଭାଗ

Ratnamani Moharana

ଖାରବେଳ ସ୍ୱାଇଁଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ

ENO Beuro

Leave a Comment