Loading...

ପୋଷ୍ଟର ଚିରା ଘଟଣାରେ ଉତ୍କଳ ସିନେ ଚାମ୍ବର୍ ଅଫ୍ କମର୍ସର ଦ୍ବାରସ୍ଥ ହେଲେ ‘ପ୍ରଥା’ର ପ୍ରଯୋଜିକା

ପୋଷ୍ଟର ଚିରା ଘଟଣାରେ ଉତ୍କଳ ସିନେ ଚାମ୍ବର୍ ଅଫ୍ କମର୍ସର ଦ୍ବାରସ୍ଥ ହେଲେ ‘ପ୍ରଥା’ର ପ୍ରଯୋଜିକା

ଯେଉଁ ଚାରି ଜଣ ପୋଷ୍ଟର ଚିରିଥିଲେ ସେମାନଙ୍କ ସହ ତାଙ୍କର ସଂପର୍କ ନାହିଁ ବୋଲି ମନୋଜ ମିଶ୍ର କହିବା ଆବଶ୍ୟକ। ପୋଷ୍ଟର ଚିରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉ ବୋଲି ମନୋଜ ମିଶ୍ର କହିଦେଲେ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ଉତ୍କଳ ସିନେ ଚାମ୍ବର୍ ଅଫ୍ କମର୍ସ ଆଗରେ କହିଛନ୍ତି ପ୍ରଯୋଜିକା ସାନଲିଶା।

ଯେଉଁ ଚାରି ଜଣ ପୋଷ୍ଟର ଚିରିଥିଲେ ସେମାନଙ୍କ ସହ ତାଙ୍କର ସଂପର୍କ ନାହିଁ ବୋଲି ମନୋଜ ମିଶ୍ର କହିବା ଆବଶ୍ୟକ। ପୋଷ୍ଟର ଚିରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉ ବୋଲି ମନୋଜ ମିଶ୍ର କହିଦେଲେ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି  ଉତ୍କଳ ସିନେ ଚାମ୍ବର୍ ଅଫ୍ କମର୍ସ ଆଗରେ କହିଛନ୍ତି ପ୍ରଯୋଜିକା ସାନଲିଶା। ଆଜି ପୁରୀଘାଟ ସ୍ଥିତ ସିନେ ଚାମ୍ବର୍‌ସ କାର୍ଯ୍ୟାଳୟରେ ଏକ ବୈଠକ ବସିଥିଲା। ଏଥିରେ ପ୍ରଥା ସିନେମାକୁ ପୁଣି ଥରେ ହଲରେ ରିଲିଜ୍ କରିବା ପାଇଁ ଆଲୋଚନା ହୋଇଥିବା ସୂଚନା ମିଳିଛି।

ସୂଚନାନୁସାରେ, ୪ ତାରିଖରେ ଓଡ଼ିଆ ସିନେମା ‘ପ୍ରଥା’ର ପୋଷ୍ଟର ଚିରା ଘଟଣାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ସିନେମାର ପ୍ରଯୋଜିକା ସାନଲିଶା ପଟେଲ୍ ମନୋଜ ମିଶ୍ରଙ୍କ ବିରୋଧରେ ପୋଷ୍ଟର ଚିରା ଅଭିଯୋଗ ଆଣିଥିଲେ। ପରବର୍ତ୍ତୀ ସମୟରେ ସବୁ ହଲରୁ ସିନେମାକୁ କାଢ଼ି ନିଆଯାଇଥିଲା। ଏହି ଘଟଣା ପରେ ସାନଲିଶା ପ୍ରଯୋଜକ ସଂଘର ସହାୟତା ଲୋଡ଼ିଥିଲେ। ମଙ୍ଗଳବାର ବସିଥିବା ବୈଠକରେ ମାଇଣ୍ଡ ଗେମ୍ ପ୍ରଯୋଜକ ଶ୍ରୀଧର ମାର୍ଥା, ବରିଷ୍ଠ ପ୍ରଯୋଜକ ଯୁଗଳ ଦେବତା, ଜୁବୁଲି ସୁନ୍ଦର୍ ରାୟ, ସଂଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.