CULTURES

ଓଡିଶାର ଅଗଣିତ ଘରେ ଆଜି ଏଣ୍ଡୁରି ପିଠା ସହ ପାଳିତ ହେଉଛି ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀ

ଆଜି ପ୍ରଥମାଷ୍ଟମୀ । ମାର୍ଗଶୀର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ ପ୍ରଥମାଷ୍ଟମୀ । ଓଡିଶାର ଘରେ ଘରେ ପାଳିତ ହେଉଛି ଏହି ପାରମ୍ପରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ ବା ପାପନାଶିନୀ ଅଷ୍ଟମୀ ଭାବେ ମଧ୍ୟ ନାମିତ । ହଳଦୀ ପତ୍ର ଦ୍ଵାରା ପ୍ରସ୍ତୁତ ଏଣ୍ଡୁରି ପିଠାରେ ମହକିବ ଆଜି ସବୁ ଓଡିଆଙ୍କ ଘର ।

ଓଡିଆ ପରମ୍ପରା ଅନୁସାରେ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ ବା ପୁତ୍ର , ତାଙ୍କୁ ସ୍ନାନାନ୍ତେ ନୂତନ ବସ୍ତ୍ର ପିନ୍ଧାଇ ଠାକୁରଙ୍କ ଆଗରେ ପିଢା ଉପରେ ବସାଇ ଫୁଲ୍ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ,ବରକୋଳି ପତ୍ର ଓ ହଳଦୀମିଶା ଚାଉଳରେ ମା’ ମାନେ ବନ୍ଦାପନା କରିଥାନ୍ତି । ଉକ୍ତ ନୂଆ ବସ୍ତ୍ର ଓ ମିଷ୍ଟାନ୍ନ ମଧ୍ୟ ମାମୁଁ ଘରୁ ଆସିଥାଏ । ଏହି ସବୁ ବିଧି ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ କାମନା ଉଦ୍ଦେଶ୍ୟରେ କରାଯାଇଥାଏ । ବନ୍ଦାପନା ସହିତ ପ୍ରଥମ ପ୍ରସ୍ତୁତ ଏଣ୍ଡୁରି ପିଠା ଜ୍ୟେଷ୍ଠ ସନ୍ତାନକୁ ଖାଇବାକୁ ଦିଆଯାଏ । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ହଠୀଦେବୀଙ୍କୁ ମୁଣ୍ଡିଆ ମାରିବା ସହ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି ।

ଏହା ସହିତ ମା’ମାନେ ଷଠୀଦେବୀଙ୍କର ପୂଜାର୍ଚ୍ଚନା କରିଥାନ୍ତି । ପଂଚ ପଲ୍ଲବ ଓ ପଂଚ ଶସ୍ୟରେ କଳସ ପୂଜା ଓ ବରୁଣ ପୂଜା ହୋଇଥାଏ । ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ଏହି ପିଠା ହଳଦୀ ପତ୍ରରେ ପ୍ରସ୍ତୁତ କରାଯାଏ । ସୁସ୍ଵାଦୁ ସହିତ ଶରୀର ପାଇଁ ମଧ୍ୟ ଖୁବ ଲାଭକାରୀ ଏଣ୍ଡୁରି ପିଠା ।

ଓଡିଶାର ଅଗଣିତ ଘରେ ଆଜି ଏଣ୍ଡୁରି ପିଠା ସହ ପାଳିତ ହେଉଛି ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀ  ଓଡିଶାର ଅଗଣିତ ଘରେ ଆଜି ଏଣ୍ଡୁରି ପିଠା ସହ ପାଳିତ ହେଉଛି ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀ

ପଢନ୍ତୁ, ଖାଦ୍ୟକୁ ମିଠା କରିବା ପାଇଁ ସୁଗାର ଫ୍ରି ବ୍ୟବହାର କରୁଛନ୍ତି କି?ଜାଣନ୍ତୁ ଏହା କେତେ କ୍ଷତିକାରକ

Related posts

ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ! ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ ପାଳିବେ ବିବାହିତା ନାରୀ

Krishna Kumar Manoj

ଅକ୍ଷୟ ତୃତୀୟାରେ ଏହି ୫ଟି ରାଶି ବ୍ୟକ୍ତିମାନଙ୍କ ଭାଗ୍ୟରେ ହେବ ପରିବର୍ତ୍ତନ!ଜାଣନ୍ତୁ ଏହି ରାଶି ସମ୍ପର୍କରେ

Krishna Kumar Manoj

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More